ନିମାପଡ଼ାରେ ବଢ଼ିଲା ବାର୍ଡ ଫ୍ଲୁ ଆଶଙ୍କା

ନିମାପଡ଼ା,୧୮ା୭(ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ଅଞ୍ଚଳରେ ଏବେ କୁକୁଡ଼ା ମଡ଼କ ଯୋଗୁ ବାର୍ଡ ଫ୍ଲୁ ସଂକ୍ରମଣର ଆଶଙ୍କା କରାଯାଉଛି। ନିମାପଡ଼ା ବ୍ଲକ ଅନ୍ତର୍ଗତ ଡେଣୁଅଁ-ଖଣ୍ଡାସାହି ମାଇନର କେନାଲ୍‌ ବନ୍ଧ ରାସ୍ତା ବେଲେଣା ଶଙ୍ଖ ନିକଟରେ ହଜାର ହଜାର ମଲା କୁକୁଡ଼ା ପଡ଼ିଥିବା ଦେଖାଯାଇଛି। ଡେଣୁଅଁ, ଚଅଁରପଦା, ଭାଟବନ୍ଧ ଅଞ୍ଚଳରେ ଥିବା କୁଡ଼ାଫାର୍ମ ମାଲିକ ମଲା କୁକୁଡ଼ାଙ୍କୁ କେନାଲ ବନ୍ଧ ରାସ୍ତାକଡ଼ରେ ପକାଇଥିବା ଆଶଙ୍କା କରାଯାଉଛି। ଏହି ମଲା କୁକୁଡ଼ାଙ୍କୁ ଖାଇବା ପାଇଁ ବିଲୁଆ, କୁକୁରଙ୍କ ଭିଡ଼ ଲାଗି ରହିଛି। […] The post ନିମାପଡ଼ାରେ ବଢ଼ିଲା ବାର୍ଡ ଫ୍ଲୁ ଆଶଙ୍କା appeared first on Dharitri Odia News.

ନିମାପଡ଼ାରେ ବଢ଼ିଲା ବାର୍ଡ ଫ୍ଲୁ ଆଶଙ୍କା

ନିମାପଡ଼ା,୧୮ା୭(ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ଅଞ୍ଚଳରେ ଏବେ କୁକୁଡ଼ା ମଡ଼କ ଯୋଗୁ ବାର୍ଡ ଫ୍ଲୁ ସଂକ୍ରମଣର ଆଶଙ୍କା କରାଯାଉଛି। ନିମାପଡ଼ା ବ୍ଲକ ଅନ୍ତର୍ଗତ ଡେଣୁଅଁ-ଖଣ୍ଡାସାହି ମାଇନର କେନାଲ୍‌ ବନ୍ଧ ରାସ୍ତା ବେଲେଣା ଶଙ୍ଖ ନିକଟରେ ହଜାର ହଜାର ମଲା କୁକୁଡ଼ା ପଡ଼ିଥିବା ଦେଖାଯାଇଛି।

ଡେଣୁଅଁ, ଚଅଁରପଦା, ଭାଟବନ୍ଧ ଅଞ୍ଚଳରେ ଥିବା କୁଡ଼ାଫାର୍ମ ମାଲିକ ମଲା କୁକୁଡ଼ାଙ୍କୁ କେନାଲ ବନ୍ଧ ରାସ୍ତାକଡ଼ରେ ପକାଇଥିବା ଆଶଙ୍କା କରାଯାଉଛି। ଏହି ମଲା କୁକୁଡ଼ାଙ୍କୁ ଖାଇବା ପାଇଁ ବିଲୁଆ, କୁକୁରଙ୍କ ଭିଡ଼ ଲାଗି ରହିଛି। ମଲା କୁକୁଡ଼ାଙ୍କ ଦୁର୍ଗନ୍ଧ ଯୋଗୁ କେନାଲ ରାସ୍ତାରେ ଯାଉଥିବା ଲୋକେ ନାକରେ ହାତଦେଇ ଯାତାୟାତ କରୁଛନ୍ତି। ବାର୍ଡ ଫ୍ଲୁ ଆଶଙ୍କାରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ତୁରନ୍ତ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ନିମାପଡ଼ା ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମରୁ କୁକୁଡ଼ାଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବା ସହ କୁକୁଡ଼ା ଫାର୍ମଗୁଡ଼ିକ ବିଶୋଧନ କରାଯାଇ ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହେଉଛି। ନଚେତ ଭବିଷ୍ୟତରେ ବାର୍ଡ ଫ୍ଲୁର ଭୟାବହତା ସୃଷ୍ଟି ହେବା ଆଶଙ୍କାକୁ ଅସ୍ବୀକାର କରାଯାଇ ନ ପାରେ। ନିମାପଡ଼ା ଅଞ୍ଚଳରେ ବାର୍ଡ ଫ୍ଲୁର ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବାର ଆଶଙ୍କା ରହିଛି।

The post ନିମାପଡ଼ାରେ ବଢ଼ିଲା ବାର୍ଡ ଫ୍ଲୁ ଆଶଙ୍କା appeared first on Dharitri Odia News.