ନିଯୁକ୍ତି ମେଳା କରିବେ ମୋହନ ସରକାର: ଖୁବଶୀଘ୍ର ୩୫ ହଜାର ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର,୨୭।୮: ରାଜ୍ୟରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ରାଜ୍ୟରେ ୩୫ ହଜାର ଯୁବତୀଯୁବକଙ୍କୁ ଯୋଗାଇ ଦିଆଯିବ ନିଯୁକ୍ତି। ଆସନ୍ତା ମାସରେ ନିଯୁକ୍ତି ମେଳା କରି ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ବିଭିନ୍ନ ବର୍ଗର ପ୍ରାୟ ୨୨ ହଜାର ପଦବୀର ନିଯୁକ୍ତିପତ୍ର ବଣ୍ଟାଯିବ। ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ଦେଖି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯିବ। ଖାଲି ପଡିଥିବା ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ […] The post ନିଯୁକ୍ତି ମେଳା କରିବେ ମୋହନ ସରକାର: ଖୁବଶୀଘ୍ର ୩୫ ହଜାର ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି appeared first on Dharitri Odia News.
ଭୁବନେଶ୍ୱର,୨୭।୮: ରାଜ୍ୟରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ରାଜ୍ୟରେ ୩୫ ହଜାର ଯୁବତୀଯୁବକଙ୍କୁ ଯୋଗାଇ ଦିଆଯିବ ନିଯୁକ୍ତି। ଆସନ୍ତା ମାସରେ ନିଯୁକ୍ତି ମେଳା କରି ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ବିଭିନ୍ନ ବର୍ଗର ପ୍ରାୟ ୨୨ ହଜାର ପଦବୀର ନିଯୁକ୍ତିପତ୍ର ବଣ୍ଟାଯିବ। ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ଦେଖି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯିବ।
ଖାଲି ପଡିଥିବା ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ନିଯୁକ୍ତି ସମ୍ପର୍କରେ ଡିସେମ୍ବର ସୁଦ୍ଧା ବିଜ୍ଞାପନ ପ୍ରକାଶ କରାଯିବ।
ସୂଚନାଯୋଗ୍ୟ, ରାଜ୍ୟରେ ଖାଲିପଡିଥିବା ୧ ଲକ୍ଷ ୩୨ ହଜାର ୪୫୯ଟି ପଦବୀ ସରକାର ପୂରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
The post ନିଯୁକ୍ତି ମେଳା କରିବେ ମୋହନ ସରକାର: ଖୁବଶୀଘ୍ର ୩୫ ହଜାର ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି appeared first on Dharitri Odia News.