ନିବେଶକ ଏବେ ଓଡ଼ିଶା ମୁହାଁ; ଉତ୍କର୍ଷ ଓଡ଼ିଶା ସାଜିବ ମାଧ୍ୟମ, ବିଦେଶରୁ ଆସିବେ ଶିଳ୍ପପତି
କନକ ବ୍ୟୁରୋ : ଓଡ଼ିଶାକୁ ନିବେଶ ଆସିବ । ଏଥିପାଇଁ ଉତ୍କର୍ଷ ଓଡ଼ିଶା ଭଳି ମଞ୍ଚ ପ୍ରସ୍ତୁତ ହେଉଛି । ଦେଶ ତଥା ବିଦେଶରୁ ବଡ଼ ବଡ଼ ଶିଳ୍ପ ହସ୍ତୀ ଓଡ଼ିଶାକୁ ଆସିବେ । ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଏହି ମଞ୍ଚରୁ ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଭରସା ଦେବେ । ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ଏଥିପାଇଁ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ଚାଲିବ ମାନସ ମନ୍ଥନ । କେବଳ ଦେଶ ନୁହେଁ ବିଦେଶର ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର । ଅଷ୍ଟ୍ରେଲିଆ, ମାଲେସିଆ, ଜାପାନ, ଜର୍ମାନୀ, ୟୁକେ, ସିଙ୍ଗାପୁରର ନିବେଶକ ଉତ୍କର୍ଷ ଓଡ଼ିଶାରେ ସାମିଲ ହେବାକୁ ସମ୍ମତି ଦେଇଛନ୍ତି । ଫର୍ଚ୍ୟୁନ ୫୦୦ କମ୍ପାନିରୁ ୧୦୦ କମ୍ପାନୀର ପ୍ରତିନିଧି ଏହି ଶିଳ୍ପ ମହାକୁମ୍ଭରେ ଯୋଗଦେବେ । ସେହିଭଳି ଉତ୍କର୍ଷ ଓଡ଼ିଶା ଭଳି ବଡ ପ୍ଲାଟଫର୍ମରେ ଯୁବ ଉଦ୍ୟୋଗୀଙ୍କୁ ସମ୍ମାନିତ କରିବେ ସରକାର । ଲୋକାଲ ଫର ଭୋକାଲ ନୀତିରେ ଜିଲ୍ଲାସ୍ତରର ଉଦ୍ୟୋଗୀଙ୍କ ମନରେ ଜୋଶ ଭରିବେ । ୨ ଦିନ ଧରି ଚାଲିବାକୁ ଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାରେ ଶିଳ୍ପ ପାଇଁ ଥିବା ଅପାର ସମ୍ଭାବନା ବାବଦରେ ନିବେଶକଙ୍କୁ ଜଣାଇବେ । ବିକଶିତ ଭାରତ ପାଇଁ ଓଡ଼ିଶାକୁ ଫୋକସରେ

କନକ ବ୍ୟୁରୋ : ଓଡ଼ିଶାକୁ ନିବେଶ ଆସିବ । ଏଥିପାଇଁ ଉତ୍କର୍ଷ ଓଡ଼ିଶା ଭଳି ମଞ୍ଚ ପ୍ରସ୍ତୁତ ହେଉଛି । ଦେଶ ତଥା ବିଦେଶରୁ ବଡ଼ ବଡ଼ ଶିଳ୍ପ ହସ୍ତୀ ଓଡ଼ିଶାକୁ ଆସିବେ । ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଏହି ମଞ୍ଚରୁ ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଭରସା ଦେବେ ।
ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ଏଥିପାଇଁ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ଚାଲିବ ମାନସ ମନ୍ଥନ । କେବଳ ଦେଶ ନୁହେଁ ବିଦେଶର ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର । ଅଷ୍ଟ୍ରେଲିଆ, ମାଲେସିଆ, ଜାପାନ, ଜର୍ମାନୀ, ୟୁକେ, ସିଙ୍ଗାପୁରର ନିବେଶକ ଉତ୍କର୍ଷ ଓଡ଼ିଶାରେ ସାମିଲ ହେବାକୁ ସମ୍ମତି ଦେଇଛନ୍ତି । ଫର୍ଚ୍ୟୁନ ୫୦୦ କମ୍ପାନିରୁ ୧୦୦ କମ୍ପାନୀର ପ୍ରତିନିଧି ଏହି ଶିଳ୍ପ ମହାକୁମ୍ଭରେ ଯୋଗଦେବେ । ସେହିଭଳି ଉତ୍କର୍ଷ ଓଡ଼ିଶା ଭଳି ବଡ ପ୍ଲାଟଫର୍ମରେ ଯୁବ ଉଦ୍ୟୋଗୀଙ୍କୁ ସମ୍ମାନିତ କରିବେ ସରକାର । ଲୋକାଲ ଫର ଭୋକାଲ ନୀତିରେ ଜିଲ୍ଲାସ୍ତରର ଉଦ୍ୟୋଗୀଙ୍କ ମନରେ ଜୋଶ ଭରିବେ ।
୨ ଦିନ ଧରି ଚାଲିବାକୁ ଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାରେ ଶିଳ୍ପ ପାଇଁ ଥିବା ଅପାର ସମ୍ଭାବନା ବାବଦରେ ନିବେଶକଙ୍କୁ ଜଣାଇବେ । ବିକଶିତ ଭାରତ ପାଇଁ ଓଡ଼ିଶାକୁ ଫୋକସରେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଥିପାଇଁ ଓଡ଼ିଶାକୁ ସିରିଜ ଗସ୍ତ କରୁଛନ୍ତି ମୋଦୀ । ଗତ ୭ ମାସରେ ୪ଥର ଓଡ଼ିଶା ଆସିଲେଣି । ଓଡ଼ିଶାର ବିକାଶ ସହ ବିଶ୍ୱସ୍ତରରେ କିଭଳି ଗୁରୁତ୍ୱ ବଢିବ ସେନେଇ ଶୀର୍ଷସ୍ତରରେ ପ୍ରସ୍ତୁତ ହେଉଛି ରୋଡମ୍ୟାପ ।
ବିଶ୍ୱ ତଥା ଦେଶର ବଡ଼ ବଡ଼ ଶିଳ୍ପପତି ଓଡ଼ିଶାରେ ନିବେଶ ପାଇଁ ସୁଯୋଗ ଖୋଜୁଥିବା ବେଳେ ଉତ୍କର୍ଷ ଓଡ଼ିଶା ସାଜିବ ମାଧ୍ୟମ । କିଭଳି ବିଦେଶରୁ ନିବେଶ ଆସିବ ସେଥିପାଇଁ ସିଙ୍ଗାପୁର, ମୁମ୍ବାଇ ଓ ଦିଲ୍ଲୀରେ ରୋଡ ସୋ କରିଛି ଓଡ଼ିଶା । ଏବେ ଉତ୍କର୍ଷ ଓଡ଼ିଶା ଜରିଆରେ ଶିଳ୍ପ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ କେବେ ପୂର୍ଣ୍ଣ ହେବ ତାହାକୁ ଅପେକ୍ଷା ।