ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଚଢାଉ
ଭଦ୍ରକ,୨୭।୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭଦ୍ରକ ମୋଟଲ ଛକସ୍ଥିତ ଅଫିସ୍ରେ ଫ୍ଲାଇଂ ସ୍କ୍ବାଡ୍ ଏବଂ ଇନ୍କମ ଟ୍ୟାକ୍ସ ବିଭାଗ ପକ୍ଷରୁ ସୋମବାର ସାରେ ରେଡ୍ କରାଯାଇଛି। ରବିବାର ରାତିରେ ମଧ୍ୟ ରେଡ୍ କରାଯାଇଥିଲା। ଆକ୍ରୋଶମୂଳକ ଭାବେ ତାଙ୍କ ସମ୍ମାନ ହାନି ପାଇଁ ଏପରି କରାଯାଉଥିବା ନିରଞ୍ଜନ ଭଦ୍ରକ ଜିଲାପାଳ ତଥା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେ ଅଭିଯୋଗରେ […] The post ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଚଢାଉ appeared first on Dharitri Odia News.
ଭଦ୍ରକ,୨୭।୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭଦ୍ରକ ମୋଟଲ ଛକସ୍ଥିତ ଅଫିସ୍ରେ ଫ୍ଲାଇଂ ସ୍କ୍ବାଡ୍ ଏବଂ ଇନ୍କମ ଟ୍ୟାକ୍ସ ବିଭାଗ ପକ୍ଷରୁ ସୋମବାର ସାରେ ରେଡ୍ କରାଯାଇଛି। ରବିବାର ରାତିରେ ମଧ୍ୟ ରେଡ୍ କରାଯାଇଥିଲା। ଆକ୍ରୋଶମୂଳକ ଭାବେ ତାଙ୍କ ସମ୍ମାନ ହାନି ପାଇଁ ଏପରି କରାଯାଉଥିବା ନିରଞ୍ଜନ ଭଦ୍ରକ ଜିଲାପାଳ ତଥା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଭଦ୍ରକ ମୋଟଲ ଛକ ନିକଟରେ ତାଙ୍କ ବଡ଼ ପୁଅ ଦେବୀଜ୍ୟୋତି ପଟ୍ଟନାୟକଙ୍କ ନଁାରେ ମାରୁତି ସୁଜୁକି ଏରିନା ଶୋ’ରୁମ୍ ଅଛି। ସେହି ନିକଟରେ ତାଙ୍କର ଏକ ଛୋଟ କାର୍ଯ୍ୟାଳୟ ନିର୍ବାଚନ ପାଇଁ ରହିଛି। ବିଜେଡି କର୍ମୀଙ୍କ ସହ ଫ୍ଲାଇଂ ସ୍କ୍ବାଡ୍ ଆସି ରେଡ୍ କରିବା ଆଇନ ବିରୋଧୀ। ବିଜେଡି କର୍ମୀମାନେ ତାଙ୍କ ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ। ଏନେଇ ତାଙ୍କ ବଡ଼ପୁଅ ଟାଉନ ଥାନା ଆଇଆଇସି ଓ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।
The post ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଚଢାଉ appeared first on Dharitri Odia News.