ଇଣ୍ଡୋନେସିଆକୁ ହରାଇଲା ଭାରତ
ଭୁବନେଶ୍ୱର, ୨୯।୫ (ତପନ ସ୍ବାଇଁ): ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ୫ମ ଏସୀୟ ମହିଳା ଭଲିବଲ (ଏଭିସି) ଚ୍ୟାଲେଞ୍ଜ କପ୍ରେ ଭାରତୀୟ ଦଳ ମଙ୍ଗଳବାର ଇଣ୍ଡୋନେସିଆକୁ ପରାସ୍ତ କରିଛି। ୫-୮ ସ୍ଥାନ ପାଇଁ ଅନୁଷ୍ଠିତ ଏହି କ୍ଲାସିଫିକେଶନ ମ୍ୟାଚରେ ଭାରତ ୩-୧ (୨୫-୧୬, ୩୦-୩୨, ୨୫-୨୦, ୨୭-୨୫) ସେଟ୍ରେ ବିଜୟୀ ହୋଇଛି। ଭାରତ ବିଜୟରେ ବ୍ଲାକର ସୋର୍ଯ୍ୟା, ସେଟର ଜିନି ଓ ଅନୁଶ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଇଣ୍ଡୋନେସିଆକୁ ହରାଇବାପରେ ଭାରତୀୟ ଦଳ ଏବେ ୫-୬ ସ୍ଥାନ […] The post ଇଣ୍ଡୋନେସିଆକୁ ହରାଇଲା ଭାରତ appeared first on Dharitri Odia News.
ଭୁବନେଶ୍ୱର, ୨୯।୫ (ତପନ ସ୍ବାଇଁ): ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ୫ମ ଏସୀୟ ମହିଳା ଭଲିବଲ (ଏଭିସି) ଚ୍ୟାଲେଞ୍ଜ କପ୍ରେ ଭାରତୀୟ ଦଳ ମଙ୍ଗଳବାର ଇଣ୍ଡୋନେସିଆକୁ ପରାସ୍ତ କରିଛି। ୫-୮ ସ୍ଥାନ ପାଇଁ ଅନୁଷ୍ଠିତ ଏହି କ୍ଲାସିଫିକେଶନ ମ୍ୟାଚରେ ଭାରତ ୩-୧ (୨୫-୧୬, ୩୦-୩୨, ୨୫-୨୦, ୨୭-୨୫) ସେଟ୍ରେ ବିଜୟୀ ହୋଇଛି। ଭାରତ ବିଜୟରେ ବ୍ଲାକର ସୋର୍ଯ୍ୟା, ସେଟର ଜିନି ଓ ଅନୁଶ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଇଣ୍ଡୋନେସିଆକୁ ହରାଇବାପରେ ଭାରତୀୟ ଦଳ ଏବେ ୫-୬ ସ୍ଥାନ ପାଇଁ ଇରାନ ସହ ବୁଧବାର ଖେଳିବ। ଭାରତୀୟ ମହିଳା ଭଲିବଲ ଦଳ ପ୍ରିଲିମିନାରୀ ଷ୍ଟେଜ୍ରେ ଇରାନ ଓ ଚାଇନିଜ ତାଇପେକୁ ହରାଇବା ପରେ ଅଷ୍ଟ୍ରେଲିଆ ଓ ଆୟୋଜକ ଫିଲିପାଇନ୍ସଠାରୁ ଶେଷ ୨ ମ୍ୟାଚରେ ହାରି ଯାଇଥିଲା। ଲିଗ୍ ଓ ନକ୍ଆଉଟ ବିଶିଷ୍ଟ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ, ଚାଇନିଜ ତାଇପେ, ହଂକଂ ଚାଇନା, ଇଣ୍ଡୋନେସିଆ, ଭାରତ, ଇରାନ, ଫିଲିପାଇନ୍ସ, ଭିଏଟ୍ନାମ, ସିଙ୍ଗାପୁର ଓ କାଜାଖସ୍ତାନ ଆଦି ୧୦ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରକାଶଯୋଗ୍ୟ ଯେ, ଭାରତୀୟ ଦଳରେ ଜଣେ ଓଡ଼ିଆ ଖେଳାଳି ସାମିଲ ଅଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱର ସ୍ପୋଟର୍ସ ହଷ୍ଟେଲର ଲିପିକା ଖେସ। ଏହା ବ୍ୟତୀତ ଲୋତକ ବିନ୍ଦୁ ଦାଶ ଭାରତୀୟ ଦଳର କୋଚ୍ ଦାୟିତ୍ୱ ନିର୍ବାହ କରୁଛନ୍ତି।
The post ଇଣ୍ଡୋନେସିଆକୁ ହରାଇଲା ଭାରତ appeared first on Dharitri Odia News.