ନିମିଷା ପ୍ରିୟାଙ୍କ ଫାଶୀଦଣ୍ଡ ସ୍ଥଗିତ, ରଦ୍ଦ ହୋଇନି: ବୈଦେଶିକ ମନ୍ତ୍ରାଳୟ
ନୂଆଦିଲ୍ଲୀ ୧।୮: ବିଦେଶ ମନ୍ତ୍ରାଳୟ ଶୁକ୍ରବାର କହିଛନ୍ତି ଯେ ୟେମେନରେ ଭାରତୀୟ ନାଗରିକ ନିମିଷା ପ୍ରିୟାଙ୍କ ଫାଶୀ ସ୍ଥଗିତ ହୋଇଛି। ସେହିପରି ମନ୍ତ୍ରାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଫାଶୀଦଣ୍ଡ ରଦ୍ଦ ହେବା ନେଇ ପ୍ରସାରିତ ହେଉଥିବା ଖବର ମିଥ୍ୟା। ଏଣୁ ମନ୍ତ୍ରାଳୟ ଜନତା ଓ ମିଡିଆଙ୍କୁ ଏହି ମାମଲାରେ ପ୍ରସାରିତ ହେଉଥିବା ଅପୁଷ୍ଟ ରିପୋର୍ଟ ଓ ଭୁଲ ସୂଚନାରୁ ଦୂରେଇ ରହିବାକୁ ଆଗ୍ରହ କରିଛନ୍ତି। ମାମଲାରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ସରକାର ନିମିଷା ପ୍ରିୟା ଓ ତାଙ୍କ ପରିବାରକୁ ଯଥା ସମ୍ଭବ ସହାୟତା କରୁଛନ୍ତି। ଏହା ଛଡା ଏହି ପ୍ରସଙ୍ଗର ସମାଧାନ ନିମନ୍ତେ ସ୍ଥାନୀୟ ଅଧିକାରୀ ଓ ମିତ୍ର ସରକାରଙ୍କ ସହିତ ମିଳିତ କାମ କରୁଛନ୍ତି। ସାପ୍ତାହିକ ବ୍ରିଫିଙ୍ଗ କାଳରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ନ୍ୟୁଜ ଏଜେନ୍ସୀ ଏଏନଆଇ ପ୍ରଶ୍ନର ଜବାବ ଦେଇ କହିଛନ୍ତି ଯେ ଏହା ଏକ ସମ୍ବେଦନଶୀଳ ମାମଲା। ଭାରତ ସରକାର ମାମଲାରେ ଯଥାସମ୍ଭବ ସହଯୋଗ କରୁଛନ୍ତି। ଆମର ବଳିଷ୍ଠ ପଦକ୍ଷେପ ଯୋଗୁ ଦଣ୍ଡ ସ୍ଥଗିତ ହୋଇଛି। ଏଣୁ ଏହି ମାମଲା ଉପରେ ଆମେ ନଜର ରଖିଛୁ ଓ ଯଥାସମ୍ଭବ ସହଯୋଗ କରୁଛୁ। ପ୍ରଥମେ ଜୁଲାଇ ୧୬ ତାରିଖରେ ହେବାକୁ ଥିବା ଫାଶୀକୁ ଭାରତ ସରକାରଙ୍କ ନେତୃତ୍ୱରେ କୂଟନୈତିକ ହସ୍ତକ୍ଷେପ ଦ୍ୱାରା ସ୍ଥଗିତ କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ ଦଣ୍ଡ ସମ୍ପୂର୍ଣ୍ଣ ସ୍ଥଗିତ ହୋଇଥିବା ଖବର ଭ
ନୂଆଦିଲ୍ଲୀ ୧।୮: ବିଦେଶ ମନ୍ତ୍ରାଳୟ ଶୁକ୍ରବାର କହିଛନ୍ତି ଯେ ୟେମେନରେ ଭାରତୀୟ ନାଗରିକ ନିମିଷା ପ୍ରିୟାଙ୍କ ଫାଶୀ ସ୍ଥଗିତ ହୋଇଛି। ସେହିପରି ମନ୍ତ୍ରାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଫାଶୀଦଣ୍ଡ ରଦ୍ଦ ହେବା ନେଇ ପ୍ରସାରିତ ହେଉଥିବା ଖବର ମିଥ୍ୟା। ଏଣୁ ମନ୍ତ୍ରାଳୟ ଜନତା ଓ ମିଡିଆଙ୍କୁ ଏହି ମାମଲାରେ ପ୍ରସାରିତ ହେଉଥିବା ଅପୁଷ୍ଟ ରିପୋର୍ଟ ଓ ଭୁଲ ସୂଚନାରୁ ଦୂରେଇ ରହିବାକୁ ଆଗ୍ରହ କରିଛନ୍ତି।
ମାମଲାରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ସରକାର ନିମିଷା ପ୍ରିୟା ଓ ତାଙ୍କ ପରିବାରକୁ ଯଥା ସମ୍ଭବ ସହାୟତା କରୁଛନ୍ତି। ଏହା ଛଡା ଏହି ପ୍ରସଙ୍ଗର ସମାଧାନ ନିମନ୍ତେ ସ୍ଥାନୀୟ ଅଧିକାରୀ ଓ ମିତ୍ର ସରକାରଙ୍କ ସହିତ ମିଳିତ କାମ କରୁଛନ୍ତି। ସାପ୍ତାହିକ ବ୍ରିଫିଙ୍ଗ କାଳରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ନ୍ୟୁଜ ଏଜେନ୍ସୀ ଏଏନଆଇ ପ୍ରଶ୍ନର ଜବାବ ଦେଇ କହିଛନ୍ତି ଯେ ଏହା ଏକ ସମ୍ବେଦନଶୀଳ ମାମଲା। ଭାରତ ସରକାର ମାମଲାରେ ଯଥାସମ୍ଭବ ସହଯୋଗ କରୁଛନ୍ତି।
ଆମର ବଳିଷ୍ଠ ପଦକ୍ଷେପ ଯୋଗୁ ଦଣ୍ଡ ସ୍ଥଗିତ ହୋଇଛି। ଏଣୁ ଏହି ମାମଲା ଉପରେ ଆମେ ନଜର ରଖିଛୁ ଓ ଯଥାସମ୍ଭବ ସହଯୋଗ କରୁଛୁ। ପ୍ରଥମେ ଜୁଲାଇ ୧୬ ତାରିଖରେ ହେବାକୁ ଥିବା ଫାଶୀକୁ ଭାରତ ସରକାରଙ୍କ ନେତୃତ୍ୱରେ କୂଟନୈତିକ ହସ୍ତକ୍ଷେପ ଦ୍ୱାରା ସ୍ଥଗିତ କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ ଦଣ୍ଡ ସମ୍ପୂର୍ଣ୍ଣ ସ୍ଥଗିତ ହୋଇଥିବା ଖବର ଭୁଲ ବୋଲି ରଣଧୀର ଜୟସ୍ୱାଲ କହିଛନ୍ତି।
କେରଳର ୩୭ ବର୍ଷ ବୟଷ୍କା ନର୍ସ ନିମିଷା ପ୍ରିୟାଙ୍କୁ ୨୦୧୭ ମସିହାରେ ତାଙ୍କ ବିଜନେସ୍ ପାର୍ଟନର ତଲାଲ ଅବଦୋ ମହଦୀଙ୍କ ହତ୍ୟାର ଦୋଷୀ କରାଯାଇଥିଲା। ତାଙ୍କୁ ୨୦୨୦ ମସିହାରେ ମୃତ୍ୟୁଦଣ୍ଡାଦେଶ ହୋଇଥିଲା ଓ ନଭେମ୍ବର ୨୦୨୩ରେ ୟେମେନର ସର୍ବୋଚ୍ଚ ନ୍ୟାୟିକ ପରିଷଦ ଏହି ଦଣ୍ଡକୁ କାୟମ ରଖିଥିଲେ। ଏହା ପୂର୍ବରୁ ଜୁଲାଇ ୧୭ ତାରିଖରେ ଜୟସ୍ୱାଲ କହିଥିଲେ ଯେ ଭାରତ ସରକାର ୟେମେନର ଜଟିଳ ସରିୟା ଆଇନରେ ନିମିଷା ପ୍ରିୟାଙ୍କ ସହାୟତା ନିମନ୍ତେ ଜଣେ ଓକିଲଙ୍କୁ ନିଯୁକ୍ତ କରାଯାଇଛି। ଏହା ଛଡା ସରକାର ନିୟମିତ କନସୁଲାର ଯାତ୍ରା ବ୍ୟବସ୍ଥା ମଧ୍ୟ କରିଛନ୍ତି।