୩ ରାଜ୍ୟସଭା ସିଟ୍ ପାଇଁ କାହାକୁ ବାଛିବ ବିଜେଡି ?
କିଏ ଯିବେ ରାଜ୍ୟସଭା। ଖାଲି ପଡୁଥିବା ୩ ରାଜ୍ୟସଭା ସିଟ୍ ପାଇଁ ବିଜେଡି କାହାକୁ ବାଛିବ। ପ୍ରାର୍ଥିପତ୍ର ଦାଖଲକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବାବେଳେ ପାୱାର କରିଡରରେ ହଲଚଲ୍।
ରାଜ୍ୟସଭା ରେସ୍ ପାଇଁ ଏକାଧିକ ଆଶାୟୀ। ଅଙ୍କ କଷୁଛି ବିଜେଡି। ନାଁ କୁ ନେଇ ବଢୁଛି ଚର୍ଚ୍ଚା। କେଉଁ ବର୍ଗକୁ ଟିକଟ୍ ଦେଲେ ସାଧାରଣ ନିର୍ବାଚନରେ ଦଳକୁ ମିଳିବ ଫାଇଦା ତାକୁ ଦିଆଯାଉଛି ଗୁରୁତ୍ୱ। କାରଣ ଦୁଇ ମାସ ପରେ ସାଧାରଣ ନିର୍ବାଚନ। ତେବେ ଗତକାଲି ବିଜେଡିରେ ଯୋଗ ଦେଇଥିବା ସଂତୃପ୍ତ ମିଶ୍ରଙ୍କ ନାଁ ସବୁଠୁ ଆଗରେ। ଦଳରେ ମିଶୁ ମିଶୁ ତାଙ୍କୁ ମିଳିଛି ଜାତୀୟ ମୁଖପାତ୍ର ପଦବୀ। ଅର୍ଥାତ ଦିଲ୍ଲୀସ୍ତରର ଦଳୀୟ ପଦବୀ ମିଳିଥିବାରୁ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ପୁରୀ ସାଂସଦ ପିନାକୀ ମିଶ୍ର ଏଥର ଲୋକସଭା ନିର୍ବାଚନ ନ ଲଢି ରାଜ୍ୟସଭାକୁ ଯାଇପାରନ୍ତି। ଏହାବାଦ୍ ଭାଷା ଓ ସାହିତ୍ୟ କ୍ଷେତ୍ରରୁ ତୃତୀୟ ପ୍ରାର୍ଥୀଙ୍କୁ ଦଳ ପଠାଇପାରେ ବୋଲି ଚର୍ଚ୍ଚା ହେଉଛି।