ନିଦ ଓ ହୃଦୟ

ଆଜିକାଲିର ଲାଇଫ୍‌ ଷ୍ଟାଇଲ ପାଇଁ ଆମେ ସବୁବେଳେ ଆମ ନିଦକୁ ଅଣଦେଖା କରିଥାଉ । ହେଲେ ଏହା ବର୍ତ୍ତମାନ ଅନେକ ଲୋକଙ୍କ ପାଇଁ ବିଭିନ୍ନ ସମସ୍ୟାର କାରଣ ସାଜିଛି । ଏହା ଆମମାନଙ୍କର ଓଭରାଲ ହେଲ୍‌ଥ ସହ ସମସ୍ତ ଅଙ୍ଗ ଉପରେ ନିଜର ନକରାତ୍ମକ ପ୍ରଭାବ ପକାଉଛି । ତେବେ ନିଦ୍ରାହୀନତାର ସବୁଠାରୁ ଅଧିକ ପ୍ରଭାବ ଆମର ହାର୍ଟ ହେଲ୍‌ଥ ଉପରେ ପଡିଥାଏ । ଏହା ବିଭିନ୍ନ ଢଙ୍ଗରେ ଆମର ହାର୍ଟ ହେଲ୍‌ଥ ଉପରେ ପ୍ରଭାବ ପକାଇଥାଏ […]

ନିଦ ଓ ହୃଦୟ
ନିଦ ଓ ହୃଦୟ

ଆଜିକାଲିର ଲାଇଫ୍‌ ଷ୍ଟାଇଲ ପାଇଁ ଆମେ ସବୁବେଳେ ଆମ ନିଦକୁ ଅଣଦେଖା କରିଥାଉ । ହେଲେ ଏହା ବର୍ତ୍ତମାନ ଅନେକ ଲୋକଙ୍କ ପାଇଁ ବିଭିନ୍ନ ସମସ୍ୟାର କାରଣ ସାଜିଛି । ଏହା ଆମମାନଙ୍କର ଓଭରାଲ ହେଲ୍‌ଥ ସହ ସମସ୍ତ ଅଙ୍ଗ ଉପରେ ନିଜର ନକରାତ୍ମକ ପ୍ରଭାବ ପକାଉଛି । ତେବେ ନିଦ୍ରାହୀନତାର ସବୁଠାରୁ ଅଧିକ ପ୍ରଭାବ ଆମର ହାର୍ଟ ହେଲ୍‌ଥ ଉପରେ ପଡିଥାଏ । ଏହା ବିଭିନ୍ନ ଢଙ୍ଗରେ ଆମର ହାର୍ଟ ହେଲ୍‌ଥ ଉପରେ ପ୍ରଭାବ ପକାଇଥାଏ ।
– ରକ୍ତଚାପ ବଢାଇଥାଏ
ଏହା ଆମର ରକ୍ତଚାପ ବଢାଇବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ଯାହାଫଳରେ ବର୍ଦ୍ଧିତ ରକ୍ତଚାପର ପ୍ରଭାବ ଆମର ହାର୍ଟ ହେଲ୍‌ଥ ଉପରେ ଅଧିକ ପଡିଥାଏ । ଏହା ଦ୍ୱାରା ବିଭିନ୍ନ ସମସ୍ୟା ଯେପରି ହାର୍ଟ ଆଟାକ୍‌, ହାର୍ଟ ଷ୍ଟ୍ରୋକ ଆଦିର ସମସ୍ୟା ବଢିଥାଏ ।
– ଷ୍ଟ୍ରେସ ହର୍ମୋନକୁ ବଢାଏ
ନିଦ୍ରାରେ ଅଭାବ ଆମର ଷ୍ଟ୍ରେସ ହର୍ମୋନକୁ ବଢାଇଥାଏ । ଅତ୍ୟଧିକ ଷ୍ଟ୍ରେସ ଆମ ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ଏହା ହାର୍ଟ ଆଟାକ୍‌ର ରିସ୍କକୁ ବଢାଇଥାଏ । ଆମେ ଯେତେ ଶୋଇବା ଆମର ଷ୍ଟ୍ରେସ ଲେବଲ ସେତେ କମ ରହିବ ।
– ଓଜନ ବୃଦ୍ଧି
ଭଲ ନିଦର ପ୍ରଭାବ ଆମର ମେଟାବଲିଜିମ୍‌ ଉପରେ ରହିଥାଏ । ଯଦି ଆମର ଭଲ ନିଦ ନ ହେଉଛି ତେବେ ଏହା ଆମର ମେଟାବଲିଜିମ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ଏହା ଆମର ଓଜନ ବଢାଇଥାଏ ଏବଂ ମେଦବହୁଳତାର କାରଣ ସାଜିଥାଏ । ମେଦବହୁଳତା ଆମ ହାର୍ଟ ହେଲ୍‌ଥ ପାଇଁ ଖୁବ ନକରାତ୍ମକ ହୋଇଥାଏ ।
– ଇନ୍‌ସୁଲିନ୍‌ ନିୟନ୍ତ୍ରଣ ଉପରେ ପ୍ରଭାବ
ଏହାର ଖରାପ ପ୍ରଭାବ ଆମର ଇନ୍‌ସୁଲିନ୍‌ ସେନ୍ସିଟିଭିଟି ଉପରେ ମଧ୍ୟ ପଡିଥାଏ । ଏହାସହିତ ଗ୍ଲìକୋଜ୍‌ ମେଟାବଲିଜିମ୍‌ ଉପରେ ମଧ୍ୟ ପ୍ରଭାବ ପଡିଥାଏ, ଯାହାଫଳରେ ଟାଇପ୍‌ ୨ ଡାଇବେଟିସ୍‌ ହେବାର ସମ୍ଭାବନା ବଢିଥାଏ ।