ଏଥର ଗ୍ରହଣୀୟ ହେବ ନାହିଁ ୨୫ରୁ କମ ଆସନ, ଜିତନ ରାମ ଦେଲେ ଅଲଟିମେଟମ

ପାଟନା,୨୧।୭: ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ରାଜ୍ୟରେ ରାଜନୀତି ଜୋରଦାର ହୋଇସାରିଛି। ବିରୋଧୀ ଦଳଗୁଡିକୁ ଛାଡିଦିଅନ୍ତୁ, ଏନଡିଏ ଭିତରେ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର ମନ୍ତ୍ରୀ ତଥା ହାମ ପାର୍ଟିର ପୃଷ୍ଠପୋଷକ ଜିତନ ରାମ ମାଂଝି ସିଟ ବାଣ୍ଟିବା ନେଇ ସବୁକିଛି କ୍ଲିୟର କରିଛନ୍ତି। ମାଂଝିଙ୍କ ଏହି ଦାବି ଭାଜପା ଏବଂ ଜେଡିୟୁ ମଧ୍ୟରେ ଟେନଶନ ବଢାଇପାରେ। ଜିତନ ରାମ ମାଂଝି ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ଦଳ ୨୦୨୫ବିଧାନସଭା ନିର୍ବାଚନରେ ୨୫ରୁ […] The post ଏଥର ଗ୍ରହଣୀୟ ହେବ ନାହିଁ ୨୫ରୁ କମ ଆସନ, ଜିତନ ରାମ ଦେଲେ ଅଲଟିମେଟମ appeared first on Dharitri Odia News.

ଏଥର ଗ୍ରହଣୀୟ ହେବ ନାହିଁ ୨୫ରୁ କମ ଆସନ, ଜିତନ ରାମ ଦେଲେ ଅଲଟିମେଟମ

ପାଟନା,୨୧।୭: ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ରାଜ୍ୟରେ ରାଜନୀତି ଜୋରଦାର ହୋଇସାରିଛି। ବିରୋଧୀ ଦଳଗୁଡିକୁ ଛାଡିଦିଅନ୍ତୁ, ଏନଡିଏ ଭିତରେ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର ମନ୍ତ୍ରୀ ତଥା ହାମ ପାର୍ଟିର ପୃଷ୍ଠପୋଷକ ଜିତନ ରାମ ମାଂଝି ସିଟ ବାଣ୍ଟିବା ନେଇ ସବୁକିଛି କ୍ଲିୟର କରିଛନ୍ତି। ମାଂଝିଙ୍କ ଏହି ଦାବି ଭାଜପା ଏବଂ ଜେଡିୟୁ ମଧ୍ୟରେ ଟେନଶନ ବଢାଇପାରେ।

ଜିତନ ରାମ ମାଂଝି ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ଦଳ ୨୦୨୫ବିଧାନସଭା ନିର୍ବାଚନରେ ୨୫ରୁ କମ ଆସନ ଗ୍ରହଣ କରିବ ନାହିଁ। ସେ ଆଉ ଏକ ଦାବି କରି କହିଛନ୍ତି ଯେ ଆମର ପ୍ରସ୍ତୁତି ୭୦ ରୁ ୧୦୦ ଆସନ ପାଇଁ।
ସେ କହିଛନ୍ତି ଯେ ୨୦୧୫ ରେ ମଧ୍ୟ ଆମ ଦଳ ୨୫ଟି ଆସନରେ ନିର୍ବାଚନ ଲଢିଥିଲେ। ଆମେ ଭାଜପା ପ୍ରତୀକ ଉପରେ ୨୫ ଟି ସିଟ ମଧ୍ୟରୁ ୪ ଟିରେ ପ୍ରତିଦ୍ୱନ୍ଦ୍ୱିତା କରିଛୁ। ମାଂଝି କହିଛନ୍ତି ଯେ ଏଥର ମଧ୍ୟ ଆମେ ୨୫ ଟି ଆସନରେ ନିର୍ବାଚନ ଲଢିବୁ। ଅବଶିଷ୍ଟ ଆସନରେ ଆମେ ସହଯୋଗୀ ଦଳକୁ ସାହାଯ୍ୟ କରିବୁ।

The post ଏଥର ଗ୍ରହଣୀୟ ହେବ ନାହିଁ ୨୫ରୁ କମ ଆସନ, ଜିତନ ରାମ ଦେଲେ ଅଲଟିମେଟମ appeared first on Dharitri Odia News.