ନିଜ ଦଳର ଏମ୍ପିଙ୍କୁ ତାଗିଦ୍ କଲେ କ୍ୟାବିନେଟ୍ ମନ୍ତ୍ରୀ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୫।୭: ଭାଜପା ଏମ୍ପି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମନ୍ତବ୍ୟକୁ ନେଇ ଲୋକ ସଭାରେ ହଟ୍ଟଗୋଳ ଲାଗିରହିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ଅଭିଜିତଙ୍କୁ କ୍ଷମା ମାଗିବାକୁ ଦାବି କରୁଛନ୍ତି। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ନିଜ ଦଳର ଏମ୍ପିଙ୍କ ମନ୍ତବ୍ୟକୁ ରିଜିଜୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାଜପା ଏମ୍ପି ଭାଷାର ଅପବ୍ୟବହାର କରିଛନ୍ତି। ଯଦି ଏହି ଗୃହର କୌଣସି ସଦସ୍ୟ ତାଙ୍କ ମନ୍ତବ୍ୟ ସହିତ […] The post ନିଜ ଦଳର ଏମ୍ପିଙ୍କୁ ତାଗିଦ୍ କଲେ କ୍ୟାବିନେଟ୍ ମନ୍ତ୍ରୀ: ଜାଣନ୍ତୁ କାହିଁକି appeared first on Dharitri Odia News.
ନୂଆଦିଲ୍ଲୀ,୨୫।୭: ଭାଜପା ଏମ୍ପି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମନ୍ତବ୍ୟକୁ ନେଇ ଲୋକ ସଭାରେ ହଟ୍ଟଗୋଳ ଲାଗିରହିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ଅଭିଜିତଙ୍କୁ କ୍ଷମା ମାଗିବାକୁ ଦାବି କରୁଛନ୍ତି। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ନିଜ ଦଳର ଏମ୍ପିଙ୍କ ମନ୍ତବ୍ୟକୁ ରିଜିଜୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାଜପା ଏମ୍ପି ଭାଷାର ଅପବ୍ୟବହାର କରିଛନ୍ତି। ଯଦି ଏହି ଗୃହର କୌଣସି ସଦସ୍ୟ ତାଙ୍କ ମନ୍ତବ୍ୟ ସହିତ ଗୃହର ସମ୍ମାନକୁ ଆଘାତ କରନ୍ତି, ତେବେ ଏହା ଅତ୍ୟନ୍ତ ଦୁଃଖଦାୟକ।
କିରେନ ରିଜିଜୁ କହିଛନ୍ତି, ଯଦି କୌଣସି ସଦସ୍ୟ ଏପରି ମନ୍ତବ୍ୟ ଦିଅନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଅଛି। ମୁଁ ଏହା କହୁଛି ଯେ ଯେତେବେଳେ ଏହି ମନ୍ତବ୍ୟ ଦିଆଯାଇଥିଲା, ମୁଁ ଏଠାରେ ଉପସ୍ଥିତ ନ ଥିଲି। ମୁଁ ରାଜ୍ୟ ସଭାରେ ଥିଲି। ନଚେତ୍ ମୁଁ ରୋକିପାରିଥାନ୍ତି।
ସୂଚନାଯୋଗ୍ୟ, ଗୃହରେ ବଜେଟ ଉପରେ ଆଲୋଚନା ବେଳେ ବଙ୍ଗଳାର ତାମଲୁକରୁ ଭାଜପା ଏମ୍ପି ଅଭିଜିତ ଗଙ୍ଗୋପାଧ୍ୟାୟ ଏ ପ୍ରସଙ୍ଗରେ ନିଜର ମତାମତ ଦେଉଥିବାବେଳେ କଂଗ୍ରେସ ଏମ୍ପି ଗୌରବ ଗୋଗୋଇ ଏକ ମନ୍ତବ୍ୟ ଦେଇଥିଲେ। ଏଥିରେ ଅଭିଜିତ ତାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ।
ବଜେଟ ଉପରେ ଆଲୋଚନା ବେଳେ ଅଭିଜିତ୍ ନିଜର ମତ ଉପସ୍ଥାପନ କରିଥିଲେ। ଏହି ସମୟରେ କଂଗ୍ରେସ ଏମ୍ପି ଗୋଗୋଇ କିଛି କହିବାରୁ ଅଭିଜିତ୍ କହିଥିଲେ, ଶିକ୍ଷିତ ସଦସ୍ୟମାନେ ଏ ବିଷୟରେ ଅବଗତ ନୁହଁନ୍ତି। ସେମାନେ ଅଧିକ ଶିଖିବା ଆବଶ୍ୟକ କରନ୍ତି। ଗୋଗୋଇ ଗଡ୍ସେ ବିଷୟରେ ମନ୍ତବ୍ୟ ଦେଇଥିଲେ। ଏନେଇ ଅଭିଜିତ ତାଙ୍କୁ ଷ୍ଟୁପିଡ୍(ମୂର୍ଖ) ବୋଲି କହିଥିଲେ। ଯାହାକୁ ବିରୋଧୀ ସଦସ୍ୟମାନେ ବିରୋଧ କରିଥିଲେ।
The post ନିଜ ଦଳର ଏମ୍ପିଙ୍କୁ ତାଗିଦ୍ କଲେ କ୍ୟାବିନେଟ୍ ମନ୍ତ୍ରୀ: ଜାଣନ୍ତୁ କାହିଁକି appeared first on Dharitri Odia News.