ନିର୍ଦ୍ଦୋଷଙ୍କୁ ନିର୍ମମ ହତ୍ୟାର ଜବାବ ଦେଇଛୁ- ଅମିତ ଶାହ

ସମାଜ ଡିଜିଟାଲ ଡେସ୍କ: ଅପରେସନ ସିନ୍ଦୂର ନେଇ ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍‌ ଯୋଗେ ପ୍ରତିକ୍ରିୟା ରଖିଛନ୍ତି । ପହଲଗାଓଁରେ ନିର୍ଦ୍ଦୋଷ ଭାଇମାନଙ୍କୁ ନିର୍ମମ ହତ୍ୟାର ଜବାବ ଦିଆଯାଇଛି ବୋଲି ସେ କହିଛନ୍ତି । ସରକାର ଆକ୍ରମଣର ଉପଯୁକ୍ତ ଜବାବ ଦେବାକୁ ସଂକଳ୍ପବଦ୍ଧ । ଭାରତ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଦୃଢ ପ୍ରତିବଦ୍ଧ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ପାକିସ୍ତାନରେ ପଶି ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଛି ଭାରତୀୟ ସେନା । ମୋଟ […]

ନିର୍ଦ୍ଦୋଷଙ୍କୁ ନିର୍ମମ ହତ୍ୟାର ଜବାବ ଦେଇଛୁ- ଅମିତ ଶାହ

ସମାଜ ଡିଜିଟାଲ ଡେସ୍କ: ଅପରେସନ ସିନ୍ଦୂର ନେଇ ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍‌ ଯୋଗେ ପ୍ରତିକ୍ରିୟା ରଖିଛନ୍ତି । ପହଲଗାଓଁରେ ନିର୍ଦ୍ଦୋଷ ଭାଇମାନଙ୍କୁ ନିର୍ମମ ହତ୍ୟାର ଜବାବ ଦିଆଯାଇଛି ବୋଲି ସେ କହିଛନ୍ତି । ସରକାର ଆକ୍ରମଣର ଉପଯୁକ୍ତ ଜବାବ ଦେବାକୁ ସଂକଳ୍ପବଦ୍ଧ । ଭାରତ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଦୃଢ ପ୍ରତିବଦ୍ଧ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ପାକିସ୍ତାନରେ ପଶି ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଛି ଭାରତୀୟ ସେନା । ମୋଟ ୯ଟି ସ୍ଥାନରେ ମିସାଇଲ ମାଡ ହୋଇଥିବା ସୂଚନା ମିଳିଛି ।