ନିଛାଟିଆ ଘରୁ ଶୁଭିଲା ମହିଳାଙ୍କ ଚିତ୍କାର: ପୋଲିସ ପହଞ୍ଚିବା ପରେ…
ନୀଳଗିରି, ୨୭।୦୮(ପ୍ରଶାନ୍ତ କୁମାର ବିଶ୍ବାଳ): ନିଛାଟିଆ ଗୃହରୁ ମହିଳାଙ୍କୁ ଉଦ୍ଧାର କରିଛି ନୀଳଗିରି ପୋଲିସ। ଏମିତି ଏକ ଘଟଣା ନୀଳଗିରି ଥାନା ଅଧୀନ ସିଆଡିମାଳ ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତ ସୋମବାର ସନ୍ଧ୍ୟା ସମୟରେ ନୀଳଗିରି ଥାନା ସିଆଡିମାଳ ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ନିଛାଟିଆ ଆବଦ୍ଧ ଟାଇଲ ଛପର ଘରେ ଜଣେ ମହିଳାଙ୍କ ଚିତ୍କାର ଶୁଣିବାକୁ ପାଇ ସ୍ଥାନୀୟ ଗ୍ରାମବାସୀ ମାନେ ନୀଳଗିରି ପୋଲିସକୁ ଅବଗତ କରିଥିଲେ। ନୀଳଗିରି ପୋଲିସ ଘଟଣାସ୍ଥଳରେ […] The post ନିଛାଟିଆ ଘରୁ ଶୁଭିଲା ମହିଳାଙ୍କ ଚିତ୍କାର: ପୋଲିସ ପହଞ୍ଚିବା ପରେ… appeared first on Dharitri Odia News.
ନୀଳଗିରି, ୨୭।୦୮(ପ୍ରଶାନ୍ତ କୁମାର ବିଶ୍ବାଳ): ନିଛାଟିଆ ଗୃହରୁ ମହିଳାଙ୍କୁ ଉଦ୍ଧାର କରିଛି ନୀଳଗିରି ପୋଲିସ। ଏମିତି ଏକ ଘଟଣା ନୀଳଗିରି ଥାନା ଅଧୀନ ସିଆଡିମାଳ ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତ ସୋମବାର ସନ୍ଧ୍ୟା ସମୟରେ ନୀଳଗିରି ଥାନା ସିଆଡିମାଳ ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ନିଛାଟିଆ ଆବଦ୍ଧ ଟାଇଲ ଛପର ଘରେ ଜଣେ ମହିଳାଙ୍କ ଚିତ୍କାର ଶୁଣିବାକୁ ପାଇ ସ୍ଥାନୀୟ ଗ୍ରାମବାସୀ ମାନେ ନୀଳଗିରି ପୋଲିସକୁ ଅବଗତ କରିଥିଲେ।
ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘରର ତାଲା ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରିଥିଲା। ପଚରାଉଚୁରା ପରେ ମହିଳା ଜଣଙ୍କ ବରହମପୁର ଥାନା ଅଧୀନ ଭୁଡୁରୁବଣୀ ଗ୍ରାମର ସାଲକୁ ମୁର୍ମୁଙ୍କ ସ୍ତ୍ରୀ ବାସନ୍ତୀ ମୁର୍ମୁ ବୋଲି ଜଣାପଡିଥିଲା। ପରେ ମହିଳାଙ୍କୁ ଭୁଡୁରୁବଣୀ ଗ୍ରାମରେ ତାଙ୍କ ଭଣଜାଙ୍କ ନିକଟରେ ହସ୍ତାନ୍ତର କରାଯାଇଥିଲା।ମହିଳାଙ୍କ ମସ୍ତିକ ମାନସିକ ଅବସ୍ଥା ଠିକ ନ ଥିବା ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ସୂଚନା ଦେଇଥିବାବେଳେ ମହିଳା ଜଣକ କେମିତି ସେ ସ୍ଥାନକୁ ଆସିଲେ ଓ କିଏ ତାଙ୍କୁ ତାଲା ମାରିଲେ ସେ ନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।
The post ନିଛାଟିଆ ଘରୁ ଶୁଭିଲା ମହିଳାଙ୍କ ଚିତ୍କାର: ପୋଲିସ ପହଞ୍ଚିବା ପରେ… appeared first on Dharitri Odia News.