ସ୍ଵାମୀ ମୋହସିନ୍ଙ୍କୁ ଛାଡପତ୍ର ଦେବେ ଉର୍ମିଲା , ୮ ବର୍ଷ ପୂର୍ବେ ବିବାହ କରିଥିଲେ ଅଭିନେତ୍ରୀ
ମୁମ୍ଵାଇ ୨୫।୦୯; ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡେକର। ବର୍ତ୍ତମାନ ତାଙ୍କ ବିଷୟରେ ଚର୍ଚ୍ଚା ହେଉଛି ଯେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଦେଖାଦେଇଛି। ଅଭିନେତ୍ରୀ ବିବାହର ୮ ବର୍ଷ ପରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ସେ କାଶ୍ମୀରର ସ୍ୱାମୀ ମୋହସିନ୍ ଅଖତର ମୀରଙ୍କ ଠାରୁ ଛାଡପତ୍ର ନେଉଛନ୍ତି। ହେଲେ ଏପର୍ଯ୍ୟନ୍ତ ଏହି ଖବର ସମ୍ପର୍କରେ ଅଭିନେତ୍ରୀଙ୍କ ଠାରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଆସିନାହିଁ। କହିବାକୁ ଗଲେ ଉର୍ମିଲା ଏବଂ ମୋହସିନ୍ଙ୍କ ମଧ୍ୟରେ ୧୦ ବର୍ଷର ବୟସ ପାର୍ଥକ୍ୟ ଅଛି । ଦୁହେଁ ୨୦୧୬ ମସିହାରେ ବିବାହ କରିଥିଲେ ।View this post on InstagramA post shared by Mohsin Akhtar (@mohsinakh)ସୂତ୍ରରୁ ପ୍ରକାଶ ଯେ ଉର୍ମିଲା ବିବାହରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କୋର୍ଟରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ତେବେ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ଏହା ନିଶ୍ଚିତ ଭାବରେ ଦାବି କରାଯାଇଛି ଯେ ଉଭୟଙ୍କ ଛାଡପତ୍ର ପାରସ୍ପରିକ ସର୍ତ୍ତରେ ହେଉନାହିଁ। ଉର୍ମିଲା ଏବଂ ମୋହସିନ୍ ୪ ଫେବୃଆରୀ ୨୦୧୬ରେ ବିବାହ କରିଥିଲେ। ଦୁହେଁ ଏକ ପ୍ରାଇଭେଟ ବିବାହ କରିଥିଲେ। ସେତେବେଳେ ଉର୍ମିଲାଙ୍କ ବିବାହ ଚର୍ଚ୍ଚାରେ ଥିଲା। View this post on InstagramA post shared by Urmila Matondkar (@urmilamatondkarofficial)କାରଣ ୪୨ ବର୍ଷ ବୟସରେ ସେ ଜଣେ ବ୍ୟବସାୟ
ମୁମ୍ଵାଇ ୨୫।୦୯; ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡେକର। ବର୍ତ୍ତମାନ ତାଙ୍କ ବିଷୟରେ ଚର୍ଚ୍ଚା ହେଉଛି ଯେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଦେଖାଦେଇଛି। ଅଭିନେତ୍ରୀ ବିବାହର ୮ ବର୍ଷ ପରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ସେ କାଶ୍ମୀରର ସ୍ୱାମୀ ମୋହସିନ୍ ଅଖତର ମୀରଙ୍କ ଠାରୁ ଛାଡପତ୍ର ନେଉଛନ୍ତି। ହେଲେ ଏପର୍ଯ୍ୟନ୍ତ ଏହି ଖବର ସମ୍ପର୍କରେ ଅଭିନେତ୍ରୀଙ୍କ ଠାରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଆସିନାହିଁ। କହିବାକୁ ଗଲେ ଉର୍ମିଲା ଏବଂ ମୋହସିନ୍ଙ୍କ ମଧ୍ୟରେ ୧୦ ବର୍ଷର ବୟସ ପାର୍ଥକ୍ୟ ଅଛି । ଦୁହେଁ ୨୦୧୬ ମସିହାରେ ବିବାହ କରିଥିଲେ ।
ସୂତ୍ରରୁ ପ୍ରକାଶ ଯେ ଉର୍ମିଲା ବିବାହରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କୋର୍ଟରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ତେବେ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ଏହା ନିଶ୍ଚିତ ଭାବରେ ଦାବି କରାଯାଇଛି ଯେ ଉଭୟଙ୍କ ଛାଡପତ୍ର ପାରସ୍ପରିକ ସର୍ତ୍ତରେ ହେଉନାହିଁ। ଉର୍ମିଲା ଏବଂ ମୋହସିନ୍ ୪ ଫେବୃଆରୀ ୨୦୧୬ରେ ବିବାହ କରିଥିଲେ। ଦୁହେଁ ଏକ ପ୍ରାଇଭେଟ ବିବାହ କରିଥିଲେ। ସେତେବେଳେ ଉର୍ମିଲାଙ୍କ ବିବାହ ଚର୍ଚ୍ଚାରେ ଥିଲା।
କାରଣ ୪୨ ବର୍ଷ ବୟସରେ ସେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ଯିଏ ତାଙ୍କ ଠାରୁ ୧୦ ବର୍ଷ ସାନ ଥିଲେ। ଏପରିକି ଧର୍ମ ମଧ୍ୟ ଅଲଗା ଅଲଗା ଥିଲା। ବ୍ୟବସାୟୀ ତଥା ମଡେଲ ମୋହସିନ୍ କାଶ୍ମୀରର ବାସିନ୍ଦା । ୨୦୧୪ରେ ମନୀଷ ମଲହୋତ୍ରାଙ୍କ ଭଣଜାଙ୍କ ବିବାହରେ ଦୁହେଁ ସାକ୍ଷାତ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ପରେ ଦୁହେଁ ପ୍ରେମରେ ପଡିଥିଲେ । ଏହା ପରେ ଦୁହେଁ ଅମୃତସରର ସ୍ଵର୍ଣ୍ଣ ମନ୍ଦିରକୁ ଯାଇ ବିବାହ କରିଥିଲେ।