ନିର୍ଦ୍ଦେଶ ମାନୁନି ବିଡ଼ିଏ: କ୍ଷତି ସହୁଛି ବିଏମସି, ଦୋଛକିରେ ସାଧାରଣ ଲୋକ
କନକ ବ୍ୟୁରୋ: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଘର ତିଆରି କଲେ ଏହି ପ୍ଲାନକୁ ଅନୁମୋଦନ ଦେବା କଥା ବିଏମ୍ସି। ୨୦୧୫ ମସିହାରୁ ବିଡିଏଠାରୁ ଏହି କ୍ଷମତା ନିଆଯାଇ ବିଏମ୍ସିକୁ ଦିଆଯାଇଛି। କିନ୍ତୁ ନିୟମର ଉଲଂଘନ କରି ବିଡିଏ ଏବେ ମଧ୍ୟ କ୍ରେତା ମାନଙ୍କୁ ପ୍ଲାନ ଅନୁମୋଦନ ଦେଉଛି। ଆରଟିଆଇ ତଥ୍ୟରୁ ଏହା ଜଣାପଡିବା ପରେ ଦୋଛକିରେ ସାଧାରଣ ଲୋକେ। ନିୟମ ଅନୁସାରେ, ଭୁବନେଶ୍ବର ମହାନଗର ଅଞ୍ଚଳରେ ଘର ପ୍ଲାନ୍ର ଅନୁମୋଦନ ଦେବା କଥା ବିଏମସି। ୨୦୧୫ରୁ ବିଏମସି ହାତକୁ କ୍ଷମତା ଯାଇଥିଲେ ମଧ୍ୟ ବିଡ଼ିଏ ମନଇଚ୍ଛା ଭାବେ ଘର ପ୍ଲାନ ଦେଉଛି। ଆରଟିଆଇ ତଥ୍ୟ ଅନୁସାରେ, ବିଏମସି ହାତକୁ କ୍ଷମତା ଯିବା ପରଠୁ ବିଡ଼ିଏ ୨୮ ଶହ ୫୮ ପ୍ରକଳ୍ପକୁ ଅନୁମୋଦନ ଦେଇଛି । ଆଉ ବିଏମସି ଓ ବିଡ଼ିଏର ଦ୍ଵେତ ବ୍ୟବସ୍ଥା ଭିତରେ ଦୋଛକିରେ ସାଧାରଣ କ୍ରେତା। ଏବେ ଏହି ୨୮ ଶହ ୫୮ ପ୍ରକଳ୍ପର ଭାଗ୍ୟକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଯେଉଁ ପ୍ରକଳ୍ପ ଗୁଡ଼ିକର ଅନୁମୋଦନ ପରେ ବିଏମସି ରାଜସ୍ବ କମାଇବା କଥା, ସେ ଅର୍ଥ ଯାଉଛି ବିଡ଼ିଏ ହାତକୁ। ବିଏମସି ପାଖରେ ଅଧିକାର ଥାଇ ମଧ୍ୟ ବିଡିଏର ମନମାନି ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ସହୁଛି ବିଏମସି। ପ୍ରକଳ୍ପ ବାବଦକୁ ବିଡ଼ିଏ ପ୍ରାୟ ୪୮ କୋଟି ୧୪ ଲକ୍ଷ ଟଙ୍କା ଆଦାୟ କରିଛି। ବିଏମସି ଓ ବିଡ଼ିଏ ଦ୍ବନ୍ଦ୍ବ ଭିତରେ ବଳି ପଡ଼ୁଛନ୍ତି ସାଧାରଣ ଲୋକ। ବିଏମସି ଅଞ୍ଚଳରେ ଘର କଲେ କିଏ ଦେବ ପ୍ଲାନ ଅନୁମୋଦନ? ତାହ

କନକ ବ୍ୟୁରୋ: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଘର ତିଆରି କଲେ ଏହି ପ୍ଲାନକୁ ଅନୁମୋଦନ ଦେବା କଥା ବିଏମ୍ସି। ୨୦୧୫ ମସିହାରୁ ବିଡିଏଠାରୁ ଏହି କ୍ଷମତା ନିଆଯାଇ ବିଏମ୍ସିକୁ ଦିଆଯାଇଛି। କିନ୍ତୁ ନିୟମର ଉଲଂଘନ କରି ବିଡିଏ ଏବେ ମଧ୍ୟ କ୍ରେତା ମାନଙ୍କୁ ପ୍ଲାନ ଅନୁମୋଦନ ଦେଉଛି। ଆରଟିଆଇ ତଥ୍ୟରୁ ଏହା ଜଣାପଡିବା ପରେ ଦୋଛକିରେ ସାଧାରଣ ଲୋକେ।
ନିୟମ ଅନୁସାରେ, ଭୁବନେଶ୍ବର ମହାନଗର ଅଞ୍ଚଳରେ ଘର ପ୍ଲାନ୍ର ଅନୁମୋଦନ ଦେବା କଥା ବିଏମସି। ୨୦୧୫ରୁ ବିଏମସି ହାତକୁ କ୍ଷମତା ଯାଇଥିଲେ ମଧ୍ୟ ବିଡ଼ିଏ ମନଇଚ୍ଛା ଭାବେ ଘର ପ୍ଲାନ ଦେଉଛି। ଆରଟିଆଇ ତଥ୍ୟ ଅନୁସାରେ, ବିଏମସି ହାତକୁ କ୍ଷମତା ଯିବା ପରଠୁ ବିଡ଼ିଏ ୨୮ ଶହ ୫୮ ପ୍ରକଳ୍ପକୁ ଅନୁମୋଦନ ଦେଇଛି । ଆଉ ବିଏମସି ଓ ବିଡ଼ିଏର ଦ୍ଵେତ ବ୍ୟବସ୍ଥା ଭିତରେ ଦୋଛକିରେ ସାଧାରଣ କ୍ରେତା। ଏବେ ଏହି ୨୮ ଶହ ୫୮ ପ୍ରକଳ୍ପର ଭାଗ୍ୟକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଯେଉଁ ପ୍ରକଳ୍ପ ଗୁଡ଼ିକର ଅନୁମୋଦନ ପରେ ବିଏମସି ରାଜସ୍ବ କମାଇବା କଥା, ସେ ଅର୍ଥ ଯାଉଛି ବିଡ଼ିଏ ହାତକୁ। ବିଏମସି ପାଖରେ ଅଧିକାର ଥାଇ ମଧ୍ୟ ବିଡିଏର ମନମାନି ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ସହୁଛି ବିଏମସି। ପ୍ରକଳ୍ପ ବାବଦକୁ ବିଡ଼ିଏ ପ୍ରାୟ ୪୮ କୋଟି ୧୪ ଲକ୍ଷ ଟଙ୍କା ଆଦାୟ କରିଛି।
ବିଏମସି ଓ ବିଡ଼ିଏ ଦ୍ବନ୍ଦ୍ବ ଭିତରେ ବଳି ପଡ଼ୁଛନ୍ତି ସାଧାରଣ ଲୋକ। ବିଏମସି ଅଞ୍ଚଳରେ ଘର କଲେ କିଏ ଦେବ ପ୍ଲାନ ଅନୁମୋଦନ? ତାହା ସାଧାରଣ କ୍ରେତାଟିଏ ଜାଣିବ କିପରି? ପ୍ଲାନ୍ ଅନୁମୋଦନ ଦାୟିତ୍ଵ ବିଏମସି ହାତରେ ଥିବା ବେଳେ ବିଡ଼ିଏ କାହିଁକି ଦେଉଛି ଅନୁମୋଦନ? ଯେଉଁ କାରଣରୁ ଜାଗା କିଣିବା ଠାରୁ କ୍ଲିୟରାନ୍ସ ପର୍ୟ୍ୟନ୍ତ କ୍ରେତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
୨୦୧୫ରୁ ବିଡ଼ିଏ ଦେଇଥିବା ୨୮୫୮ଟି ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ସାଧାରଣ ଲୋକଙ୍କର। ହେଲେ ଏବେ ଏସବୁ ପ୍ରକଳ୍ପର ଆଇନଗତ ଦିଗକୁ ନେଇ ଦ୍ଵନ୍ଦ୍ବ ସୃଷ୍ଟି ହୋଇଛି।
୨୦୧୭ ପୂର୍ବର ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ କୌଣସି ସମସ୍ୟା ନାହିଁ ବୋଲି ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଉପରେ ଏବେ ହାଇକୋର୍ଟରେ ରହିତାଦେଶ ହୋଇଛି ।