ନିରବୀ ଗଲେ ଅଙ୍ଗନବାଡି ଦିଦି, ଝୁରୁଛି ପରିବାର ଝୁରୁଛି ଅଞ୍ଚଳ

ହଜାର ହଜାର ଲୋକଙ୍କ ପ୍ରତିବାଦର ସ୍ୱର ବିକ୍ଷୋଭ ମଧ୍ୟରେ ନିରବୀ ଗଲେ ଅଙ୍ଗନବାଡି ଦିଦି । ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ସ୍ନେହଲତା ଦିଦି ଫେରିଆସ । କିନ୍ତୁ ସମସ୍ତଙ୍କ ପ୍ରତିବାଦର ସ୍ୱର ଉତ୍ତୋଳନ ମଧ୍ୟରେ ଆର ପାରିରେ ଅଙ୍ଗନବାଡି ଦିଦି । ସେ ବି କଣ ଜାଣିଥିଲେ କି ଏମିତି ଦୁର୍ଘଟଣା ଘଟିବ ଆଉ କାଳ ଜଗି ରହି ତାଙ୍କ ହାତ ଟାଣି ଆର ପାରିକୁ ନେଇଯିବ । କିନ୍ତୁ ବିଧିର ବିଧାନ ବଡ଼ […] The post ନିରବୀ ଗଲେ ଅଙ୍ଗନବାଡି ଦିଦି, ଝୁରୁଛି ପରିବାର ଝୁରୁଛି ଅଞ୍ଚଳ appeared first on KNews Odisha.

ନିରବୀ ଗଲେ ଅଙ୍ଗନବାଡି ଦିଦି, ଝୁରୁଛି ପରିବାର ଝୁରୁଛି ଅଞ୍ଚଳ

ହଜାର ହଜାର ଲୋକଙ୍କ ପ୍ରତିବାଦର ସ୍ୱର ବିକ୍ଷୋଭ ମଧ୍ୟରେ ନିରବୀ ଗଲେ ଅଙ୍ଗନବାଡି ଦିଦି । ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ସ୍ନେହଲତା ଦିଦି ଫେରିଆସ । କିନ୍ତୁ ସମସ୍ତଙ୍କ ପ୍ରତିବାଦର ସ୍ୱର ଉତ୍ତୋଳନ ମଧ୍ୟରେ ଆର ପାରିରେ ଅଙ୍ଗନବାଡି ଦିଦି । ସେ ବି କଣ ଜାଣିଥିଲେ କି ଏମିତି ଦୁର୍ଘଟଣା ଘଟିବ ଆଉ କାଳ ଜଗି ରହି ତାଙ୍କ ହାତ ଟାଣି ଆର ପାରିକୁ ନେଇଯିବ । କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର । ଉପାନ୍ତ ଆଦିବାସୀ ଅଧ୍ୟୁଷିତ କୁଟିଆକନ୍ଧ ଅଞ୍ଚଳରେ ଶିଶୁ ଓ ମାତୃତ୍ୱ ସେବା ଯୋଗେଇଦେବା ପାଇଁ ଅଣ୍ଟା ଭିଡ଼ିଥିବା ଅଙ୍ଗନବାଡି ଦିଦି ଏବେ ଆଉ ନାହାନ୍ତି । ଅଙ୍ଗନବାଡି ଦିଦି ହୋଇ ସେବା କରିବା ପାଇଁ କେତେ ଆଶା, ସ୍ବପ୍ନ ଓ ଲକ୍ଷ୍ୟ ଥିଲା କିନ୍ତୁ ସବୁ ଏବେ ରହିଗଲା ଅଧୁରା ।

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଉଷାବାଲି ଅଙ୍ଗନବାଡି କେନ୍ଦ୍ରର ଦିଦି ସ୍ନେହଲତା ମଝିଆସେଟ । ଅଙ୍ଗନବାଡି ଦିଦି ସ୍ନେହଲତାଙ୍କ କଥା ଆଉ ଶୁଣିବାକୁ ମିଳିବନି କି ତାଙ୍କୁ ଆଉ ଦେଖିବାକୁ ପାଇବେନି କେହି । ଉପାନ୍ତ ଅଞ୍ଚଳର କୁନି କୁନି ପିଲା ଦିଦି ଦିଦି ଡାକ ଛାଡ଼ୁଥିଲେ । କିନ୍ତୁ ଏବେ ଆର ପାରିରେ ଅଙ୍ଗନବାଡି ଦିଦି ସ୍ନେହଲତା । ଅଙ୍ଗନବାଡି ଦିଦି ସ୍ନେହଲତାଙ୍କ ଆଶା ଅଙ୍କାକ୍ଷା ଅଭିଳାଷ ସବୁକିଛି ଗୋଟିଏ ଦୁର୍ଘଟଣା ସବୁକିଛି ଓଲଟ ପାଲଟ କରିଦେଲା ।

ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଉଷାବାଲି ଗାଁର ଅଙ୍ଗନବାଡି ଦିଦି ସ୍ନେହଲତା ମଝିଆସେଟ ସବୁଦିନ ପରି କେନ୍ଦ୍ରରେ ଡ୍ୟୁଟି ପାଇଁ ଯାଇଥିଲେ । କିନ୍ତୁ ତୁମୁଡିବନ୍ଧ ଆଇସିଡିଏସ କାର୍ଯ୍ୟାଳୟକୁ ସରକାରୀ କାର୍ଯ୍ୟରେ ଯିବା ପାଇଁ ଉଷାବାଲି ଛକରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ତାଙ୍କୁ ଏକ ସରକାରୀ ବସ ଧକ୍କା ଦେଇଥିଲା । ଆଉ ଘଟଣାସ୍ଥଳରେ ହିଁ ଅଙ୍ଗନବାଡି ଦିଦି ସ୍ନେହଲତାଙ୍କ ମୃତ୍ୟୁ ହୋଇଥିଲା ।

କିଏ ବା ଜାଣିଥିଲା ଯେଉଁ ବସକୁ ଅପେକ୍ଷା କରିଥିଲେ ସେହି ବସ ହିଁ ଧକ୍କା ଦେଇ ତାଙ୍କ ଜୀବନ ନେଇଯିବ । ତେବେ ବେଲଘରରୁ ଫୁଲବାଣୀ ଯାଉଥିବା ସରକାରୀ ବସଟି ଉଷାବାଲି ଛକ ନିକଟରେ ସ୍ନେହଲତା ଦିଦିଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକେ ବସଟିକୁ ଅଟକାଇଥିଲେ । ପରେ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇ ଯାଇଥିଲେ ।

ଅଙ୍ଗନବାଡି ଦିଦି ସ୍ନେହଲତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳବାସୀ ତୁମୁଡିବନ୍ଧ ଆମ୍ବେଦକର ଛକରେ ରାସ୍ତା ଅବରୋଧ କରିଥିଲେ । ରାଜ ରାସ୍ତାରେ ମୃତ ଶରୀର ରଖି ପ୍ରତିବାଦ ମଧ୍ୟ କରିଥିଲେ ପରିବାର ଲୋକେ । ତୁମୁଡିବନ୍ଧ ଓ ବେଲଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ବି ମୃତ ଶରୀର ରାଜରାସ୍ତାରେ ରଖି ବସି ରହିଥିଲେ ମୃତ ଦିଦିଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା । ଏପରି କି କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି ଦିଦି ମଧ୍ୟ ରାଜରାସ୍ତାରେ ବସି ଆନ୍ଦୋଳନ କରିଥିଲେ l

କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ପରେ ବି ପ୍ରଶାସନ ପକ୍ଷରୁ କୌଣସି ପ୍ରତିଶୃତି ମିଳିନଥିବା କାରଣ ରୁ ଦୀର୍ଘ ସମୟ ଧରି ତୁମୁଡିବନ୍ଧ ରୁ ମୁନିଗୁଡା -ରାୟଗଡା -ଭବାନୀପାଟଣା -ବାଲିଗୁଡା ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା । ସ୍ନେହଲତା ଦିଦିଙ୍କ ନ୍ୟାୟ ଦାବିରେ ଦୀର୍ଘ ୧୧ ଘଣ୍ଟା ଧରି ରାସ୍ତା ଅବରୋଧ ପରେ ରାସ୍ତାରୋକ ହଟିଥିଲା ।

କିନ୍ତୁ ଏତେ ସବୁ ପ୍ରତିବାଦ ଲଢେଇ ମଧ୍ୟରେ ଚିରନିଦ୍ରାରେ ରହିଗଲେ ସ୍ନେହଲତା ଦିଦି l ସ୍ନେହଲତା ଦିଦିଙ୍କୁ ହରେଇ ରାସ୍ତାରେ ମୁଣ୍ଡ ପିଟି ପିଟି କାନ୍ଦୁଛି ପରିବାର । ତାଙ୍କ ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପରିବାର ଲୋକ । ଏଥିସହ ଅଙ୍ଗନବାଡି ଦିଦିଙ୍କୁ ମନେ ପକାଇ ଝୁରୁଛି ତୁମୁଡିବନ୍ଧ ଅଞ୍ଚଳ ଓ ଝୁରୁଛନ୍ତି ତାଙ୍କ ସହକର୍ମୀ ସମସ୍ତ ଅଙ୍ଗନବାଡି ଦିଦି ।

ଆହୁରି ପଢନ୍ତୁ : ଅଙ୍ଗନବାଡ଼ି ଦିଦିଙ୍କୁ ଅତର୍କିତ ଆକ୍ରମଣ: ୧୦ ଘଣ୍ଟା ପରେ ବି ଚେତାଶୂନ୍ୟ, ହସ୍ପିଟାଲରେ ଭର୍ତ୍ତି

The post ନିରବୀ ଗଲେ ଅଙ୍ଗନବାଡି ଦିଦି, ଝୁରୁଛି ପରିବାର ଝୁରୁଛି ଅଞ୍ଚଳ appeared first on KNews Odisha.