ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୨ ଲକ୍ଷ ଲୁଟି ନେଲେ

ଖଇରା,୯।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧିନ ବର୍ତ୍ତନାସ୍ଥିତ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ବନ୍ଧୁକ ଦେଖାଇ ପେଟ୍ରୋଲ କର୍ମଚାରୀଙ୍କ ନିକଟରୁ ୧୨ଲକ୍ଷ ଲୁଟି ନିଆଯିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଖଇରା ପୋଲିସ ବ୍ୟାଙ୍କ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତ ଧରିବାକୁ ଉଦ୍ୟମ ଆରମ୍ଭ କରିଛି । ମଙ୍ଗଳବାର ଅପରାହ୍ନରେ କୁପାରୀ ପେଟ୍ରୋଲ ପମ୍ପର ୨ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ଣୁପଦ ମହାପାତ୍ର ୧୨ଲକ୍ଷ ଟଙ୍କା ଧରି ବ୍ୟାଙ୍କକୁ ଜମା କରିବାକୁ […] The post ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୨ ଲକ୍ଷ ଲୁଟି ନେଲେ appeared first on Dharitri Odia News.

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୨ ଲକ୍ଷ ଲୁଟି ନେଲେ

ଖଇରା,୯।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧିନ ବର୍ତ୍ତନାସ୍ଥିତ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ବନ୍ଧୁକ ଦେଖାଇ ପେଟ୍ରୋଲ କର୍ମଚାରୀଙ୍କ ନିକଟରୁ ୧୨ଲକ୍ଷ ଲୁଟି ନିଆଯିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଖଇରା ପୋଲିସ ବ୍ୟାଙ୍କ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ।

ମଙ୍ଗଳବାର ଅପରାହ୍ନରେ କୁପାରୀ ପେଟ୍ରୋଲ ପମ୍ପର ୨ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ଣୁପଦ ମହାପାତ୍ର ୧୨ଲକ୍ଷ ଟଙ୍କା ଧରି ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ। ୩ଟି ମୋଟର ସାଇକେଲରେ ୬ଜଣ ଲୁଟେରା କର୍ମଚାରୀଙ୍କୁ ଅନୁସରଣ କରିଥିଲେ। ବର୍ତ୍ତନା ଇଣ୍ଡିଆନ ବ୍ୟାଙ୍କ ନିକଟରେ ୨ ଜଣ ପମ୍ପ କର୍ମଚାରୀ ଅଟକିବା ପରେ ୨ଜଣ ବନ୍ଧୁକରୁ ଗୁଳି ଫୁଟାଇ ଥିଲେ। ଅନ୍ୟ ମାନେ ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ ମାରିଥିଲେ। ଏନେଇ କର୍ମଚାରୀମାନେ ଅଭିଯୋଗ କରିବା ପରେ ଖଇରା ପୋଲିସ ତଦନ୍ତ ଆରମ୍ଭ କରିଛି।

The post ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୨ ଲକ୍ଷ ଲୁଟି ନେଲେ appeared first on Dharitri Odia News.