ଭାରତକୁ ବିଶ୍ୱକପ ଜିତାଇଥିଲେ, ଏବେ ପାକିସ୍ତାନର କୋଚ୍‌ ହେଲେ

ଉଭୟ ଦିନିକିଆ ଓ ଟି-୨୦ ପାଇଁ ପାକିସ୍ତାନ ନୂଆ କୋଚ୍‌ ଭାବେ ଗ୍ୟାରୀ କ୍ରିର୍ଷ୍ଟେନଙ୍କୁ ନିଯୁକ୍ତି ଦେଇଛି।

ଭାରତକୁ ବିଶ୍ୱକପ ଜିତାଇଥିଲେ, ଏବେ ପାକିସ୍ତାନର କୋଚ୍‌ ହେଲେ

ଟି-୨୦ ଓ୍ୱାର୍ଲ୍ଡ କପ୍‌ ୨୦୨୪ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡରେ ବଡଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନ ଟିମ୍‌ ତା’ର କୋଚ୍‌ ବଦଳାଇଛି। ଉଭୟ ଦିନିକିଆ ଓ ଟି-୨୦ ପାଇଁ ପାକିସ୍ତାନ ନୂଆ କୋଚ୍‌ ଭାବେ ଗ୍ୟ।।ରୀ କ୍ରିର୍ଷ୍ଟେନଙ୍କୁ ନିଯୁକ୍ତି ଦେଇଛି।

ଗ୍ୟାରୀ କ୍ରିର୍ଷ୍ଟେନ ଏହାପୂର୍ବରୁ ୨୦୧୧ରେ ଟିମ୍ ଇଣ୍ଡିଆକୁ ଦିନିକିଆରେ ଓ୍ୱାର୍ଲ୍ଡ କପ୍‌ ବିଜେତା କରାଇଥିଲେ। ଏବେ ଟି-୨୦ ବିଶ୍ୱକପ୍ ପୂର୍ବରୁ ଗ୍ୟାରୀ କ୍ରିର୍ଷ୍ଟେନଙ୍କୁ କୋଚ୍ ଭାବେ ନିଯୁକ୍ତି ଦେଇ ପାକିସ୍ତାନ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ରହିଛି।

ସେହିଭଳି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଜେସନ୍‌ ଗିଲେସ୍ପିଙ୍କୁ ଟେଷ୍ଟ ମ୍ୟାଚ୍ ପାଇଁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଛି। ପାକିସ୍ତାନର ପୂର୍ବତନ କ୍ରିକେଟର ଅଜହର ମହମୁଦଙ୍କୁ ତିନୋଟି ଫର୍ମାଟରେ ଦଳର ଆସିଷ୍ଟାଣ୍ଟ୍‌ କୋଚ୍‌ କରାଯାଇଛି। ସମସ୍ତ ତିନୋଟି କୋଚ୍‌କାର୍ଯ୍ୟକାଳ ଦୁଇ ବର୍ଷ ଲେଖାଏଁ ରହିବ। ଜୁନ୍ ୧ ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍‌ରେ ଟି -୨୦ ବିଶ୍ୱକପ୍ ଖେଳାଯିବ।

ଗ୍ୟାରୀ କ୍ରିର୍ଷ୍ଟେନ ବର୍ତ୍ତମାନ ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ମେଣ୍ଟର୍‌ ଦାୟିତ୍ୱରେ ଅଛନ୍ତି। କ୍ରିର୍ଷ୍ଟେନ ଭାରତୀୟ ଟିମର କୋଚ୍ ସହ ୩ ବର୍ଷ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଦଳର ମଧ୍ୟ କୋଚ୍ ଦାୟିତ୍ୱରେ ଥିଲେ। ମିକି ଆର୍ଥର ପାକିସ୍ତାନର କୋଚ୍ ପଦ ଛାଡିବା ପରେ ଏହି ସ୍ଥାନ ଫାଙ୍କା ପଡିଥିଲା। ପରେ ମହମ୍ମଦ ହାଫିଜଙ୍କୁ ଟିମର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଦଳର ଖରାପ ପ୍ରଦର୍ଶନ କାରଣରୁ ମହମ୍ମଦ ହାଫିଜଙ୍କୁ ମଧ୍ୟ ପଦ ହରାଇବାକୁ ପଡିଥିଲା।

ଗ୍ୟାରୀ କ୍ରିର୍ଷ୍ଟେନର ହେଉଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍‌। ସେ ନିଜ କ୍ୟାରିୟର୍‌ରେ ୧୦୧ଟି ଟେଷ୍ଟ ମ୍ୟାଚ୍ ସହ ୧୮୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।