ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ନୂଆ ଆଡଭୋକେଟ ଜେନେରାଲ

ଭୁବନେଶ୍ୱର: ଆଡଭୋକେଟ୍‌ ଜେନେରାଲ ହେଲେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ। ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଓଡ଼ିଶାର ଏଜି ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିବୃତ୍ତି ଜାରି ହୋଇଛି। ଜାରି ହୋଇଥିବା ଚିଠିରେ କୁହାଯାଇଛି " ଭାରତର ସମ୍ବିଧାନର ଧାରା ୧୫୬ ର କ୍ଲଜ (୧) ଅନୁଯାୟୀ, ଓଡିଶାର ରାଜ୍ୟପାଳ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡଭୋକେଟ ଶ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କୁ ଓଡିଶାର ଆଡଭୋକେଟ ଜେନେରାଲ ଭାବରେ ନିଯୁକ୍ତ କରି ଖୁସି ବ୍ୟକ୍ତ କରିଛନ୍ତି।"ପିତାମ୍ବର ଆଚାର୍ଯ୍ୟଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ ଗଜରାଜପୁରରେ। ଭୁବନେଶ୍ୱର ୟୁନିଭର୍ସିଟି ଲ କଲେଜରୁ ସେ ଏଲଏଲବି ପାସ କରିବା ପରେ ସେ ଓକିଲାତି କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରରାଜନୀତିରୁ ସକ୍ରିୟ ରହିବା ସହ ରାଜ୍ୟ ରାଜନୀତିରେ ଜଣେ ପ୍ରତିଷ୍ଠିତ ଚେହେରା। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ନିର୍ବାଚନ ଲଢ଼ିଥିଲେ। ବିଜେପିର ଜଣେ ବରିଷ୍ଠ ନେତା ଭାବେ ରାଜ୍ୟ ବିଜେପିର ଅନେକ ଗୁରୁଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି ଶ୍ରୀ ଆଚାର୍ଯ୍ୟ। ତେବେ ୨୦୨୪ ନିର୍ବାଚନରେ ପିତାମ୍ବର ଆଚାର୍ଯ୍ୟ ବିଧାନସଭା ନିର୍ବାଚନ ଲଢ଼ି ନଥିଲେ।   

ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ନୂଆ ଆଡଭୋକେଟ ଜେନେରାଲ

ଭୁବନେଶ୍ୱର: ଆଡଭୋକେଟ୍‌ ଜେନେରାଲ ହେଲେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ। ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଓଡ଼ିଶାର ଏଜି ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିବୃତ୍ତି ଜାରି ହୋଇଛି। 

ଜାରି ହୋଇଥିବା ଚିଠିରେ କୁହାଯାଇଛି " ଭାରତର ସମ୍ବିଧାନର ଧାରା ୧୫୬ ର କ୍ଲଜ (୧) ଅନୁଯାୟୀ, ଓଡିଶାର ରାଜ୍ୟପାଳ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡଭୋକେଟ ଶ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କୁ ଓଡିଶାର ଆଡଭୋକେଟ ଜେନେରାଲ ଭାବରେ ନିଯୁକ୍ତ କରି ଖୁସି ବ୍ୟକ୍ତ କରିଛନ୍ତି।"

ପିତାମ୍ବର ଆଚାର୍ଯ୍ୟଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ ଗଜରାଜପୁରରେ। ଭୁବନେଶ୍ୱର ୟୁନିଭର୍ସିଟି ଲ କଲେଜରୁ ସେ ଏଲଏଲବି ପାସ କରିବା ପରେ ସେ ଓକିଲାତି କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରରାଜନୀତିରୁ ସକ୍ରିୟ ରହିବା ସହ ରାଜ୍ୟ ରାଜନୀତିରେ ଜଣେ ପ୍ରତିଷ୍ଠିତ ଚେହେରା। 

ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ନିର୍ବାଚନ ଲଢ଼ିଥିଲେ। ବିଜେପିର ଜଣେ ବରିଷ୍ଠ ନେତା ଭାବେ ରାଜ୍ୟ ବିଜେପିର ଅନେକ ଗୁରୁଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି ଶ୍ରୀ ଆଚାର୍ଯ୍ୟ। ତେବେ ୨୦୨୪ ନିର୍ବାଚନରେ ପିତାମ୍ବର ଆଚାର୍ଯ୍ୟ ବିଧାନସଭା ନିର୍ବାଚନ ଲଢ଼ି ନଥିଲେ।