ନିଟ୍ ପେପର୍ ଲିକ୍ ମାମଲାରେ ପାଟନା ଏମ୍ସ୍ର ୪ ଏମ୍ବିବିଏସ୍ ଛାତ୍ର ଅଟକ
ନୂଆଦିଲ୍ଲୀ : ନିଟ୍ ପେପର ଲିକ୍ ମାମଲାରେ ପାଟନା ଏମ୍ସ୍ର ୪ ଜଣ ଏମ୍ବିବିଏସ୍ ଛାତ୍ରଙ୍କୁ ସିବିଆଇ ଅଟକ ରଖି ଜେରା କରୁଛି। ତଦନ୍ତ କରୁଥିବା ବେଳେ ପାଟନା ଏମ୍ସ୍ର ୩ ଜଣ ତୃତୀୟ ବର୍ଷର ଛାତ୍ର ଏବଂ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ସିବିଆଇ ଉଠାଇ ଆଣିଥିଲା। ଏହି ଛାତ୍ରମାନେ ୨୦୨୧ ବ୍ୟାଚ୍ର ଚନ୍ଦନ ସିଂହ, ରାହୁଲ ଆନନ୍ଦ, କରନ ଜୈନ ଏବଂ କୁମାର ସାନୁ। ସେମାନଙ୍କ ରୁମ୍ ସିବିଆଇ ସିଲ୍ କରିଛି ଏବଂ ମୋବାଇଲ […]

ନୂଆଦିଲ୍ଲୀ : ନିଟ୍ ପେପର ଲିକ୍ ମାମଲାରେ ପାଟନା ଏମ୍ସ୍ର ୪ ଜଣ ଏମ୍ବିବିଏସ୍ ଛାତ୍ରଙ୍କୁ ସିବିଆଇ ଅଟକ ରଖି ଜେରା କରୁଛି। ତଦନ୍ତ କରୁଥିବା ବେଳେ ପାଟନା ଏମ୍ସ୍ର ୩ ଜଣ ତୃତୀୟ ବର୍ଷର ଛାତ୍ର ଏବଂ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ସିବିଆଇ ଉଠାଇ ଆଣିଥିଲା। ଏହି ଛାତ୍ରମାନେ ୨୦୨୧ ବ୍ୟାଚ୍ର ଚନ୍ଦନ ସିଂହ, ରାହୁଲ ଆନନ୍ଦ, କରନ ଜୈନ ଏବଂ କୁମାର ସାନୁ। ସେମାନଙ୍କ ରୁମ୍ ସିବିଆଇ ସିଲ୍ କରିଛି ଏବଂ ମୋବାଇଲ ଫୋନ୍ ଓ ଲ୍ୟାପଟପ୍ ଜବତ କରିଛି। ମିଳିଥିବା ସୂଚନାନୁଯାୟୀ ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି ଯେ ଏହି ୪ ଛାତ୍ର ଲିକ୍ ହୋଇଥିବା ପ୍ରଶ୍ନପତ୍ରର ଉତ୍ତର ପ୍ରସ୍ତୁତ କରିବାରେ ମାଫିଆଙ୍କୁ ସହଯୋଗ କରିଥିଲେ। ପାଟନା ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଡା ଗୋପାଳ କୃଷ୍ଣ ପାଲ୍ କହିଛନ୍ତି, ଘଟଣାରେ ଏଯାବତ କୌଣସି ଡାକ୍ତର ଗିରଫ ହୋଇନାହାନ୍ତି। କିନ୍ତୁ ୪ ଜଣ ଛାତ୍ରଙ୍କୁ ସିବିଆଇ ଟିମ୍ ଜେରା ପାଇଁ ନେଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଡାକ୍ତର ଗୋପାଳ କୃଷ୍ଣ କହିଛନ୍ତି, ନିଟ୍ ପେପର୍ ଲିକ୍ ମାମଲାରେ ଛାତ୍ରମାନେ କିଭଳି ସମ୍ପୃକ୍ତ ତାହା ଆମେ ଜାଣିନାହୁଁ। ସେମାନେ ଦୋଷୀ କି ନା’ ତାହା ଆମେ କହିପାରିବୁ ନାହିଁ।