ନିଫ୍ଟି,ସେନସେକ୍ସ କମ୍ପାନୀଙ୍କ ଦ୍ୱାରା କ୍ରୟ କରାଯାଇଥିବା ୮୧% ଇଲୋକ୍ଟୋରାଲ ବଣ୍ଡ ଭଙ୍ଗାଇଛି BJP
ନୂଆଦିଲ୍ଲୀ ୨୨।୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଓ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ଗୁରୁବାର ପ୍ରକାଶିତ ତଥ୍ୟ ଅନୁସାରେ ଏପ୍ରିଲ ୨୦୧୯ରୁ ଇଲେକ୍ଟୋରାଲ ବଣ୍ଡ କ୍ରୟ କରିଥିବା କମ୍ପାନୀଙ୍କ ମଧ୍ୟରୁ ୧୫ଟି ନିଫ୍ଟି-୫୦ ଇଣ୍ଡେକ୍ସରେ ସୂଚୀବଦ୍ଧ ଅଛନ୍ତି, ଏମାନଙ୍କ ମଧ୍ୟରୁ ୮ଟି ବିଏସଇ ସେନସେକ୍ସରେ ମଧ୍ୟ ସୂଚୀ ବଦ୍ଧ ଅଛନ୍ତି। ନିଫ୍ଟି ୫୦ରେ ସୂଚୀବଦ୍ଧ ୧୫ କମ୍ପାନୀଙ୍କ ମୋଟ ଭଙ୍ଗା ଯାଇଥିବା ଇଲେକ୍ଟୋରାଲ ବଣ୍ଡ ୬୪୬ କୋଟି ଟଙ୍କା ମୂଲ୍ୟର,ଏଥିରେ ସେନସେକ୍ସ ସୂଚୀବଦ୍ଧ କମ୍ପାନୀଙ୍କ ଭାଗ ପାଖାପାକି ଅଧା ଅର୍ଥାତ ୩୩୭ କୋଟି ଟଙ୍କା ଥିବା ଜଣାପଡିଛି। ଏଥିରୁ କେବଳ ବିଜେପି ୧୫ କମ୍ପାନୀ କିଣିଥିବା ୫୨୧ କୋଟି ଟଙ୍କା ଅର୍ଥାତ ୮୧ ପ୍ରତିଶତ ବଣ୍ଡ ଭଙ୍ଗାଇଥିବା ଜଣାପଡିଛି। ନିଫ୍ଟି-୫୦ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚୀବଦ୍ଧ ୫୦ କମ୍ପାନୀଙ୍କ ପ୍ରତିନିଧିତ୍ୱ କରିଥାଏ। ସେହିପରି ସେନସେକ୍ସ ମଧ୍ୟ ଏକ ସମାନ ସୂଚକାଙ୍କ ଯାହା ସୂଚୀବଦ୍ଧ ସବୁଠୁ ବଡ଼ ୩୦ କମ୍ପାନୀଙ୍କ ପ୍ରତିନିଧିତ୍ୱ କରେ। ଏହି ସୂଚକାଙ୍କ କମ୍ପାନୀମାନେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୁଖ୍ୟ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥାନ୍ତି। ଏହି ୧୫ କମ୍ପାନୀଙ୍କ ମଧ୍ୟରୁ ୧୩ଟି ଇଲେକ୍ଟୋରାଲ ବଣ୍ଡରେ ବିଜେପିକୁ ପାଣ୍ଠି ଦେଇଛନ୍ତି। ତେବେ ଦୁଇଟି କମ୍ପାନୀ ଆଇଟିସି ଓ ଟେକ୍ ମହିନ୍ଦ୍ରା କେନ୍ଦ୍ରରେ କ୍ଷମତାସୀନ ପାର୍ଟିକୁ କୌଣସି ଚାନ୍ଦା ଦେଇ ନାହାନ୍ତି। ତେବେ ସେନ
ନୂଆଦିଲ୍ଲୀ ୨୨।୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଓ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ଗୁରୁବାର ପ୍ରକାଶିତ ତଥ୍ୟ ଅନୁସାରେ ଏପ୍ରିଲ ୨୦୧୯ରୁ ଇଲେକ୍ଟୋରାଲ ବଣ୍ଡ କ୍ରୟ କରିଥିବା କମ୍ପାନୀଙ୍କ ମଧ୍ୟରୁ ୧୫ଟି ନିଫ୍ଟି-୫୦ ଇଣ୍ଡେକ୍ସରେ ସୂଚୀବଦ୍ଧ ଅଛନ୍ତି, ଏମାନଙ୍କ ମଧ୍ୟରୁ ୮ଟି ବିଏସଇ ସେନସେକ୍ସରେ ମଧ୍ୟ ସୂଚୀ ବଦ୍ଧ ଅଛନ୍ତି। ନିଫ୍ଟି ୫୦ରେ ସୂଚୀବଦ୍ଧ ୧୫ କମ୍ପାନୀଙ୍କ ମୋଟ ଭଙ୍ଗା ଯାଇଥିବା ଇଲେକ୍ଟୋରାଲ ବଣ୍ଡ ୬୪୬ କୋଟି ଟଙ୍କା ମୂଲ୍ୟର,ଏଥିରେ ସେନସେକ୍ସ ସୂଚୀବଦ୍ଧ କମ୍ପାନୀଙ୍କ ଭାଗ ପାଖାପାକି ଅଧା ଅର୍ଥାତ ୩୩୭ କୋଟି ଟଙ୍କା ଥିବା ଜଣାପଡିଛି। ଏଥିରୁ କେବଳ ବିଜେପି ୧୫ କମ୍ପାନୀ କିଣିଥିବା ୫୨୧ କୋଟି ଟଙ୍କା ଅର୍ଥାତ ୮୧ ପ୍ରତିଶତ ବଣ୍ଡ ଭଙ୍ଗାଇଥିବା ଜଣାପଡିଛି।
ନିଫ୍ଟି-୫୦ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚୀବଦ୍ଧ ୫୦ କମ୍ପାନୀଙ୍କ ପ୍ରତିନିଧିତ୍ୱ କରିଥାଏ। ସେହିପରି ସେନସେକ୍ସ ମଧ୍ୟ ଏକ ସମାନ ସୂଚକାଙ୍କ ଯାହା ସୂଚୀବଦ୍ଧ ସବୁଠୁ ବଡ଼ ୩୦ କମ୍ପାନୀଙ୍କ ପ୍ରତିନିଧିତ୍ୱ କରେ। ଏହି ସୂଚକାଙ୍କ କମ୍ପାନୀମାନେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୁଖ୍ୟ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥାନ୍ତି। ଏହି ୧୫ କମ୍ପାନୀଙ୍କ ମଧ୍ୟରୁ ୧୩ଟି ଇଲେକ୍ଟୋରାଲ ବଣ୍ଡରେ ବିଜେପିକୁ ପାଣ୍ଠି ଦେଇଛନ୍ତି। ତେବେ ଦୁଇଟି କମ୍ପାନୀ ଆଇଟିସି ଓ ଟେକ୍ ମହିନ୍ଦ୍ରା କେନ୍ଦ୍ରରେ କ୍ଷମତାସୀନ ପାର୍ଟିକୁ କୌଣସି ଚାନ୍ଦା ଦେଇ ନାହାନ୍ତି। ତେବେ ସେନସେକ୍ସର ୬ କମ୍ପାନୀ କେବଳ ବିଜେପିକୁ ଚାନ୍ଦା ଦେଇଛନ୍ତି।
ଇଲେକ୍ଟୋରାଲ ବଣ୍ଡ କିଣିଥିବା ୮ ସେନସେକ୍ସ ସୂଚୀବଦ୍ଧ କମ୍ପାନୀଙ୍କ ମଧ୍ୟରେ ଭାରତୀ ଏୟାରଟେଲ, ଅଲ୍ଟ୍ରାଟେକ୍ ସିମେଣ୍ଟ, ବଜାଜ ଫାଇନାନ୍ସ, ଆଇଟିସି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ମାରୁତି ସୁଜୁକି, ସନଫାର୍ମା ଓ ଟେକ୍ ମହିନ୍ଦ୍ରା ଥିଲେ। ଏହା ଛଡା ନିଫ୍ଟି ସୂଚୀର ୭ ଅତିରିକ୍ତ କମ୍ପାନୀ ଏହି ବଣ୍ଡ କ୍ରୟ କରିଛନ୍ତି। ଯେଉଁମାନଙ୍କ ମଧ୍ୟରେ ଡ.ରେଡିଜ୍ ଲାବୋରେଟରୀ, ଡିଭିସ୍ ଲାବ୍ରୋଟରିଜ୍, ସିପଲା, ଗ୍ରାସିମ, ହିରୋମୋଟୋ କର୍ପ, ବଜାଜ ଅଟୋ ଓ ୟୁପିଏଲ ଲିମିଟେଡ ଅଛନ୍ତି।
୧୫ ନିଫ୍ଟି କମ୍ପାନୀଙ୍କ ମଧ୍ୟରୁ ଫର୍ମାସ୍ୟୁଟିକଲ ଓ ଅଟୋମୋବାଇଲ କ୍ଷେତ୍ରରୁ ୪ଟି ଲେଖାଏଁ, ୨ ସିମେଣ୍ଟ ନିର୍ମାତା, ଟେଲିକମ୍ୟୁନିକେସନ, ଫାଇନାନସିଆଲ ସର୍ଭିସେସ, କେମିକାଲ ଓ ଆଇଟି ସେକ୍ଟରର ଗୋଟିଏ ଲେଖାଏଁ କମ୍ପାନୀ ଅଛନ୍ତି। ଏହା ଛଡା ଏଫଏମସିଜିରୁ ଆରମ୍ଭ କରି ହୋଟେଲସ୍ ଆଣ୍ଡ ଆଇଟି ଭଳି ବିଭିନ୍ନ କ୍ଷେତ୍ରରେ ଉପସ୍ଥିତ ଜାହିର କରୁଥିବା ଆଇଟିସି ମଧ୍ୟ ରହିଛି। ଏଥିରୁ ବିଜେପିକୁ ସବୁଠୁ ଅଧିକ ଯୋଗଦାନ ଭାରତୀ ଏୟାରଟେଲରୁ ୧୯୭.୪ କୋଟି ଟଙ୍କା ମିଳିଛି।
ଏହା ପଛକୁ ୟୁନାଇଟେଡ ଫସଫରସ ଇଣ୍ଡିଆରୁ ପାଖାପାଖି ୬୦ କୋଟି ଟଙ୍କା ବିଜେପି ସହଯୋଗ ପ୍ରାପ୍ତ କରିଥିବା ବେଳେ ସୂଚୀରେ ସାମିଲ ସମସ୍ତ ୪ ଫର୍ମାସ୍ୟୁଟିକଲ କମ୍ପାନୀ ବିଜେପିକୁ ଚାନ୍ଦା ଦେଇଛନ୍ତି। ଏଥିରେ ସିପଲା ୩୭ କୋଟି ଟଙ୍କା ଦେଇଥିବା ବେଳେ ସନଫର୍ମା ୩୧.୫ କୋଟି, ଡିଭିସ ଲାବୋରେଟରିଜ୍ ୩୦ କୋଟି ଓ ରେଡିଜ୍ ଲାବୋରେଟରିଜ ୨୫ କୋଟି ଟଙ୍କା ଦେଇଛି। ସେହିପରି ୪ ଅଟୋମୋବାଇଲ କମ୍ପାନୀ ମଧ୍ୟ ବିଜେପିକୁ ଚାନ୍ଦା ଦେଇଛନ୍ତି। ଏଥିରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୨୫ କୋଟି ଟଙ୍କା ଦେଇଥିବା ବେଳେ ହିରୋ ମୋଟକର୍ପ ୨୦, ମାରୁତି ସୁଜୁକି ୨୦ଓ ବଜାଜ ଅଟୋ ୧୦ କୋଟି ଟଙ୍କା ଦେଇଛନ୍ତି।