ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା; ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍
ଭୁବନେଶ୍ୱର,୨୪ା୭: ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା। ବାପୁଜୀ ନଗର ନିକଟ ରେଳ ଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ଏକ ୱେବ୍ ଚ୍ୟାନେଲରେ କାମ କରୁଥିଲେ। ତେବେ ମହିଳାଜଣକ ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓ ଏବେ ଭାଇରାଲ୍ ହେଉଛି। ମୃତ ସାମ୍ବାଦିକା ମଧୁମିତା ପରିଡ଼ା ବୋଲି ଜଣାପଡ଼ିଛି। ଭିଡିଓରେ ମହିଳା ଜଣକ କହିଛନ୍ତି ”ମା ଏବଂ ସମସ୍ତଙ୍କୁ କ୍ଷମା ମାଗୁଛି। ପାଞ୍ଚ ବର୍ଷ ପ୍ରେମ […] The post ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା; ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍ appeared first on Dharitri Odia News.
ଭୁବନେଶ୍ୱର,୨୪ା୭: ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା। ବାପୁଜୀ ନଗର ନିକଟ ରେଳ ଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ଏକ ୱେବ୍ ଚ୍ୟାନେଲରେ କାମ କରୁଥିଲେ। ତେବେ ମହିଳାଜଣକ ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓ ଏବେ ଭାଇରାଲ୍ ହେଉଛି। ମୃତ ସାମ୍ବାଦିକା ମଧୁମିତା ପରିଡ଼ା ବୋଲି ଜଣାପଡ଼ିଛି।
ଭିଡିଓରେ ମହିଳା ଜଣକ କହିଛନ୍ତି ”ମା ଏବଂ ସମସ୍ତଙ୍କୁ କ୍ଷମା ମାଗୁଛି। ପାଞ୍ଚ ବର୍ଷ ପ୍ରେମ ସମ୍ପର୍କରେ ରହିଲା ପରେ ସେ ବିବାହ କରିଥିଲି। କିନ୍ତୁ ବିବାହ ପରେ ତାଙ୍କର ସ୍ୱାମୀ ତାଙ୍କୁ ଧୋକା ଦେଉଛନ୍ତି। ସେ ଅନ୍ୟ ଜଣଙ୍କ ସହ ସମ୍ପର୍କରେ ଅଛନ୍ତି। ସେ ମୋ ସାଙ୍ଗ ଏବଂ ତାଙ୍କର ସାଙ୍ଗ ସହିତ ରାତି ଗୋଟାଏ, ୨ଟା ଯାଏ କଥା ହେଉଛନ୍ତି। ମୁଁ ଏସବୁ ଜାଣିଗଲି, ଯୋଉଟା ମୋର ସବୁଠୁ ବଡ଼ ଭୁଲ। ଏବେ ମତେ କହୁଛନ୍ତି ତୋ ସହ ମୁଁ ରହିପାରିବିନି। ପାଞ୍ଚ ବର୍ଷର ସମ୍ପର୍କ ପରେ ବିବାହ କରିଥିଲି, ଏବେ କହୁଛନ୍ତି ରହିପାରିବିନି, ତେଣୁ ମୋ ପାଖରେ ଆଉ କିଛି ଉପାୟ ନଥିବାରୁ ମୁ ଏହି ପଦକ୍ଷେପ ନେଉଛି। ମୋତେ କ୍ଷମା କରିଦେବେ। ”
ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
The post ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା; ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍ appeared first on Dharitri Odia News.