ନିଟ୍-ୟୁଜି ପେପର ଲିକ୍ ପର୍ଦ୍ଦାଫାସ୍; ୩୨ ଲକ୍ଷ ଟଙ୍କାରେ ଡିଲ୍‌କୁ ମାନିଲା ମାଷ୍ଟରମାଇଣ୍ଡ୍ ଅମିତ୍ ଆନନ୍ଦ

ନୂଆଦିଲ୍ଲୀ: ଦେଶରେ ବିଗିଡ଼ିଗଲାଣି ଶିକ୍ଷା ବ୍ୟବସ୍ଥାର ସ୍ବାସ୍ଥ୍ୟ ? ନିଟ୍‌-ୟୁଜି ହେଉ କି ୟୁଜିସି ନେଟ୍‌ ପରୀକ୍ଷା, ସବୁଥିରେ ଅନିୟମିତତା ଅଭିଯୋଗ । ଏହାରି ଭିତରେ ନିଟ-ୟୁଜି ପରୀକ୍ଷାରେ ପେପର ଲିକକୁ ନେଇ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି । ପେପର ଲିକ୍‌ର ମାଷ୍ଟରମାଇଣ୍ଡ ବିହାରର ଅମିତ୍ ଆନନ୍ଦ ମଧ୍ୟ ଏହା ସ୍ବୀକାର କରିଛି । ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପେପର ଲିକ୍‌ ହୋଇଥିଲା ବୋଲି କହିବା ସହ ଏହାକୁ ୩୦-୩୨ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ମାନିଛି ଅମିତ୍ । ସେପଟେ ବିହାରରୁ ନିଟ୍ ପେପର ଲିକ୍‌ ସହ ଜଡ଼ିତ ୪ ଜଣଙ୍କୁ ଗିରଫ କରାଯାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର କାର୍ଯ୍ୟକାରିତା ଉପରେ ଉଠିଛି ବିରାଟ ପ୍ରଶ୍ନବାଚୀ । ମେଡିକାଲ ପ୍ରବେଶିକା ପରୀକ୍ଷାରେ ପେପର ଲିକ୍‌କୁ ନେଇ ହାଇଡ୍ରାମା ହୋଇଛି । ବିହାରରେ ରହିଛି ପେପର ଲିକର କନେକ୍ସନ । ସେପେଟେ ପେପର ଲିକ୍ ପଛରେ ରାଜନେତାଙ୍କ ସଂପୃକ୍ତିକୁ ନେଇ ଉଠିଲାଣି ଅଭିଯୋଗ । ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଧୀରେ ଧୀରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।  ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଗୁରୁବାର ଦିନ ଦାବି କରିଛନ୍ତି, ଯେ ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ମାମଲାର ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବଙ୍କ ସହଯୋଗୀଙ୍କ ହାତ ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସିହ୍ନା ଦାବି

ନିଟ୍-ୟୁଜି ପେପର ଲିକ୍ ପର୍ଦ୍ଦାଫାସ୍; ୩୨ ଲକ୍ଷ ଟଙ୍କାରେ ଡିଲ୍‌କୁ ମାନିଲା ମାଷ୍ଟରମାଇଣ୍ଡ୍ ଅମିତ୍ ଆନନ୍ଦ

ନୂଆଦିଲ୍ଲୀ: ଦେଶରେ ବିଗିଡ଼ିଗଲାଣି ଶିକ୍ଷା ବ୍ୟବସ୍ଥାର ସ୍ବାସ୍ଥ୍ୟ ? ନିଟ୍‌-ୟୁଜି ହେଉ କି ୟୁଜିସି ନେଟ୍‌ ପରୀକ୍ଷା, ସବୁଥିରେ ଅନିୟମିତତା ଅଭିଯୋଗ । ଏହାରି ଭିତରେ ନିଟ-ୟୁଜି ପରୀକ୍ଷାରେ ପେପର ଲିକକୁ ନେଇ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି । ପେପର ଲିକ୍‌ର ମାଷ୍ଟରମାଇଣ୍ଡ ବିହାରର ଅମିତ୍ ଆନନ୍ଦ ମଧ୍ୟ ଏହା ସ୍ବୀକାର କରିଛି । ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପେପର ଲିକ୍‌ ହୋଇଥିଲା ବୋଲି କହିବା ସହ ଏହାକୁ ୩୦-୩୨ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ମାନିଛି ଅମିତ୍ । ସେପଟେ ବିହାରରୁ ନିଟ୍ ପେପର ଲିକ୍‌ ସହ ଜଡ଼ିତ ୪ ଜଣଙ୍କୁ ଗିରଫ କରାଯାଇଛି । 

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର କାର୍ଯ୍ୟକାରିତା ଉପରେ ଉଠିଛି ବିରାଟ ପ୍ରଶ୍ନବାଚୀ । ମେଡିକାଲ ପ୍ରବେଶିକା ପରୀକ୍ଷାରେ ପେପର ଲିକ୍‌କୁ ନେଇ ହାଇଡ୍ରାମା ହୋଇଛି । ବିହାରରେ ରହିଛି ପେପର ଲିକର କନେକ୍ସନ । ସେପେଟେ ପେପର ଲିକ୍ ପଛରେ ରାଜନେତାଙ୍କ ସଂପୃକ୍ତିକୁ ନେଇ ଉଠିଲାଣି ଅଭିଯୋଗ । ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଧୀରେ ଧୀରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।  

ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଗୁରୁବାର ଦିନ ଦାବି କରିଛନ୍ତି, ଯେ ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ମାମଲାର ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବଙ୍କ ସହଯୋଗୀଙ୍କ ହାତ ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସିହ୍ନା ଦାବି କରିଛନ୍ତି, ତେଜସ୍ୱୀ ଯାଦବଙ୍କ ସହଯୋଗୀ ପ୍ରୀତମ କୁମାର ବିହାର ସଡ଼କ ନିର୍ମାଣ ବିଭାଗ (ଆରସିଡି)ର ଜଣେ କର୍ମଚାରୀ ସିକନ୍ଦର ପ୍ରସାଦଙ୍କ ପାଇଁ ଏକ କୋଠରୀ ବୁକ୍ କରିବା ପାଇଁ ଡାକିଥିଲେ । ସିକନ୍ଦର ପ୍ରସାଦ ହେଉଛନ୍ତି ଜଣେ ଇଞ୍ଜିନିୟର,  ଯିଏକି ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତିରେ ଜଣେ ମନ୍ତ୍ରୀ ଜୀଙ୍କ ସଂଯୋଗ ରହିଛି ବୋଲି ଖୁଲାସା କରିଥିଲେ। ସେପଟେ ଅନ୍ୟତମ ଅଭଯୁକ୍ତ ଅନୁରାଗ ଯାଦବ ମଧ୍ୟ ମାନିଛନ୍ତି ଯେ, ପରୀକ୍ଷା ପଡ଼ିଥିବା ପ୍ରଶ୍ନ ତାଙ୍କୁ ମିଳିଥିବା ପ୍ରଶ୍ନ ପତ୍ର ସହ ମେଳ ଖାଉଛି । ୪ ଅଭିଯୁକ୍ତ ସ୍ବୀକାର କରିଛନ୍ତି ତାଙ୍କୁ ପରୀକ୍ଷାର ପୂର୍ବତନ ଦିନ ପେପର ମିଳିଥିଲା । ଏହି ମାମଲାରେ ବିହାର ଇଓୟୁ ତଦନ୍ତ କରୁଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଳୟ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛି । 

ତେବେ ନିଟ-ୟୁଜି ପରୀକ୍ଷା ମେ’ ୫ ୨୦୨୪ରେ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ ଦେଶର ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।  ଜୁନ୍‌ ୧୪ରେ ରେଜଲ୍ଟ ଆସିବ ବୋଲି ଅନୁମାନ କରାଯାଉଥିବା ବେଳେ ନିଟ୍‌ ପରୀକ୍ଷା ଫଳ ଜୁନ୍‌ ୪ରେ ପ୍ରକାଶ କରିଥିଲା ଏନଟିଏ । ନିଟ୍‌ ପରୀକ୍ଷାଫଳ ବାହାରିବା ପରେ ଆଶ୍ଚର୍ଯ୍ୟଜନକ ଭାବରେ ୬୭ ପରୀକ୍ଷାର୍ଥୀ ୭୨୦ରୁ ୭୨୦ ମାର୍କ ରଖିବା ପରେ ବିବାଦ ବଢ଼ିଥିଲା । ଏହା ପରେ ଅନିୟମତତାକୁ ନେଇ ଗୋଟିଏ ଗୋଟିଏ ଫର୍ଦ୍ଦ ଆସିବାରେ ଲାଗିଛି ।