ମା ଦକ୍ଷିଣ କାଳୀଙ୍କ ମନ୍ଦିରରୁ ଚୋରି, ୩ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟ୍
ନରସିଂହପୁର : କଟକ ନରସିଂହପୁର ବ୍ଲକ ବାଲିଝରିରେ ମା ଦକ୍ଷିଣ କାଳୀଙ୍କ ମନ୍ଦିରରୁ ଚୋରି । ଗତକାଲି ରାତିରେ ମନ୍ଦିର ଭିତରେ ପଶି ମାଆଙ୍କ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ୍ ଅଳଙ୍କାରର ମୂଲ୍ୟ ୩ଲକ୍ଷରୁ ଅଧିକ ଟଙ୍କା ହେବ । ଆଜି ସକାଳୁ ପୂଜକ ମନ୍ଦିର ଯିବା ପରେ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ। ଅଭିଯୋଗ ପରେ କାନପୁର ଥାନା ପକ୍ଷରୁ ତଦନ୍ତ […] The post ମା ଦକ୍ଷିଣ କାଳୀଙ୍କ ମନ୍ଦିରରୁ ଚୋରି, ୩ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟ୍ appeared first on KNews Odisha.

ନରସିଂହପୁର : କଟକ ନରସିଂହପୁର ବ୍ଲକ ବାଲିଝରିରେ ମା ଦକ୍ଷିଣ କାଳୀଙ୍କ ମନ୍ଦିରରୁ ଚୋରି । ଗତକାଲି ରାତିରେ ମନ୍ଦିର ଭିତରେ ପଶି ମାଆଙ୍କ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ୍ ଅଳଙ୍କାରର ମୂଲ୍ୟ ୩ଲକ୍ଷରୁ ଅଧିକ ଟଙ୍କା ହେବ । ଆଜି ସକାଳୁ ପୂଜକ ମନ୍ଦିର ଯିବା ପରେ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ। ଅଭିଯୋଗ ପରେ କାନପୁର ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଯୋଗ୍ୟ କିଛି ଦିନ ତଳେ ଅନୁଗୁଳ ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିଲା । ହୁଣ୍ଡି ଭାଙ୍ଗିବା ସହିତ ଶ୍ରୀଜୀଉଙ୍କ ୩ଟି ମଥାମଣି ଲୁଟିନେଇଥିଲେ ଦୁର୍ବୃତ୍ତ । ମନ୍ଦିର ପୂଜକ ନୀତିକାନ୍ତି ପାଇଁ ଆସି ଲୁଟ ହୋଇଥିବା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । ଚୋରମାନେ ମନ୍ଦିରର ଅନ୍ୟ ତାଲା ଗୁଡିକ ଭାଙ୍ଗିଦେଇଥିଲେ । କିନ୍ତୁ ପିତଳ ଓ ଅନ୍ୟାନ୍ୟ ଜିନିଷ ଗୁଡିକୁ ଛାଡି ଯାଇଛନ୍ତି କିନ୍ତୁ ମନ୍ଦିରରେ ଲାଗିଥିବା CCTV କାମ କରୁନଥିବାରୁ ତଦନ୍ତ ବାଧାପ୍ରାପ୍ତ ହୋଇଥିଲା ।
ଆହୁରି ପଢ଼ନ୍ତୁ : ଆଜି ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଗଜୋଦ୍ଧାରଣ ବେଶ
The post ମା ଦକ୍ଷିଣ କାଳୀଙ୍କ ମନ୍ଦିରରୁ ଚୋରି, ୩ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟ୍ appeared first on KNews Odisha.