ନିତିଶ କୁମାର ଅସୁସ୍ଥ, ପାଟନା ମେଦାନ୍ତ ହସ୍ପିଟାଲେରେ କରାଇଲେ ଚିକିତ୍ସା

ପାଟନା ୧୫।୬: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶନିବାର ଅଚାନକ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ପାଟନାସ୍ଥିତ ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିଲା। କୁହାଯାଉଛି ଶୁକ୍ରବାରଠାରୁ ତାଙ୍କ ହାତରେ ଭୀଷଣ ଯନ୍ତ୍ରଣା ହେଉଥିଲା। ହସ୍ପିଟାଲର ଅର୍ଥୋପେଡିକ୍ସ ବିଭାଗରେ ତାଙ୍କର ଚେକଅପ କରାଯାଇଛି। ଯାଞ୍ଚ ପରେ ମୁଖ୍ୟନ୍ତ୍ରୀ ଘରକୁ ଫେରିଯାଇଛନ୍ତି। ଶୁକ୍ରବାର ବିହାର ମନ୍ତ୍ରୀମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଥିଲା, ନିତିଶ ସେତେବେଳେ ମନ୍ତ୍ରୀମାନଙ୍କୁ ତାଙ୍କ ହାତର ଯନ୍ତ୍ରଣା କଥା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପକ୍ଷରୁ କୁହାଯାଇଛି ଯେ ନିତିଶ ରୁଟିନ ଚେକଅପ ପାଇଁ ହସ୍ପିଟାଲ ଯାଇଥିଲେ। ଚେକଅପ ପରେ ସେ ହସ୍ପିଟାଲରୁ ଫେରି ଆସିଥିବା ଓ ଘରେ ତାଙ୍କ ଅଫିସ କାମ କରୁଥିବା କୁହାଯାଇଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗତ କିଛି ସମୟ ହେଲା ଲୋକସଭା ନିର୍ବାଚନରେ ବ୍ୟସ୍ତ ଥିଲେ। ଏନଡିଏର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଦଳ ହିସାବରେ ତାଙ୍କ ଦଳ ଜେଡିୟୁ କେନ୍ଦ୍ର ସରକାରରେ ଏବେ ଦାୟିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୁକ୍ରବାର ଦିଲ୍ଲୀରୁ ଫେରିଥିଲେ ଓ ରାଜ୍ୟକୁ ପହଞ୍ଚିବା ପରେ ମନ୍ତ୍ରୀମଣ୍ଡଳ ବୈଠକ ଆୟୋଜନ କରିଥିଲେ। ବୈଠକରେ ବେକାରୀ ଭତ୍ତା ଓ ସରକାରୀ କର୍ମଚାରୀଙ୍କ ବାସଗୃହ ଭତ୍ତା ଆଦି ୨୫ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଥିଲା। ଜୁନ ୨୯ ତାରିଖ ଦିନ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ

ନିତିଶ କୁମାର ଅସୁସ୍ଥ, ପାଟନା ମେଦାନ୍ତ ହସ୍ପିଟାଲେରେ କରାଇଲେ ଚିକିତ୍ସା

ପାଟନା ୧୫।୬: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶନିବାର ଅଚାନକ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ପାଟନାସ୍ଥିତ ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିଲା। କୁହାଯାଉଛି ଶୁକ୍ରବାରଠାରୁ ତାଙ୍କ ହାତରେ ଭୀଷଣ ଯନ୍ତ୍ରଣା ହେଉଥିଲା। ହସ୍ପିଟାଲର ଅର୍ଥୋପେଡିକ୍ସ ବିଭାଗରେ ତାଙ୍କର ଚେକଅପ କରାଯାଇଛି। ଯାଞ୍ଚ ପରେ ମୁଖ୍ୟନ୍ତ୍ରୀ ଘରକୁ ଫେରିଯାଇଛନ୍ତି। ଶୁକ୍ରବାର ବିହାର ମନ୍ତ୍ରୀମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଥିଲା, ନିତିଶ ସେତେବେଳେ ମନ୍ତ୍ରୀମାନଙ୍କୁ ତାଙ୍କ ହାତର ଯନ୍ତ୍ରଣା କଥା କହିଥିଲେ। 

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପକ୍ଷରୁ କୁହାଯାଇଛି ଯେ ନିତିଶ ରୁଟିନ ଚେକଅପ ପାଇଁ ହସ୍ପିଟାଲ ଯାଇଥିଲେ। ଚେକଅପ ପରେ ସେ ହସ୍ପିଟାଲରୁ ଫେରି ଆସିଥିବା ଓ ଘରେ ତାଙ୍କ ଅଫିସ କାମ କରୁଥିବା କୁହାଯାଇଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗତ କିଛି ସମୟ ହେଲା ଲୋକସଭା ନିର୍ବାଚନରେ ବ୍ୟସ୍ତ ଥିଲେ। ଏନଡିଏର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଦଳ ହିସାବରେ ତାଙ୍କ ଦଳ ଜେଡିୟୁ କେନ୍ଦ୍ର ସରକାରରେ ଏବେ ଦାୟିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। 

ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୁକ୍ରବାର ଦିଲ୍ଲୀରୁ ଫେରିଥିଲେ ଓ ରାଜ୍ୟକୁ ପହଞ୍ଚିବା ପରେ ମନ୍ତ୍ରୀମଣ୍ଡଳ ବୈଠକ ଆୟୋଜନ କରିଥିଲେ। ବୈଠକରେ ବେକାରୀ ଭତ୍ତା ଓ ସରକାରୀ କର୍ମଚାରୀଙ୍କ ବାସଗୃହ ଭତ୍ତା ଆଦି ୨୫ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଥିଲା। ଜୁନ ୨୯ ତାରିଖ ଦିନ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆହ୍ୱାନ କରିଛି। ଏବେ ଏହି ବୈଠକ ପାଇଁ ପ୍ରସ୍ତୁତି ବି ଚାଲିଛି। ରାଜ୍ୟରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ନିତିଶ ଅସୁସ୍ଥ ହୋଇଥିବାର ଖବର ଆସିଥିଲା। ତେବେ ପରେ ସେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଲାଗି ପଡିଥିଲେ।