ନିପା ଭାଇରସ ଆତଙ୍କ, କେରଳ ମଲ୍ଲପୁରମ୍‌ରେ ଲକ୍‌ଡାଉନ୍ ସ୍ଥିତି

ତିରୁବନ୍ତପୁରମ୍ ୧୮/୦୯: କେରଳରେ ନିପା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି । ଏହି ଭାଇରସ୍‌ରେ ସଂକ୍ରମିତ ହୋଇ ମଲ୍ଲପୁରମ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିବା ପରେ ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଭଳି କଟକଣା ଜାରି କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୨୬ ଜଣଙ୍କୁ ସଙ୍ଗରୋଧ କରି ରଖାଯାଇଛି । ଜିଲ୍ଲାରେ ନିପା ଭାଇରସ ସଂକ୍ରମଣ ଯୋଗୁ ଗତ ଜୁଲାଇରେ ଜଣେ ୫ ବର୍ଷ ବାଳକର ମୃତ୍ୟୁ ଘଟିଥିଲାବେଳେ ଗତ ୫ ତାରିଖରେ ଜଣେ ୨୪ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି । ଗତ ୨୦୧୮ରେ ନିପା ଭାଇରସ୍‌ ଯୋଗୁ କେରଳରେ ମୋଟ ୧୮ ଜଣଙ୍କ ଜୀବନ ଯାଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ୫ଥର ନିପା ଭାଇରସ୍‌ ସଂକ୍ରମଣ ଦେଖିବାକୁ ମିଳିଲାଣି । ସୂଚନାଥାଉକି, ଜିଲ୍ଲାର ୨ଟି ପଞ୍ଚାୟତର ୫ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେହି ଅଞ୍ଚଳରେ ଥିବା ଦୋକାନଗୁଡିକୁ ସନ୍ଧ୍ୟା ୭ଟା ସୁଦ୍ଧା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନଙ୍କୁ ଅଧିକ ସଂଖ୍ୟାରେ ଏକାଠି ନ ହେବା ଲାଗି ପରାମର୍ଶ ଦିଆଯାଇଛି । ସିନେମା ହଲ, ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର, ମଦରସା ଓ କୋଚିଂ ସେଣ୍ଟରକୁ ବନ୍ଦ ଘୋଷଣା କରାଯାଇଛି । ଭିଡ ଅଞ୍ଚଳରେ ଲୋକମାନଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବିବାହ, ଅନ୍ତିମ ସଂସ୍କାର ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍

ନିପା ଭାଇରସ ଆତଙ୍କ, କେରଳ ମଲ୍ଲପୁରମ୍‌ରେ ଲକ୍‌ଡାଉନ୍ ସ୍ଥିତି

ତିରୁବନ୍ତପୁରମ୍ ୧୮/୦୯: କେରଳରେ ନିପା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି । ଏହି ଭାଇରସ୍‌ରେ ସଂକ୍ରମିତ ହୋଇ ମଲ୍ଲପୁରମ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିବା ପରେ ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଭଳି କଟକଣା ଜାରି କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୨୬ ଜଣଙ୍କୁ ସଙ୍ଗରୋଧ କରି ରଖାଯାଇଛି । 

ଜିଲ୍ଲାରେ ନିପା ଭାଇରସ ସଂକ୍ରମଣ ଯୋଗୁ ଗତ ଜୁଲାଇରେ ଜଣେ ୫ ବର୍ଷ ବାଳକର ମୃତ୍ୟୁ ଘଟିଥିଲାବେଳେ ଗତ ୫ ତାରିଖରେ ଜଣେ ୨୪ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି । ଗତ ୨୦୧୮ରେ ନିପା ଭାଇରସ୍‌ ଯୋଗୁ କେରଳରେ ମୋଟ ୧୮ ଜଣଙ୍କ ଜୀବନ ଯାଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ୫ଥର ନିପା ଭାଇରସ୍‌ ସଂକ୍ରମଣ ଦେଖିବାକୁ ମିଳିଲାଣି । 

ସୂଚନାଥାଉକି, ଜିଲ୍ଲାର ୨ଟି ପଞ୍ଚାୟତର ୫ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେହି ଅଞ୍ଚଳରେ ଥିବା ଦୋକାନଗୁଡିକୁ ସନ୍ଧ୍ୟା ୭ଟା ସୁଦ୍ଧା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନଙ୍କୁ ଅଧିକ ସଂଖ୍ୟାରେ ଏକାଠି ନ ହେବା ଲାଗି ପରାମର୍ଶ ଦିଆଯାଇଛି । ସିନେମା ହଲ, ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର, ମଦରସା ଓ କୋଚିଂ ସେଣ୍ଟରକୁ ବନ୍ଦ ଘୋଷଣା କରାଯାଇଛି । ଭିଡ ଅଞ୍ଚଳରେ ଲୋକମାନଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବିବାହ, ଅନ୍ତିମ ସଂସ୍କାର ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ବେଳେ ଭିଡସଂଖ୍ୟା କମ୍‌ କରିବାକୁ ପରାମର୍ଶ ଦିଆଯାଇଛି । 

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୧୭୬ ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରେ ୭୪ ଜଣ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ୧୨୬ ଜଣ ପ୍ରାଥମିକ ସଂସ୍ପର୍ଶ ତାଲିକାରେ ରହିଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୦୬ ଜଣ ରିସ୍କ ଜୋନ୍‌ରେ ରହିଛନ୍ତି । ୧୦ ଜଣଙ୍କ ଚିକିତ୍ସା କରାଯାଉଛି । ଦ୍ୱିତୀୟ ତାଲିକାରେ ୪୯ ଜଣ ରହିଛନ୍ତି । ଅନ୍ୟ ୧୩ ଜଣଙ୍କ ନମୁନା ପରୀକ୍ଷା ନିମନ୍ତେ ଲ୍ୟାବକୁ ପଠାଯାଇଛି ।