ନିରାଶ କଲେ ନିମ୍ନକ୍ରମ ବ୍ୟାଟର, ୪୬୨ ରନରେ ଅଲଆଉଟ ଭାରତ; ନ୍ୟୁଜିଲାଣ୍ଡକୁ ୧୦୭ ରନ ଟାର୍ଗେଟ୍

ବେଙ୍ଗାଲୁରୁ: ପ୍ରଥମ ଇନିଂସରେ ୪୬ ରନରେ ଅଲଆଉଟ୍ ହୋଇଥିବା ଭାରତ ଦ୍ଵିତୀୟ ଇନିଂସରେ ଦମଦାର ବ୍ୟାଟିଂ କରି ୪୬୨ ରନ କରି ପାରିଛି। ତେବେ ନିମ୍ନକ୍ରମ ବ୍ୟାଟରଙ୍କ ଦୟନୀୟ ପ୍ରଦର୍ଶନ କାରଣରୁ ଭାରତ ଆଶା ମୁତାବକ ସ୍କୋର କରି ପାରିନି। ଫଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୧୦୭ ରନର ବିଜୟ ଲକ୍ଷ୍ୟ। ଚତୁର୍ଥ ଦିନରେ ସରଫରାଜ ଖାନଙ୍କ ୧୫୦ ରନ ଓ ଋଷଭ ପନ୍ତଙ୍କ ୯୯ ରନ ବଳରେ ଭାରତ ଏହି ସ୍କୋର କରି ପାରିଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୪୦୨ ରନ କରି ୩୫୬ ରନର ବିଶାଳ ଅଗ୍ରଣୀ  ହାସଲ କରିଥିଲା।  