ନିଜ ନାଗରିକଙ୍କ ଉପରେ ବୋମା ପକାଇବା ପରେ ଦକ୍ଷିଣ କୋରିଆରେ ହଇଚଇ, ଧ୍ୱଂସ ହୋଇଗଲା…

ସିଓଲ,୬।୩: କିମ୍‌ ଜୋଙ୍ଗ ଉନଙ୍କ ଉତ୍ତର କୋରିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବା ଦକ୍ଷିଣ କୋରିଆର ଯୁଦ୍ଧ ବିମାନଗୁଡ଼ିକ ଗୁରୁବାର ନିଜ ନାଗରିକଙ୍କ ଉପରେ ବୋମା ପକାଇଛନ୍ତି। ଗୋଟିଏ କି ଦୁଇଟି ନୁହେଁ ବରଂ ୮ଟି ବୋମା ପଡ଼ିବା ପରେ ବାୟୁସେନାର କାର୍ଯ୍ୟକଳାପକୁ ଦକ୍ଷିଣ କୋରିଆରେ ହଇଚଇ ସୃଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ, KF-୧୬ ଲଢ଼ୁଆ ବିମାନ ଆକାଶରେ ଉଡ଼ୁଥିବା ସମୟରେ, MK-୮୨ ମଡ୍ୟୁଲର ୮ଟି ବୋମା ଦୁର୍ଘଟଣାବଶତଃ ବିମାନରୁ ତଳକୁ ଖସି ପଡ଼ିଥିଲା। କିଛି […] The post ନିଜ ନାଗରିକଙ୍କ ଉପରେ ବୋମା ପକାଇବା ପରେ ଦକ୍ଷିଣ କୋରିଆରେ ହଇଚଇ, ଧ୍ୱଂସ ହୋଇଗଲା… appeared first on Dharitri Odia News.

ନିଜ ନାଗରିକଙ୍କ ଉପରେ ବୋମା ପକାଇବା ପରେ ଦକ୍ଷିଣ କୋରିଆରେ ହଇଚଇ, ଧ୍ୱଂସ ହୋଇଗଲା…

ସିଓଲ,୬।୩: କିମ୍‌ ଜୋଙ୍ଗ ଉନଙ୍କ ଉତ୍ତର କୋରିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବା ଦକ୍ଷିଣ କୋରିଆର ଯୁଦ୍ଧ ବିମାନଗୁଡ଼ିକ ଗୁରୁବାର ନିଜ ନାଗରିକଙ୍କ ଉପରେ ବୋମା ପକାଇଛନ୍ତି। ଗୋଟିଏ କି ଦୁଇଟି ନୁହେଁ ବରଂ ୮ଟି ବୋମା ପଡ଼ିବା ପରେ ବାୟୁସେନାର କାର୍ଯ୍ୟକଳାପକୁ ଦକ୍ଷିଣ କୋରିଆରେ ହଇଚଇ ସୃଷ୍ଟି ହୋଇଛି।

ରିପୋର୍ଟ ଅନୁଯାୟୀ, KF-୧୬ ଲଢ଼ୁଆ ବିମାନ ଆକାଶରେ ଉଡ଼ୁଥିବା ସମୟରେ, MK-୮୨ ମଡ୍ୟୁଲର ୮ଟି ବୋମା ଦୁର୍ଘଟଣାବଶତଃ ବିମାନରୁ ତଳକୁ ଖସି ପଡ଼ିଥିଲା। କିଛି ସମୟ ମଧ୍ୟରେ ସମଗ୍ର ଅଞ୍ଚଳରେ ବିଧ୍ୱଂସ ସୃଷ୍ଟି ହୋଇଥିଲା। ଏହି ଭୁଲ ଯୋଗୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସମଗ୍ର ଘଟଣା ସମ୍ପର୍କରେ ବାୟୁସେନା ଏକ ବୟାନ ଜାରି କରିଛି। ବାୟୁସେନା କହିଛି ଯେ ଏହି ବୋମାଗୁଡ଼ିକ କିପରି ପଡ଼ିଲା ତାହା ଜଣାପଡ଼ୁନାହିଁ। ଏହାର ତଦନ୍ତ କରାଯିବ।

ଲଢ଼ୁଆ ବିମାନରୁ ବୋମା ପଡ଼ିବା ଘଟଣାଟି ଉତ୍ତର କୋରିଆ ସୀମା ନିକଟରେ ଥିବା ଦକ୍ଷିଣ କୋରିଆର ପୋଚିଓନ ସହରରେ ଘଟିଥିଲା। ତଥାପି ବାୟୁସେନା ଅଧିକାରୀମାନେ ସ୍ଥାନ ବିଷୟରେ ଚୁପ ରହିଛନ୍ତି। ସ୍ଥାନୀୟ ୟୋନହାପ ନ୍ୟୁଜ ଏଜେନ୍ସି ଅନୁଯାୟୀ, ଏହି ଦୁର୍ଘଟଣା ଯୋଗୁଁ ଅଞ୍ଚଳର ୭ଟି କୋଠା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଘଟଣାରେ ୫ ଜଣ ସାଧାରଣ ନାଗରିକ ଏବଂ ୨ ଜଣ ସୈନିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି।

ତେବେ ଦକ୍ଷିଣ ଏବଂ ଉତ୍ତର କୋରିଆ ମଧ୍ୟରେ ବିବାଦ ବହୁତ ଦିନ ଧରି ଚାଲିଛି। ଅପରପକ୍ଷେ ଦକ୍ଷିଣ କୋରିଆ ମଧ୍ୟ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି। ସେଠାରେ ଲୋକମାନେ ନୂତନ ସରକାର ଏବଂ ନୂତନ ନିୟମ ବିରୋଧରେ ନିରନ୍ତର ପ୍ରତିବାଦ କରୁଛନ୍ତି।

The post ନିଜ ନାଗରିକଙ୍କ ଉପରେ ବୋମା ପକାଇବା ପରେ ଦକ୍ଷିଣ କୋରିଆରେ ହଇଚଇ, ଧ୍ୱଂସ ହୋଇଗଲା… appeared first on Dharitri Odia News.