ନିଛାଟିଆ ଜାଗାକୁ ଡାକି ସ୍ତ୍ରୀକୁ ହାଣିଲା ସ୍ବାମୀ, ଅଭିଯୁକ୍ତ ଫେରାର

ନୀଳଗିରି ୧୭/୬: ପାରିବାରିକ କଳିର କରୁଣ ପରିଣତି । ନିଛାଟିଆ ଜାଗାକୁ ଡାକି ସ୍ତ୍ରୀକୁ ହାଣିଲା ସ୍ବାମୀ । ପାଖରେ କାନ୍ଦୁଥିଲେ ୨ ନୀରିହ ପିଲା । ନୃଶଂସ ସ୍ବାମୀ ଫେରାର । ନୀଳଗିରି ବ୍ଲକ ବରହମପୁର ଥାନା ତେଲିପାଳ ଅଞ୍ଚଳରେ ଚାଞ୍ଚଲ୍ୟ । ପୁରା ଘଟଣା କିଛି ଏମିତି । ନୀଳଗିରିର ଦୀପକ କଳାକାଦ ଅଞ୍ଚଳର ମନୀଷାଙ୍କୁ ବିବାହ କରିଥିଲେ । ଉଭୟଙ୍କର ୨ଟି ସନ୍ତାନ ଅଛି । ତେବେ କୌଣସି କାରଣରୁ ମନୀଷା ଭଉଣୀ ଘରକୁ ଯାଇଥିଲେ । ଯାହାକୁ ପସନ୍ଦ କରୁନଥିଲେ ଦୀପକ ।ଏହି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ମନାନ୍ତର ହୋଇଥିଲା । ଆଉ ଏହାର ରାଗ ସୁଝାଇବାକୁ ମନୀଷାଙ୍କୁ ତେଲିପାଳ ପେଟ୍ରେୋଲ ପମ୍ପକୁ ଡକାଇଥିଲେ ଦୀପକ । ଆଉ କେହି କିଛି ବୁଝିବା ଆଗକୁ ମନୀଷାଙ୍କ ବେକ ଓ ଶରୀରକୁ ହାଣି ଫେରାର ହୋଇଯାଇଥିଲେ । ପାଖରେ ୨ଟି ପିଲା ବସି କାନ୍ଦୁଥିବାବେଳେ ସ୍ଥାନୀୟ ଲୋକେ ମନୀଷାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଛାନ୍‌ଭିନ୍‌ କରୁଛି । You Can Read:ଓଡିଶା ବିକାଶର ଗେଟ୍‌ଓ୍ୱେ ହେବ ଗଞ୍ଜାମ, ମୋଦିଜୀଙ୍କ ଗ୍ୟାରେଣ୍ଟି ପୂରଣ ହେବ- ମନ୍ତ୍ରୀ ବିଭୂତି ଭୂଷଣ ଜେନା

ନିଛାଟିଆ ଜାଗାକୁ ଡାକି ସ୍ତ୍ରୀକୁ ହାଣିଲା ସ୍ବାମୀ, ଅଭିଯୁକ୍ତ ଫେରାର

ନୀଳଗିରି ୧୭/୬: ପାରିବାରିକ କଳିର କରୁଣ ପରିଣତି । ନିଛାଟିଆ ଜାଗାକୁ ଡାକି ସ୍ତ୍ରୀକୁ ହାଣିଲା ସ୍ବାମୀ । ପାଖରେ କାନ୍ଦୁଥିଲେ ୨ ନୀରିହ ପିଲା । ନୃଶଂସ ସ୍ବାମୀ ଫେରାର । ନୀଳଗିରି ବ୍ଲକ ବରହମପୁର ଥାନା ତେଲିପାଳ ଅଞ୍ଚଳରେ ଚାଞ୍ଚଲ୍ୟ । ପୁରା ଘଟଣା କିଛି ଏମିତି । ନୀଳଗିରିର ଦୀପକ କଳାକାଦ ଅଞ୍ଚଳର ମନୀଷାଙ୍କୁ ବିବାହ କରିଥିଲେ । ଉଭୟଙ୍କର ୨ଟି ସନ୍ତାନ ଅଛି । ତେବେ କୌଣସି କାରଣରୁ ମନୀଷା ଭଉଣୀ ଘରକୁ ଯାଇଥିଲେ । ଯାହାକୁ ପସନ୍ଦ କରୁନଥିଲେ ଦୀପକ ।

ଏହି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ମନାନ୍ତର ହୋଇଥିଲା । ଆଉ ଏହାର ରାଗ ସୁଝାଇବାକୁ ମନୀଷାଙ୍କୁ ତେଲିପାଳ ପେଟ୍ରେୋଲ ପମ୍ପକୁ ଡକାଇଥିଲେ ଦୀପକ । ଆଉ କେହି କିଛି ବୁଝିବା ଆଗକୁ ମନୀଷାଙ୍କ ବେକ ଓ ଶରୀରକୁ ହାଣି ଫେରାର ହୋଇଯାଇଥିଲେ । ପାଖରେ ୨ଟି ପିଲା ବସି କାନ୍ଦୁଥିବାବେଳେ ସ୍ଥାନୀୟ ଲୋକେ ମନୀଷାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଛାନ୍‌ଭିନ୍‌ କରୁଛି । 

You Can Read:

ଓଡିଶା ବିକାଶର ଗେଟ୍‌ଓ୍ୱେ ହେବ ଗଞ୍ଜାମ, ମୋଦିଜୀଙ୍କ ଗ୍ୟାରେଣ୍ଟି ପୂରଣ ହେବ- ମନ୍ତ୍ରୀ ବିଭୂତି ଭୂଷଣ ଜେନା