ନିରପେକ୍ଷ ଶାନ୍ତି ଆନ୍ଦୋଳନ ପୃଥିବୀକୁ ବିପଦରୁ ଉଦ୍ଧାର କରିପାରିବ

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ)- ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ଠାରେ ପାଲେଷ୍ଟାଇନ ସଂହତି ଦିବସ ପାଳନ ଅବସରରେ ‘ଯୁଦ୍ଧ ନୁହେଁ ମୁକ୍ତ ପାଲେଷ୍ଟାଇନ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ତରଫରୁ ଏହି ଆଲୋଚନାଚକ୍ର ହୋଇଥିଲା। ବର୍ତ୍ତମାନ କେତେକ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି। ଆଗାମୀ ଦିନରେ ଏହାର ପରିଣାମ ଭୟାବହ ହେବା ଆଶଙ୍କା ରହିଛି। ଆମ ଦେଶ ଏ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରିବା ସହ ଚାଲିଥିବା ଯୁଦ୍ଧ କିଭଳି […] The post ନିରପେକ୍ଷ ଶାନ୍ତି ଆନ୍ଦୋଳନ ପୃଥିବୀକୁ ବିପଦରୁ ଉଦ୍ଧାର କରିପାରିବ appeared first on Dharitri Odia News.

ନିରପେକ୍ଷ ଶାନ୍ତି ଆନ୍ଦୋଳନ ପୃଥିବୀକୁ ବିପଦରୁ ଉଦ୍ଧାର କରିପାରିବ

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ)- ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ଠାରେ ପାଲେଷ୍ଟାଇନ ସଂହତି ଦିବସ ପାଳନ ଅବସରରେ ‘ଯୁଦ୍ଧ ନୁହେଁ ମୁକ୍ତ ପାଲେଷ୍ଟାଇନ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ତରଫରୁ ଏହି ଆଲୋଚନାଚକ୍ର ହୋଇଥିଲା। ବର୍ତ୍ତମାନ କେତେକ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି। ଆଗାମୀ ଦିନରେ ଏହାର ପରିଣାମ ଭୟାବହ ହେବା ଆଶଙ୍କା ରହିଛି। ଆମ ଦେଶ ଏ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରିବା ସହ ଚାଲିଥିବା ଯୁଦ୍ଧ କିଭଳି ବନ୍ଦ ହେବ ସେନେଇ ଇସ୍ରାଏଲ ସମେତ ଅନ୍ୟ ଦେଶ ଉପରେ ଚାପ ପକାଇବାକୁ ପଡିବ। ନିରପେକ୍ଷ ଶାନ୍ତି ଆନ୍ଦୋଳନ ପୃଥିବୀକୁ ବିପଦରୁ ଉଦ୍ଧାର କରିପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ନିରପେକ୍ଷ ଶାନ୍ତି ଆନ୍ଦୋଳନରେ ଆମ ଦେଶ ଅଗ୍ରଣୀ ଭୂମିକା ନିଭାଇବାର ଆବଶ୍ୟକତା ରହିଛି। ବର୍ତ୍ତମାନ ପାଲେଷ୍ଟାଇନ ସମେତ ବିଭିନ୍ନ ଦେଶର ନିରୀହ ଲୋକଙ୍କ ଯୁଦ୍ଧରେ ମୃତ୍ୟୁ ଘଟୁଛି। କିଛି ଧନୀ ରାଷ୍ଟ୍ର ନିଜର ଯୁଦ୍ଧ ଅସ୍ତ୍ର ବିକ୍ରି ପାଇଁ ଜାଣି ଶୁଣି ଯୁଦ୍ଧକୁ ଉସୁକାଉଛନ୍ତି। ଯାହାକି ମାନବ ସମାଜ ପାଇଁ ବିପଦ ବୋଲି ବକ୍ତାମାନେ କହିଥିଲେ। ସାମ୍ମୁଖ୍ୟର ବରିଷ୍ଠ ଆଇନଜୀବୀ ଅଭିମନ୍ୟୁ ଗୌଡ଼ ସଭାରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବାର ଆସୋସିଏସନର ସଭାପତି ଲଷ୍ମୀକାନ୍ତ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ କବି ପ୍ରଶାନ୍ତ ମହାନ୍ତି ଯୋଗ ଦେଇଥିଲେ। ଏସ ଏନ ପ୍ରଧାନ,କୂର୍ମି କ୍ଷତ୍ରୀୟ ସଂସ୍ଥାର ସମ୍ପାଦକ ବୈଦ୍ୟ ପ୍ରଧାନ, କଂଗ୍ରେସର ପୂର୍ବତନ ରାଜ୍ୟ ସଂପାଦକ ସୁକାନ୍ତ ଦିଗାଲ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ଦିବାକର ଲେଙ୍କା, ପ୍ରସନ୍ନ ତ୍ରିପାଠୀ, ବିକ୍ରମ ବିଷୋୟୀ, ତାରିଣୀ ନାୟକ, କୃଷ୍ଣ ବାଡ଼ତ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ନିଖିଳ ଉତ୍କଳ ଖଡୁରା ସମାଜର ସମ୍ପାଦକ ସୁରେନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

The post ନିରପେକ୍ଷ ଶାନ୍ତି ଆନ୍ଦୋଳନ ପୃଥିବୀକୁ ବିପଦରୁ ଉଦ୍ଧାର କରିପାରିବ appeared first on Dharitri Odia News.