ନିଜର ଯାତ୍ରାର ନାମ ବଦଳାଇଲେ ରାହୁଲ, ‘ଭାରତ ନ୍ୟାୟ ଯାତ୍ରା’ ବଦଳରେ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

ନୂଆଦିଲ୍ଲୀ,୪।୧: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଯାତ୍ରା କରିବାକୁ ଯାଉଛନ୍ତି। ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାର ନାମ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’। କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ଏହାପୂର୍ବରୁ ଏହି ଯାତ୍ରାର ନାମ ‘ଭାରତ ନ୍ୟାୟ ଯାତ୍ରା’ ରଖାଯାଇଥିଲା। ଜୟରାମ ରମେଶ କହିଛନ୍ତି, ଏହି ଯାତ୍ରା ଜାନୁଆରୀ ୧୪ରୁ ମଣିପୁରର ରାଜଧାନୀ ଇମ୍ଫାଲରୁ ଆରମ୍ଭ ହେବ। କଂଗ୍ରେସ ଅଧ୍ୟକ୍ଷ […] The post ନିଜର ଯାତ୍ରାର ନାମ ବଦଳାଇଲେ ରାହୁଲ, ‘ଭାରତ ନ୍ୟାୟ ଯାତ୍ରା’ ବଦଳରେ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ appeared first on Dharitri Odia News.

ନିଜର ଯାତ୍ରାର ନାମ ବଦଳାଇଲେ ରାହୁଲ, ‘ଭାରତ ନ୍ୟାୟ ଯାତ୍ରା’ ବଦଳରେ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

ନୂଆଦିଲ୍ଲୀ,୪।୧: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଯାତ୍ରା କରିବାକୁ ଯାଉଛନ୍ତି। ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାର ନାମ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’। କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ଏହାପୂର୍ବରୁ ଏହି ଯାତ୍ରାର ନାମ ‘ଭାରତ ନ୍ୟାୟ ଯାତ୍ରା’ ରଖାଯାଇଥିଲା।

ଜୟରାମ ରମେଶ କହିଛନ୍ତି, ଏହି ଯାତ୍ରା ଜାନୁଆରୀ ୧୪ରୁ ମଣିପୁରର ରାଜଧାନୀ ଇମ୍ଫାଲରୁ ଆରମ୍ଭ ହେବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି ଯାତ୍ରାର ଶୁଭାରମ୍ଭ କରିବେ। ସେ କହିଛନ୍ତି , ରାହୁଲ ଗାନ୍ଧୀ ଏହି ଯାତ୍ରା ସମୟରେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ଉପରେ ନିଜର ମତ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିବେ।

୬୭୦୦ କିଲୋମିଟର ଲମ୍ବା ଯାତ୍ରା ୧୫ଟି ରାଜ୍ୟ ଦେଇ ଯିବ। ଏହି ସମୟ ମଧ୍ୟରେ ରାହୁଲ ବସ୍‌ ଯୋଗେ କରିବେ ଏବଂ ବେଳେ ବେଳେ ପଦଯାତ୍ରା କରିବେ। ଏହି ଯାତ୍ରାରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳକୁ ମଧ୍ୟ ନିମନ୍ତ୍ରଣ କରାଯିବ।

 

The post ନିଜର ଯାତ୍ରାର ନାମ ବଦଳାଇଲେ ରାହୁଲ, ‘ଭାରତ ନ୍ୟାୟ ଯାତ୍ରା’ ବଦଳରେ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ appeared first on Dharitri Odia News.