ନିଜ ବନ୍ଧୁ ‘ଓଲି’ଙ୍କୁ ବିବାହ କଲେ ଓପନଆଇ ସିଇଓ ସାମ ଅଲ୍ଟମାନ

ହାଓ୍ବାଇ,୧୧।୧: ଏକ ବ୍ୟକ୍ତିଗତ ତଥା ନିରାଡମ୍ବର ସମାରୋହରେ ଓପନଆଇ ପ୍ରତିଷ୍ଠାତା ସାମ ଅଲ୍ଟମାନ ତାଙ୍କ ବନ୍ଧୁ ଓଲେଭର ମୁଲହେରିନଙ୍କୁ ବିବାହ କରିଥିଲେ। ବୁଧବାର ହାୱାଇରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ବିବାହ ସମୟରେ ପରିବାର ସଦସ୍ୟଙ୍କ ସହ କେବଳ କିଛି ଘନିଷ୍ଠ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିବାହ ସମୟରେ ଦୁହେଁ ଧଳା ସାର୍ଟ, ହାଲୁକା ବେଜ ରଙ୍ଗର ପ୍ୟାଣ୍ଟ ଏବଂ ଧଳା ସ୍ନିକର୍‌ ପିନ୍ଧିଥିଲେ। ଏହି ସମୟରେ ଲୌଟିସର ପ୍ରତିଷ୍ଠାତା ତଥା ସାମଙ୍କ ଭାଇ ଜ୍ୟାକ ଅଲଟମାନ […] The post ନିଜ ବନ୍ଧୁ ‘ଓଲି’ଙ୍କୁ ବିବାହ କଲେ ଓପନଆଇ ସିଇଓ ସାମ ଅଲ୍ଟମାନ appeared first on Dharitri Odia News.

ନିଜ ବନ୍ଧୁ ‘ଓଲି’ଙ୍କୁ ବିବାହ କଲେ ଓପନଆଇ ସିଇଓ ସାମ ଅଲ୍ଟମାନ

ହାଓ୍ବାଇ,୧୧।୧: ଏକ ବ୍ୟକ୍ତିଗତ ତଥା ନିରାଡମ୍ବର ସମାରୋହରେ ଓପନଆଇ ପ୍ରତିଷ୍ଠାତା ସାମ ଅଲ୍ଟମାନ ତାଙ୍କ ବନ୍ଧୁ ଓଲେଭର ମୁଲହେରିନଙ୍କୁ ବିବାହ କରିଥିଲେ। ବୁଧବାର ହାୱାଇରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ବିବାହ ସମୟରେ ପରିବାର ସଦସ୍ୟଙ୍କ ସହ କେବଳ କିଛି ଘନିଷ୍ଠ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିବାହ ସମୟରେ ଦୁହେଁ ଧଳା ସାର୍ଟ, ହାଲୁକା ବେଜ ରଙ୍ଗର ପ୍ୟାଣ୍ଟ ଏବଂ ଧଳା ସ୍ନିକର୍‌ ପିନ୍ଧିଥିଲେ। ଏହି ସମୟରେ ଲୌଟିସର ପ୍ରତିଷ୍ଠାତା ତଥା ସାମଙ୍କ ଭାଇ ଜ୍ୟାକ ଅଲଟମାନ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଅଲ୍ଟମାନ ଗତ ବର୍ଷ ତାଙ୍କ ସମ୍ପର୍କ ବିଷୟରେ ସୂଚନା ଦେଇଥିଲେ। ଏକ ସମ୍ବାଦ ପତ୍ରିକାକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ଏବଂ ମୁଲହେରିନ ସାନ ଫ୍ରାନ୍ସିସ୍କୋର ରୁଷିଆ ହିଲରେ ଏକାଠି ରୁହନ୍ତି।
ବୈଷୟିକ କ୍ଷେତ୍ରର ଅନେକ ବ୍ୟକ୍ତିତ୍ୱ ଉଭୟଙ୍କୁ ବିବାହରେ ଅଭିନନ୍ଦନ ଜଣାଇଛନ୍ତି। ଏଥିମଧ୍ୟରେ ଜେଫ ବେଜୋସଙ୍କ ଫ୍ୟାନ୍ସ ଲଁରେନ ସାଞ୍ଚେଜ, ଆଲେକ୍ସଜାଣ୍ଡାର୍‌ ୱାଙ୍ଗ, ଶେରଓ୍ବିନ ପିଶେଭର୍‌, ଜେନ ମାତୋସି ଏବଂ ଆଡ୍ରିଆନ ଓନଙ୍କ ନାମ ରହିଛି।

The post ନିଜ ବନ୍ଧୁ ‘ଓଲି’ଙ୍କୁ ବିବାହ କଲେ ଓପନଆଇ ସିଇଓ ସାମ ଅଲ୍ଟମାନ appeared first on Dharitri Odia News.