ନିଜର ଆସନ ଫାଇନାଲ କଲେ ଚିରାଗ ପାଶୱାନ

ନୂଆଦିଲ୍ଲୀ,୨୦।୩: ଜମୁଇ ଏମ୍‌ପି ଚିରାଗ ପାଶୱାନ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ନିଜର ଆସନ ଫାଇନାଲ କରିଛନ୍ତି। ବୁଧବାର ଚିରାଗ ପାଶୱାନ ନ୍ୟୁଜ ଚ୍ୟାନେଲର ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ କହିଛନ୍ତି ଯେ, ଆଗାମୀ ଦିନରେ ଆମର ଲକ୍ଷ୍ୟ ୪୦୦ ଅତିକ୍ରମ କରିବା। ଏନଡିଏ ତାଙ୍କୁ ପାଞ୍ଚଟି ଆସନ ଦେଇଛି। ତେବେ କିଏ ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇନାହିଁ। ଏହା ଉପରେ ସେ କହିଛନ୍ତି ଯେ ସେ ୪-୫ ଦିନ ମଧ୍ୟରେ ଘୋଷଣା କରିବେ। କେବଳ […] The post ନିଜର ଆସନ ଫାଇନାଲ କଲେ ଚିରାଗ ପାଶୱାନ appeared first on Dharitri Odia News.

ନିଜର ଆସନ ଫାଇନାଲ କଲେ ଚିରାଗ ପାଶୱାନ

ନୂଆଦିଲ୍ଲୀ,୨୦।୩: ଜମୁଇ ଏମ୍‌ପି ଚିରାଗ ପାଶୱାନ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ନିଜର ଆସନ ଫାଇନାଲ କରିଛନ୍ତି। ବୁଧବାର ଚିରାଗ ପାଶୱାନ ନ୍ୟୁଜ ଚ୍ୟାନେଲର ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ କହିଛନ୍ତି ଯେ, ଆଗାମୀ ଦିନରେ ଆମର ଲକ୍ଷ୍ୟ ୪୦୦ ଅତିକ୍ରମ କରିବା। ଏନଡିଏ ତାଙ୍କୁ ପାଞ୍ଚଟି ଆସନ ଦେଇଛି। ତେବେ କିଏ ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇନାହିଁ। ଏହା ଉପରେ ସେ କହିଛନ୍ତି ଯେ ସେ ୪-୫ ଦିନ ମଧ୍ୟରେ ଘୋଷଣା କରିବେ। କେବଳ ଏତିକି ନୁହେଁ ଚିରାଗ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଜେ ହାଜିପୁର ଆସନରୁ ଏନଡିଏ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଚିରାଗ କହିଛନ୍ତି , ସମୟର ପରୀକ୍ଷାରେ କେହି ଭୁଲ କରନ୍ତି ନାହିଁ। ବାର୍ତ୍ତାଳାପରେ ଚିରାଗ ସ୍ପଷ୍ଟ କରିଛନ୍ତି ଯେ, ସେ ହାଜିପୁରରୁ ନିର୍ବାଚନ ଲଢିବେ। ସେ କହିଛନ୍ତି, ରାଜନୀତିରେ ଆସନ ବଣ୍ଟନ ପାଇଁ ସବୁଠାରୁ ବଡ ଆଧାର ହେଉଛି ଜନତା।

The post ନିଜର ଆସନ ଫାଇନାଲ କଲେ ଚିରାଗ ପାଶୱାନ appeared first on Dharitri Odia News.