ବ୍ୟାଙ୍କ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର, କେନ୍ଦ୍ର ଶ୍ରମ କମିଶନରଙ୍କ ସହ ବୈଠକ ପରେ UFBUର ଘୋଷଣା

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ ଓ ୨୫ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ହୋଇଛି । ୟୁନାଇଟେଡ୍ ଫୋରୋମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ ପକ୍ଷରୁ ଡାକାର ଦିଆଯାଇଥିବା ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି । କେନ୍ଦ୍ର ଶ୍ରମ କମିଶନର ଓ ୟୁନାଇଟେଡ୍ ଫୋରୋମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ (UFBU) ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।ଏକ ସର୍କୁଲାରରେ UFBU କହିଛି ଯେ ଶୁକ୍ରବାର ଧର୍ମଘଟ ପ୍ରସଙ୍ଗରେ ବୈଠକ ହୋଇଥିଲା । ଏଥିରେ ପାଞ୍ଚ ଦିନିଆ ବ୍ୟାଙ୍କିଂ ସପ୍ତାହ, ନିଯୁକ୍ତି, ପିଏଲଆଇ ଉପରେ ବିସ୍ତୃତରେ ଆଲୋଚନା ହୋଇଥିଲା । ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ (ଆଇବିଏ) ଓ ଫାଇନାନ୍ସ ସର୍ଭିସ୍ ବିଭାଗ (ଡିଏଫଏସ)ର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ । ଡିଏଫଏସର ଯୁଗ୍ମ ସଚିବ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗ ଦେଇଥିଲେ ।ୟୁଏଫବିୟୁ ବୟାନରେ କହିଛି, 'ଏକ ସାର୍ଥକ ଆଲୋଚନା ହୋଇଛି ଓ କେନ୍ଦ୍ର ଶ୍ରମ କମିଶନର ପାଞ୍ଚ ଦିନିଆ ବ୍ୟାଙ୍କିଂ ପ୍ରସ୍ତାବକୁ ବ୍ୟକ୍ତିଗତ ଭାବେ ମନିଟର୍ କରିବେ ବୋଲି ଭରସା ଦେଇଛନ୍ତି । ଆଇବିଏ ନିଯୁକ୍ତି, ପିଏଲଆଇ ଓ ଅନ୍ୟ ଚିନ୍ତା ଉପରେ ପ୍ରସ୍ତାବ ଦେଇଥିଲା । ସକାରାତ୍ମକ ଆଲୋଚନା ପରେ ଆମେ ଏହି ଧର୍ମଘଟକୁ ଆସନ୍ତା ମାସେ କିମ୍ୱା ଦୁଇ ମାସ ପାଇଁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନେଲୁ ।' ପରବର୍ତ୍ତୀ ଆଲୋଚନା ଏପ୍ରିଲ ତୃତୀୟ ସପ୍ତାହରେ କରାଯିବା ନେଇ ସ୍ଥ

ବ୍ୟାଙ୍କ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର, କେନ୍ଦ୍ର ଶ୍ରମ କମିଶନରଙ୍କ ସହ ବୈଠକ ପରେ UFBUର ଘୋଷଣା

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ ଓ ୨୫ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ହୋଇଛି । ୟୁନାଇଟେଡ୍ ଫୋରୋମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ ପକ୍ଷରୁ ଡାକାର ଦିଆଯାଇଥିବା ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି । କେନ୍ଦ୍ର ଶ୍ରମ କମିଶନର ଓ ୟୁନାଇଟେଡ୍ ଫୋରୋମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ (UFBU) ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏକ ସର୍କୁଲାରରେ UFBU କହିଛି ଯେ ଶୁକ୍ରବାର ଧର୍ମଘଟ ପ୍ରସଙ୍ଗରେ ବୈଠକ ହୋଇଥିଲା । ଏଥିରେ ପାଞ୍ଚ ଦିନିଆ ବ୍ୟାଙ୍କିଂ ସପ୍ତାହ, ନିଯୁକ୍ତି, ପିଏଲଆଇ ଉପରେ ବିସ୍ତୃତରେ ଆଲୋଚନା ହୋଇଥିଲା । ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ (ଆଇବିଏ) ଓ ଫାଇନାନ୍ସ ସର୍ଭିସ୍ ବିଭାଗ (ଡିଏଫଏସ)ର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ । ଡିଏଫଏସର ଯୁଗ୍ମ ସଚିବ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗ ଦେଇଥିଲେ ।

ୟୁଏଫବିୟୁ ବୟାନରେ କହିଛି, 'ଏକ ସାର୍ଥକ ଆଲୋଚନା ହୋଇଛି ଓ କେନ୍ଦ୍ର ଶ୍ରମ କମିଶନର ପାଞ୍ଚ ଦିନିଆ ବ୍ୟାଙ୍କିଂ ପ୍ରସ୍ତାବକୁ ବ୍ୟକ୍ତିଗତ ଭାବେ ମନିଟର୍ କରିବେ ବୋଲି ଭରସା ଦେଇଛନ୍ତି । ଆଇବିଏ ନିଯୁକ୍ତି, ପିଏଲଆଇ ଓ ଅନ୍ୟ ଚିନ୍ତା ଉପରେ ପ୍ରସ୍ତାବ ଦେଇଥିଲା । ସକାରାତ୍ମକ ଆଲୋଚନା ପରେ ଆମେ ଏହି ଧର୍ମଘଟକୁ ଆସନ୍ତା ମାସେ କିମ୍ୱା ଦୁଇ ମାସ ପାଇଁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନେଲୁ ।' ପରବର୍ତ୍ତୀ ଆଲୋଚନା ଏପ୍ରିଲ ତୃତୀୟ ସପ୍ତାହରେ କରାଯିବା ନେଇ ସ୍ଥିର ହୋଇଛି ।

ବ୍ୟାଙ୍କ ଧର୍ମଘଟ ଘୋଷଣା ପରେ ସାରା ଦେଶରେ ବ୍ୟାଙ୍କି ସେବା ମାର୍ଚ୍ଚ ୨୪ରୁ ୨୫ ଯାଏ ପ୍ରଭାବିତ ହେବା ନେଇ ଅନୁମାନ କରାଯାଉଥିଲା । ମାର୍ଚ୍ଚ ୨୨ ଓ ୨୩ ବ୍ୟାଙ୍କ ଛୁଟି ଥିବା ବେଳେ ଧର୍ମଘଟ ୨୪ ଓ ୨୫ରେ ହେବା ନେଇ ଘୋଷଣା ହୋଇଥିଲା । ତେଣୁ ଦେଶରେ ୪ ଦିନ ଯାଏ ବ୍ୟାଙ୍କ ବନ୍ଦ ରହିଥାନ୍ତା । ଫଳରେ ନଗଦ କାରବାର, ଚେକ୍ କ୍ଲିୟରିଂ, ରେମିଟାନ୍ସ ଓ ଋଣ ପ୍ରକ୍ରିୟା ପ୍ରଭାବିତ ହୋଇଥାନ୍ତା ।