ମାଟ୍ରିକରେ ସଫଳତା ପାଇଲେ ଟ୍ୟାକ୍ସି ଡ୍ରାଇଭରଙ୍କ ପୁଅ

ଚଳିତ ବର୍ଷ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୫.୩୯% ରହିଛି।

ମାଟ୍ରିକରେ ସଫଳତା ପାଇଲେ ଟ୍ୟାକ୍ସି ଡ୍ରାଇଭରଙ୍କ ପୁଅ

ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଏଥର ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ। ଚଳିତ ବର୍ଷ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୫.୩୯% ରହିଛି। ଏନେକ ଛାତ୍ରଛାତ୍ରୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ କିଛି ଜଣଙ୍କ ସଂଘର୍ଷ କାହାଣୀ ବେଶ୍‌ ପ୍ରେରଣାଦାୟୀ। ସେହିପରି ଜଣେ ଛାତ୍ର ହେଉଛନ୍ତି କଟକ ରେଭେନ୍ସା କଲିଜିଏଟ ହାଇସ୍କୁଲ୍‌ର ଆଶୁତୋଷ ସାହୁ। ପ୍ରକାଶ ପାଇଥିବା ଦଶମ ବୋର୍ଡ ପରୀକ୍ଷାରେ ୫୫୨ ନମ୍ୱର ରଖିବା ସହିତ ଏ-1 ଗ୍ରେଡ ହାସଲ କରିଛନ୍ତି।