ନିଜ ବ୍ୟାଟ୍ ସହ ଖେଳୁ ନ ଥିଲେ ଅଭିଷେକ…ଶତକ ହାସଲ ପରେ ବଡ଼ ଖୁଲାସା କଲେ ଅଭିଷେକ
ନୂଆଦିଲ୍ଲୀ,୮।୭:ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ଖାତା ନ ଖୋଲି ଆଉଟ ହୋଇଥିଲେ। ପରେ ତାଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। କିନ୍ତୁ ତାଙ୍କ କ୍ୟାରିୟରର ଦ୍ୱିତୀୟ ମ୍ୟାଚରେ ଅଭିଷେକ ଏକ ଚମତ୍କାର ଶତକ ସ୍କୋର କରି ସମସ୍ତଙ୍କ ଜବାବ ଦେଇଥିଲେ। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଅଭିଷେକ ଏକ ଚମତ୍କାର ଶତକ ହାସଲ କରିଥିଲେ। ବର୍ତ୍ତମାନ ଅଭିଷେକ ଏକ ବଡ ଖୁଲାସା […] The post ନିଜ ବ୍ୟାଟ୍ ସହ ଖେଳୁ ନ ଥିଲେ ଅଭିଷେକ…ଶତକ ହାସଲ ପରେ ବଡ଼ ଖୁଲାସା କଲେ ଅଭିଷେକ appeared first on Dharitri Odia News.
ନୂଆଦିଲ୍ଲୀ,୮।୭:ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ଖାତା ନ ଖୋଲି ଆଉଟ ହୋଇଥିଲେ। ପରେ ତାଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। କିନ୍ତୁ ତାଙ୍କ କ୍ୟାରିୟରର ଦ୍ୱିତୀୟ ମ୍ୟାଚରେ ଅଭିଷେକ ଏକ ଚମତ୍କାର ଶତକ ସ୍କୋର କରି ସମସ୍ତଙ୍କ ଜବାବ ଦେଇଥିଲେ। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଅଭିଷେକ ଏକ ଚମତ୍କାର ଶତକ ହାସଲ କରିଥିଲେ। ବର୍ତ୍ତମାନ ଅଭିଷେକ ଏକ ବଡ ଖୁଲାସା କରି କହିଛନ୍ତି, ଶୁଭମନ ଗିଲଙ୍କ ସହ ତାଙ୍କ ଶତକର ସମ୍ପର୍କ ଅଛି।
ଶତକ ସ୍କୋର କରିବା ପରେ ଭାରତୀୟ ଓପନର୍ ପ୍ରକାଶ କରିଥିଲେ, ମୁଁ ଶୁଭମନ ଗିଲଙ୍କ ବ୍ୟାଟରେ ଖେଲୁଥିଲି। ତେଣୁ ଏହି ବ୍ୟାଟକୁ ବିଶେଷ ଧନ୍ୟବାଦ ଦେଇଥିଲେ। ଏପରିକି ଆଇପିଏଲରେ ମୁଁ ଗିଲଙ୍କ ଅନେକ ଥର ଖେଳିଛି।
ଶତକ ଖେଳିବା ପରେ ଅଭିଷେକ ବଡ ସଟ ଖେଳିବା ପାଇଁ ତାଙ୍କ ପିତାଙ୍କୁ ଶ୍ରେୟ ଦେଇଥିଲେ। ଅଭିଷେକ କହିଛନ୍ତି, ମୋ ବାପାଙ୍କୁ ବିଶେଷ ଶ୍ରେୟ, ଯିଏ ମୋ ପିଲାଦିନରେ କୋଚଙ୍କୁ ଅଧିକ ହସ୍ତକ୍ଷେପ କରିବାକୁ ଦେଇ ନ ଥିଲେ। କେଚ ମୋତେ ସବୁବେଳେ ବଡ ସଟ ଖେଳିବାକୁ କହିଥିଲେ।
ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଅଭିଷେକ ୭ଟି ଚୌକା ଓ ୮ ଛକା ସହାୟତାରେ ୪୭ ବଲରେ ୧୦୦ ରନ ଇନିଂସ ଖେଳିଥିଲେ, ଯେଉଁଥିପାଇଁ ତାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଆଖ୍ୟା ଦିଆଯାଇଥିଲା।
The post ନିଜ ବ୍ୟାଟ୍ ସହ ଖେଳୁ ନ ଥିଲେ ଅଭିଷେକ…ଶତକ ହାସଲ ପରେ ବଡ଼ ଖୁଲାସା କଲେ ଅଭିଷେକ appeared first on Dharitri Odia News.