ନିଜେ ଗାଡି ଡ୍ରାଇଭ୍ କରି ମୋଦିଙ୍କୁ ବୁଲାଇଲେ ପୁଟିନ୍
ମସ୍କୋ,୯।୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ରୁଷିଆ ଗସ୍ତରେ ଯାଇ ମସ୍କୋରେ ପହଞ୍ଚତ୍ଛନ୍ତି। ସେ ମଙ୍ଗଳବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସହ ଦ୍ୱିପାକ୍ଷିକ, ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଓ୍ବାନ୍-ଅନ୍-ଓ୍ବାନ୍ ଆଲୋଚନା କାର୍ଯ୍ୟକ୍ରମ କରିଥିବା କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାତ୍ରୀ ଭୋଜନ ପାଇଁ ତାଙ୍କ ସରକାରୀ ବାସଭବନରେ ପହଞ୍ଚିବା ପରେ ରୁଷିଆର ରାଷ୍ଟ୍ରପତି ତାଙ୍କୁ ସ୍ବାଗତ କରିଥିଲେ। ରାତ୍ରୀ ଭୋଜନ […] The post ନିଜେ ଗାଡି ଡ୍ରାଇଭ୍ କରି ମୋଦିଙ୍କୁ ବୁଲାଇଲେ ପୁଟିନ୍ appeared first on Dharitri Odia News.
ମସ୍କୋ,୯।୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ରୁଷିଆ ଗସ୍ତରେ ଯାଇ ମସ୍କୋରେ ପହଞ୍ଚତ୍ଛନ୍ତି। ସେ ମଙ୍ଗଳବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସହ ଦ୍ୱିପାକ୍ଷିକ, ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଓ୍ବାନ୍-ଅନ୍-ଓ୍ବାନ୍ ଆଲୋଚନା କାର୍ଯ୍ୟକ୍ରମ କରିଥିବା କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାତ୍ରୀ ଭୋଜନ ପାଇଁ ତାଙ୍କ ସରକାରୀ ବାସଭବନରେ ପହଞ୍ଚିବା ପରେ ରୁଷିଆର ରାଷ୍ଟ୍ରପତି ତାଙ୍କୁ ସ୍ବାଗତ କରିଥିଲେ। ରାତ୍ରୀ ଭୋଜନ ପରେ ପୁଟିନ ଏକ ଗଲ୍ଫ କାର୍ଟରେ ମୋଦିଙ୍କୁ ନେଇ ସରକାରୀ ବାସଭବନରେ ବୁଲିବାକୁ ଯାଇଥିଲେ। ଏହି ସମୟରେ ପୁଟିନ ନିଜେ ଗଲ୍ଫ କାର୍ଟ ଚଳାଇଥିଲେ।
୨୨ତମ ଭାରତ-ରୁଷିଆ ବାର୍ଷିକ ସମିଟ୍ରେ ପୁଟିନ୍ଙ୍କ ସହ ମୋଦି ସହ ଅଧ୍ୟକ୍ଷତା କରିବେ। ତେବେ ସେମାନେ ପ୍ରେସ୍କୁ କୌଣସିି ବିବୃତି ଦେବେନାହିଁ ବୋଲି କ୍ରେମ୍ଲିନ୍ ପକ୍ଷରୁ କୁହାଯାଇଛି। ଉକ୍ତ ସମିଟ୍ରେ ଆର୍ଥତ୍କ କାର୍ଯ୍ୟସୂଚୀ ପ୍ରମୁଖ ସ୍ଥାନ ନେବାକୁ ଥିବାବେଳେ ୟୁକ୍ରେନ୍ ସହ ଲାଗିରହିଥିବା ଯୁଦ୍ଧ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇପାରେ। ଯୁଦ୍ଧକ୍ଷେତ୍ରରୁ ସମାଧାନ ବାହାରିପାରିବ ନାହିଁ ବୋଲି ମୋଦି ପୁଟିନ୍ଙ୍କୁ ଅବଗତ କରାଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
ସୋମବାର ମୋଦି ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବା ପରେ ରାଷ୍ଟ୍ରପତି ପୁଟିନ୍ଙ୍କ ନୋଭୋ-ଓଗାରେଭୋସ୍ଥିତ ବାସଭବନରେ ପହଞ୍ଚତ୍ଥିଲେ। ତାଙ୍କ ସମ୍ମାନାର୍ଥେ ପୁଟିନ୍ ନୈଶ୍ୟଭୋଜିର ଆୟୋଜନ କରିଥିଲେ। ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବାରୁ ପୁଟିନ୍ ପ୍ରଥମେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସରକାରର ମୁଖ୍ୟ ଭାବେ ଏହା ଆପଣଙ୍କ ବହୁ ବର୍ଷର କାର୍ଯ୍ୟର ଫଳ ବୋଲି ପୁଟିନ୍ କହିଥିଲେ। ଭାରତ ବିଶ୍ୱ ଅର୍ଥନୀତିରେ ନିଶ୍ଚୟ ତୃତୀୟ ସ୍ଥାନରେ ପହଞ୍ଚତ୍ବ ବୋଲି ଏହି ଅବସରରେ ରୁଷିଆ ରାଷ୍ଟ୍ରପତି କହିଥିଲେ।
The post ନିଜେ ଗାଡି ଡ୍ରାଇଭ୍ କରି ମୋଦିଙ୍କୁ ବୁଲାଇଲେ ପୁଟିନ୍ appeared first on Dharitri Odia News.