ଦାନା ବାନ୍ଧୁଛି ଆଉ ଏକ ବାତ୍ୟା: ୨୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା…

ଭୁବନେଶ୍ୱର,୨୩ା୧୧(ଅନିଲ ଦାସ)- ତାମିଲନାଡୁ ଉପକୂଳରେ ଦାନା ବାନ୍ଧୁଛି ଏକ ବାତ୍ୟା । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୫ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଧୀରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି । ୨୮ କିମ୍ବା ୨୯ ତାରିଖ ବେଳକୁ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରି ତାମିଲନାଡୁ କିମ୍ବା ଦକ୍ଷିଣ […] The post ଦାନା ବାନ୍ଧୁଛି ଆଉ ଏକ ବାତ୍ୟା: ୨୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା… appeared first on Dharitri Odia News.

ଦାନା ବାନ୍ଧୁଛି ଆଉ ଏକ ବାତ୍ୟା: ୨୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା…

ଭୁବନେଶ୍ୱର,୨୩ା୧୧(ଅନିଲ ଦାସ)- ତାମିଲନାଡୁ ଉପକୂଳରେ ଦାନା ବାନ୍ଧୁଛି ଏକ ବାତ୍ୟା । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୫ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଧୀରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି । ୨୮ କିମ୍ବା ୨୯ ତାରିଖ ବେଳକୁ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରି ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ତେବେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ବାତ୍ୟାର ରୂପରେଖ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୨୭ରୁ ୩୦ ତାରିଖ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ସୋନପୁର, ସୁନ୍ଦରଗଡ଼ ଆଦି ଜିଲାରେ ବର୍ଷା ହେବାର ସମ୍ଭାବନା ନାହିଁ। ରବିବାରଠାରୁ ପାଗରେ ପରିବର୍ତ୍ତନ ହେବ। ଆକାଶ ମେଘାଚ୍ଛନ୍ନ ରହିବା ସହିତ ରାତ୍ରିର ତାପମାତ୍ରା ବୃଦ୍ଧି ପାଇବ। ଫଳରେ ଶୀତ ହ୍ରାସ ପାଇବ।

The post ଦାନା ବାନ୍ଧୁଛି ଆଉ ଏକ ବାତ୍ୟା: ୨୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା… appeared first on Dharitri Odia News.