ନିପୁଣ ଓଡ଼ିଶା ମେଳା: ମୌଳିକ ସାକ୍ଷରତା ଉପରେ ଗୁରୁତ୍ୱ
ଲାଞ୍ଜିଗଡ, ୧୩।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ହରେକୃଷ୍ଣପୁର କ୍ଲଷ୍ଟର ଭାଟଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନିପୁଣ ଓଡ଼ିଶା ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନୂତନ ଶିକ୍ଷା ପଦ୍ଧତିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ର କିଭଳି ନିଜ ଭାଷା ଏବଂ ସଂଖ୍ୟାକୁ ପ୍ରାଞ୍ଜଳ ଭାବେ ବୁଝିପାରିବେ, ଲେଖି ପାରିବେ ଏବଂ କହିପାରିବେ ତାହା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ୨୦୨୬-୨୭ ଶିକ୍ଷାବର୍ଷଠାରୁ କିଭଳି ଛାତ୍ରୀଛାତ୍ର ତୃତୀୟ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ […] The post ନିପୁଣ ଓଡ଼ିଶା ମେଳା: ମୌଳିକ ସାକ୍ଷରତା ଉପରେ ଗୁରୁତ୍ୱ appeared first on Dharitri Odia News.
ଲାଞ୍ଜିଗଡ, ୧୩।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ହରେକୃଷ୍ଣପୁର କ୍ଲଷ୍ଟର ଭାଟଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନିପୁଣ ଓଡ଼ିଶା ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନୂତନ ଶିକ୍ଷା ପଦ୍ଧତିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ର କିଭଳି ନିଜ ଭାଷା ଏବଂ ସଂଖ୍ୟାକୁ ପ୍ରାଞ୍ଜଳ ଭାବେ ବୁଝିପାରିବେ, ଲେଖି ପାରିବେ ଏବଂ କହିପାରିବେ ତାହା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।
୨୦୨୬-୨୭ ଶିକ୍ଷାବର୍ଷଠାରୁ କିଭଳି ଛାତ୍ରୀଛାତ୍ର ତୃତୀୟ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ପରବର୍ତ୍ତୀ ଶ୍ରେଣୀରୁ ନିଜେ ଭାଷା ଓ ସଂଖ୍ୟାଜ୍ଞାନ ଜାଣିପାରିବେ। ସେଥିପାଇଁ ବର୍ତ୍ତମାନଠାରୁ ପିଲାଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ୧୬ ସ୍କୁଲର ୨ ଶହରୁ ଉର୍ଦ୍ଧ ଛାତ୍ରୀଛାତ୍ର ସାମିଲ ହୋଇଥିଲେ।
ହରେକୃଷ୍ଣପୁର କ୍ଲଷ୍ଟର ସଂଯୋଜିକା କାଞ୍ଚନ ବାଳା ମହାରଣାଙ୍କ ତତ୍ତ୍ୱାବଧାନ ଓ ଭାଟଗୁଡ଼ା ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ ଲାଞ୍ଜିଗଡ଼ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ପୂର୍ବତନ ସିଆର୍ସିସି ଗୁରୁଗୋବିନ୍ଦ ମହାନ୍ତି, ଚମ୍ପାଦେଇପୁର ସିଆର୍ସିସି ସୋଭାଗ୍ୟ ରଞ୍ଜନ ସାହୁ, ବିଶ୍ୱନାଥପୁର ପୂର୍ବତନ ସିଆର୍ସିସି ବିଜୟ କୁମାର ରାୟ, ଛତ୍ରପୁର ପୂର୍ବତନ ସମିତି ସଭ୍ୟ ସେନାପତି ନାଏକ ପ୍ରମୁଖ ମଞ୍ଚାସିନ ଥିଲେ I
ଏହି କାର୍ଯ୍ୟକ୍ରମରେ ପଦ୍ମନାଭ ମହାନନ୍ଦ, ସୁଶାନ୍ତ ବିଭାର, ଜଗତ ହରିଜନ, ଉଜ୍ବଳ ନାଏକ, ଶେଷଦେବ ନାଗ, କରୁଣା ମାଝୀ, ଅରକ୍ଷିତ ମାଝୀ, ଅଚ୍ୟୁତ ମାଝୀ, କମଲାଙ୍ଗି ଆମ୍ବାଲା, ରତ୍ନାକର ଦୋରା, ଅଭିଭାବକ, ଅଙ୍ଗନବାଡି କର୍ମୀ ସମେତ କ୍ଲଷ୍ଟରର ସମସ୍ତ ୧୬ ସ୍କୁଲର ଜଣେ ଲେଖାଏ ଶିକ୍ଷକ ଯୋଗଦେଇଥିବାବେଳେ ଶିକ୍ଷକ ରାଘବ ଗହୀର ଓ କୃଷ୍ଣ ଦୁର୍ଗା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
The post ନିପୁଣ ଓଡ଼ିଶା ମେଳା: ମୌଳିକ ସାକ୍ଷରତା ଉପରେ ଗୁରୁତ୍ୱ appeared first on Dharitri Odia News.