ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ନିଆଯିବ ଆକ୍ସନ: ମନ୍ତ୍ରୀ

ଝରିଗାଁ,୬ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକକୁ ଶନିବାର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଝରିଗାଁ ବିଧାୟକ ନରସିଂହ ଭତ୍ରା ଗସ୍ତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଏବଂ ବିଧାୟକଙ୍କୁ କରସାହାଣ୍ଡି ଛକଠାରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଦଳୀୟ କର୍ମୀଗହଣରେ ପହଞ୍ଚିଥିଲେ। ଏଥିରେ ଭାଜପା ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ରାୟଗଡ଼ା ଜିଲା ପ୍ରଭାରୀ ଗୋବିନ୍ଦ ଜୈନ, ଆଇନଜୀବୀ ଚନ୍ଦ୍ରଭାନୁ ନାୟକ, ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପ୍ରଧନୀ, […] The post ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ନିଆଯିବ ଆକ୍ସନ: ମନ୍ତ୍ରୀ appeared first on Dharitri Odia News.

ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ନିଆଯିବ ଆକ୍ସନ: ମନ୍ତ୍ରୀ

ଝରିଗାଁ,୬ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକକୁ ଶନିବାର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଝରିଗାଁ ବିଧାୟକ ନରସିଂହ ଭତ୍ରା ଗସ୍ତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଏବଂ ବିଧାୟକଙ୍କୁ କରସାହାଣ୍ଡି ଛକଠାରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଦଳୀୟ କର୍ମୀଗହଣରେ ପହଞ୍ଚିଥିଲେ। ଏଥିରେ ଭାଜପା ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ରାୟଗଡ଼ା ଜିଲା ପ୍ରଭାରୀ ଗୋବିନ୍ଦ ଜୈନ, ଆଇନଜୀବୀ ଚନ୍ଦ୍ରଭାନୁ ନାୟକ, ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପ୍ରଧନୀ, ମହେଶ୍ୱର ତିଓ୍ବାରୀ, କୁନୁ ତିଓ୍ବାରୀ, ବୁଲୁ ଷଡ଼ଙ୍ଗୀ, ଭିକି ରଥ, ଗିରି ପାଣ୍ଡେ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାପରେ ପଞ୍ଚାୟତ ସମିତି ସଭାଗୃହଠାରେ ଆୟୋଜିତ ସମୀକ୍ଷା ତଥା ଜନଶୁଣାଣି ବୈଠକରେ ସାମିଲ ହୋଇ ଝରିଗାଁ ବ୍ଲକର ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। କୁଟୁରିଛାପର ପଞ୍ଚାୟତ ସମିତି ସଭ୍ୟ ପ୍ରସନ୍ନ ମାଝି ଅଭିଯୋଗ ଅନୁସାରେ ଝରିଗାଁ ପଞ୍ଚାୟତ ସମିତିରେ ଦୀର୍ଘ ୧୪ ମାସ ହେଲା କୌଣସି ସମିତି ବୈଠକ ହୋଇନାହିଁ, ଯାହାଫଳରେ ନିଜ ନିଜ ପଞ୍ଚାୟତରେ ରହିଥିବା ସମସ୍ୟା ବଢ଼ିବାରେ ଲାଗିରହିଛି। ସେହିପରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୂର୍ବତନ ବିଧାୟକଙ୍କ ପାଣ୍ଠିରୁ ଖର୍ଚ୍ଚ ହୋଇ ଆସିଥିବା ନୂତନ ଆମ୍ବୁଲାନ୍ସ କାହିଁକି ବ୍ୟବହାର ହୋଇପାରୁନାହିଁ। ଝରିଗାଁ ବ୍ଲକରେ ହେଇଥିବା ଉନ୍ନୟନମୂଳକ କାର୍ଯ୍ୟରେ କୌଣସି ପ୍ରକାରର ସାଇନ ବୋର୍ଡ ଲଗାଯାଉଥିବା ନ ଥିବା କୁଟୁରିଛାପର ସମିତି ସଭ୍ୟ ପ୍ରକାଶ କରିଥଲେ। ଇଚ୍ଛାପୁର ପଞ୍ଚାୟତ ସକାଶେ ନିର୍ମାଣ ହୋଇଥିବା ପଞ୍ଚାୟତ ଗୃହ କିପରି ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ସେଥିନେଇ ଚିତ୍ରସେନ ତିଓ୍ବାରୀ ଅଭିଯୋଗ ଜଣାଇଥିଲେ। ସେହିପରି ଝରିଗାଁ ସଦର ମହକୁମା ନିକଟସ୍ଥ ୨୦୧୪ରୁ ବିବାଦରେ ରହିଥିବା ଉଦଲିଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପାଇଁ କିପରି ଶୀଘ୍ର ସ୍କୁଲ ଗୃହ ନିର୍ମାଣ ହେବ ସେଥିନେଇ ଅଭିଯୋଗ ହୋଇଥିଲା। ଇଚ୍ଛାପୁର ପଞ୍ଚାୟତ ମୁଣ୍ଡିମାଳ ଗ୍ରାମରେ ଏକ ହଜାରରୁ ଉଦ୍ଧର୍‌ବ ଲୋକ ରହୁଥିଲେ ମଧ୍ୟ ସେଠାରେ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ହୋଇପାରିଲା ନାହିଁ। ବଡ଼ଟେମାର ଆଶ୍ରମ ବିଦ୍ୟାଳୟରେ ପାନୀୟ ବିଶୁଦ୍ଧ ଜଳଯୋଗାଣ ଯୋଗାଇଦେବା ନେଇ ଗ୍ରାମବାସୀ ଅଭିଯୋଗ ଜଣାଇଥିଲେ। କରମରୀ ଗ୍ରାମଠାରେ ଛାତ୍ରୀ ପିଲାଙ୍କ ପାଠ ପଢ଼ିବା ଏବଂ ରହିବା ପାଇଁ କୋଠା ତିଆରି ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ସେହିପରି ଝରିଗାଁ ବସ୍‌ଷ୍ଟାଣ୍ଡଠାରେ ମାଗଣା ପରିସ୍ରାଗାର ତିଆରି ହୋଇ ପୂର୍ବତନ ଏମ୍‌ପି ଏବଂ ପୂର୍ବତନ ବିଧାୟକଙ୍କ ଦ୍ୱାରା ଶୁଭ ଦିଆଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ। ଲୋକଙ୍କ ଅଭିଯୋଗ କିପରି ଶୀଘ୍ର ସମାଧାନ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ନେଇ ମନ୍ତ୍ରୀ ଉପସ୍ଥିତ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏପରିକି କାର୍ଯ୍ୟକାରୀ ନ ହେଲେ ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

The post ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ନିଆଯିବ ଆକ୍ସନ: ମନ୍ତ୍ରୀ appeared first on Dharitri Odia News.