ନିଜ ସଂସାର ସମ୍ଭାଳିବାକୁ ଅଣ୍ଟା ଭିଡିଛନ୍ତି ମହିଳା, ବାଟକୁ ଆଣିବେ ପୁରୁଷଙ୍କୁ

‘ନିଶା’ ଜୀବନ ନେଉଛି। ସଂସାର ଭାଙ୍ଗୁଛି। କାହା ପାଇଁ ସ୍ବର୍ଗ ସୁଖ ଆଉ କାହାକୁ ଦେଖାଉଛି ନର୍କର ବାଟ। ଏଥିରେ ସମାଜ କବଳିତ ଯେତିକି କଲବଲ ବି ସେତିକି। ତଥାପି ଚୁପ୍ ପୋଲିସ୍। ଅବକାରୀ ବିଭାଗ। ସେଥିପାଇଁ ତ ନିଜ ସଂସାର ସମ୍ଭାଳିବାକୁ ଅଣ୍ଟା ଭିଡିଛନ୍ତି ମହିଳା । ନାରୀ ସ୍ବର୍ବଂ ସ୍ବହା। ସଂସାରକୁ ରକ୍ଷା କରିବାକୁ ଲକ୍ଷ୍ୟ ରଖିଛି ହଟାଇବ ସମାଜରୁ ସୂରା ସାମ୍ରାଜ୍ୟ।  ଜବତ କରିଛନ୍ତି ମଦ। ଥାନା ବାବୁଙ୍କ ଟେବୁଲ ଉପରେ ରଖି ମାଗିଛନ୍ତି ଇନ୍‌ସାଫ୍‌... ସମାଧାନ କର ନହେଲେ ଥାନା ଭିତରେ ହେବ ମଦ ବିରୋଧୀ ମନ୍ଦ ସାମ୍ରାଜ୍ୟର ମୂଳୋତ୍ପାଟନ । ପେଷାରେ ଦିନ ମଜୁରିଆ। ଖଟିଲେ, ଖାଇବେ... କି ଦିନ କି ରାତି... ଗୋଟିଏ ଚିନ୍ତା ଘର କେମିତି ଚାଲିବ। ତଥାପି ସେମାନେ ତିଳେ ହେଲେ ଦୁଃଖ ନ  କରି ଖଟନ୍ତି ଆଉ ଖାଆନ୍ତି।  କିନ୍ତୁ ଏବେ ଅଭାବି ସଂସାର ଭିତରେ ଦୁଃଖ ଭରି ଦେଇଛି ଦେଶୀମଦ। ଘରର ରୋଜଗାରିଆ ବାପା, ସ୍ୱାମୀ ହେଉକି ପୁଅ। ଘରର ସବୁ ଟଙ୍କା ଯାଉଛି ମଦରେ । ମଦ ପିଇବାକୁ  ଚାଉଳ ଓ ଲୁଗାପଟା ବିକ୍ରି କରିଦେଉଛନ୍ତି ଗାଁର ପୁରୁଷମାନେ। ଯେଉଁଥିପାଇଁ ମହିଳାଙ୍କ ଧାରଣା। ମଦ ବିକ୍ରି କରିବାର ନିଆରା ଉପାୟ ... ଟ୍ରକ୍ ଟ୍ୟୁବ୍ ଭିତରେ ମଦ,  ବୋତଲରେ ମଦ,  ଜରି ପାଉଚ୍ ଭିତରେ ମଦ। ଏମିତି ଗାଁରେ ଖୋଲାଖୋଲି ଚାଲିଛି ଦେଶି ମଦର ଚୋରା କାରବାର ।  ଆଉ ଏଥିରେ କବଳିତ ଗାଁର ଶତାଧିକ ପୁରୁଷ। ମଦପିଇ ଗତ କିଛିବର୍ଷ ମଧ୍ୟରେ ଅନେକ ଆରପାରିକୁ ଗଲେଣି।

ନିଜ ସଂସାର ସମ୍ଭାଳିବାକୁ ଅଣ୍ଟା ଭିଡିଛନ୍ତି ମହିଳା, ବାଟକୁ ଆଣିବେ ପୁରୁଷଙ୍କୁ

‘ନିଶା’ ଜୀବନ ନେଉଛି। ସଂସାର ଭାଙ୍ଗୁଛି। କାହା ପାଇଁ ସ୍ବର୍ଗ ସୁଖ ଆଉ କାହାକୁ ଦେଖାଉଛି ନର୍କର ବାଟ। ଏଥିରେ ସମାଜ କବଳିତ ଯେତିକି କଲବଲ ବି ସେତିକି। ତଥାପି ଚୁପ୍ ପୋଲିସ୍। ଅବକାରୀ ବିଭାଗ। ସେଥିପାଇଁ ତ ନିଜ ସଂସାର ସମ୍ଭାଳିବାକୁ ଅଣ୍ଟା ଭିଡିଛନ୍ତି ମହିଳା । ନାରୀ ସ୍ବର୍ବଂ ସ୍ବହା। ସଂସାରକୁ ରକ୍ଷା କରିବାକୁ ଲକ୍ଷ୍ୟ ରଖିଛି ହଟାଇବ ସମାଜରୁ ସୂରା ସାମ୍ରାଜ୍ୟ।  ଜବତ କରିଛନ୍ତି ମଦ। ଥାନା ବାବୁଙ୍କ ଟେବୁଲ ଉପରେ ରଖି ମାଗିଛନ୍ତି ଇନ୍‌ସାଫ୍‌... ସମାଧାନ କର ନହେଲେ ଥାନା ଭିତରେ ହେବ ମଦ ବିରୋଧୀ ମନ୍ଦ ସାମ୍ରାଜ୍ୟର ମୂଳୋତ୍ପାଟନ । 

ପେଷାରେ ଦିନ ମଜୁରିଆ। ଖଟିଲେ, ଖାଇବେ... କି ଦିନ କି ରାତି... ଗୋଟିଏ ଚିନ୍ତା ଘର କେମିତି ଚାଲିବ। ତଥାପି ସେମାନେ ତିଳେ ହେଲେ ଦୁଃଖ ନ  କରି ଖଟନ୍ତି ଆଉ ଖାଆନ୍ତି।  କିନ୍ତୁ ଏବେ ଅଭାବି ସଂସାର ଭିତରେ ଦୁଃଖ ଭରି ଦେଇଛି ଦେଶୀମଦ। ଘରର ରୋଜଗାରିଆ ବାପା, ସ୍ୱାମୀ ହେଉକି ପୁଅ। ଘରର ସବୁ ଟଙ୍କା ଯାଉଛି ମଦରେ । ମଦ ପିଇବାକୁ  ଚାଉଳ ଓ ଲୁଗାପଟା ବିକ୍ରି କରିଦେଉଛନ୍ତି ଗାଁର ପୁରୁଷମାନେ। ଯେଉଁଥିପାଇଁ ମହିଳାଙ୍କ ଧାରଣା। 

ମଦ ବିକ୍ରି କରିବାର ନିଆରା ଉପାୟ ... ଟ୍ରକ୍ ଟ୍ୟୁବ୍ ଭିତରେ ମଦ,  ବୋତଲରେ ମଦ,  ଜରି ପାଉଚ୍ ଭିତରେ ମଦ। ଏମିତି ଗାଁରେ ଖୋଲାଖୋଲି ଚାଲିଛି ଦେଶି ମଦର ଚୋରା କାରବାର ।  ଆଉ ଏଥିରେ କବଳିତ ଗାଁର ଶତାଧିକ ପୁରୁଷ। ମଦପିଇ ଗତ କିଛିବର୍ଷ ମଧ୍ୟରେ ଅନେକ ଆରପାରିକୁ ଗଲେଣି। ହେଲେ ସବୁ ଜାଣି ମଧ୍ୟ ଅବକାରୀ ବିଭାଗ ଚୁପ୍।  ଏମିତି ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି ଆନନ୍ଦପୁର ବ୍ଲକ୍ ସରଦାପୁର ଗାଁର ମହିଳାମାନେ। ସେମାନେ ଗାଁର ତିନିଜଣ ଚୋରା ମଦ ବ୍ୟବସାୟୀଙ୍କ ଠାରୁ ମଦ ଜବଦ କରି ଆନନ୍ଦପୁର ଥାନାରେ ପହଞ୍ଚି  ଅଭିଯୋଗ ଜଣାଇଛନ୍ତି। ତୁରନ୍ତ ଗାଁରେ ମଦ ବ୍ୟବସାୟ ବନ୍ଦ କରିବାକୁ ଦାବି କରିଛନ୍ତି ମହିଳାମାନେ। ଏଠାରେ ପୂର୍ବରୁ ମଦ ପ୍ରଚୁର ପରିମାଣରେ ବିକ୍ରି ହେଉଥିଲା। ହେଲେ ଆନ୍ଦୋଳନ ପରେ ମଦ ୫-୬ ମାସ ହୋଇଯାଇଥିଲା। କିନ୍ତୁ ଏବେ ପୁଣି ଆରମ୍ଭ ହୋଇଗଲାଣି । କେତେକଙ୍କ ଜୀବନ ଗଲାଣି। ସମାଧାନ ଚାହୁଁଥିବା କହିଛନ୍ତି ଗାଁର ସରପଞ୍ଚ। 

ଏଠି ସାବାସୀ ସେହି ମହିଳାଙ୍କୁ ଯିଏ ନିଜ ସଂସାର ବଞ୍ଚାଇବାକୁ ଅଣ୍ଟା ଭିଡିଛନ୍ତି। କାହିଁକିନା ସବୁ ଟଙ୍କା ଯଦି ମଦରେ ଯିବ। ସେମାନେ ଖାଇବେ କଣ। ବଞ୍ଚିବେ କେମିତି। ଆଶା କରାଯାଉଛି ମହିଳାଙ୍କ କଥା ଗୁରୁତ୍ୱ ଦେଇ ଥାନାଅଧିକାରୀ ତୁରନ୍ତ ମଦ ବ୍ୟବସାୟକୁ ବନ୍ଦ କରିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବେ।