ନିର୍ବନ୍ଧ କରି ଚର୍ଚ୍ଚାରେ କୁଲଦୀପ ଯାଦବ, ଜାଣନ୍ତୁ କିଏ ସେ ସୁନ୍ଦରୀ ଯିଏ…?
ନୂୂଆଦିଲ୍ଲୀ,୪।୬: ଚର୍ଚ୍ଚାରେ ଭାରତୀୟ ଦଳର ଅଭିଜ୍ଞ ସ୍ପିନର କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା IPL ୨୦୨୫ରେ ଆଖିଦୃଶିଆ ପ୍ରଦର୍ଶନ କରି ନ ଥିବା କୁଲଦୀପ ବ୍ୟକ୍ତିଗତ ଜୀବନରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଟିମ ଇଣ୍ଡିଆର ଏହି ଷ୍ଟାର ଖେଳାଳିଙ୍କ ନିର୍ବନ୍ଧ ଶେଷ ହୋଇଛି। କୁଲଦୀପ ନିଜର ପିଲାଦିନର ବନ୍ଧୁ ବଂଶିକାଙ୍କୁ ବିବାହ କରିବାକୁ ଯାଉଛନ୍ତି। କୁଲଦୀପ ଲକ୍ଷ୍ନୌରେ ବଂଶିକାଙ୍କ ସହିତ ନିର୍ବନ୍ଧ କରିଛନ୍ତି। ବଂଶିକା ବର୍ତ୍ତମାନ LICରେ କାର୍ଯ୍ୟରତ। ବଂଶିକା କୁଲଦୀପ ଯାଦବଙ୍କ ପିଲାଦିନର […] The post ନିର୍ବନ୍ଧ କରି ଚର୍ଚ୍ଚାରେ କୁଲଦୀପ ଯାଦବ, ଜାଣନ୍ତୁ କିଏ ସେ ସୁନ୍ଦରୀ ଯିଏ…? appeared first on Dharitri Odia News.
ନୂୂଆଦିଲ୍ଲୀ,୪।୬: ଚର୍ଚ୍ଚାରେ ଭାରତୀୟ ଦଳର ଅଭିଜ୍ଞ ସ୍ପିନର କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା IPL ୨୦୨୫ରେ ଆଖିଦୃଶିଆ ପ୍ରଦର୍ଶନ କରି ନ ଥିବା କୁଲଦୀପ ବ୍ୟକ୍ତିଗତ ଜୀବନରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଟିମ ଇଣ୍ଡିଆର ଏହି ଷ୍ଟାର ଖେଳାଳିଙ୍କ ନିର୍ବନ୍ଧ ଶେଷ ହୋଇଛି। କୁଲଦୀପ ନିଜର ପିଲାଦିନର ବନ୍ଧୁ ବଂଶିକାଙ୍କୁ ବିବାହ କରିବାକୁ ଯାଉଛନ୍ତି।
କୁଲଦୀପ ଲକ୍ଷ୍ନୌରେ ବଂଶିକାଙ୍କ ସହିତ ନିର୍ବନ୍ଧ କରିଛନ୍ତି। ବଂଶିକା ବର୍ତ୍ତମାନ LICରେ କାର୍ଯ୍ୟରତ। ବଂଶିକା କୁଲଦୀପ ଯାଦବଙ୍କ ପିଲାଦିନର ବନ୍ଧୁ। ବଂଶିକା କାନପୁରର ବାସିନ୍ଦା। ରିଙ୍କୁ ସିଂହ ସମେତ ଅନେକ ଭାରତୀୟ ଖେଳାଳି ମଧ୍ୟ କୁଲଦୀପ ଯାଦବଙ୍କ ନିର୍ବନ୍ଧରେ ଯୋଗ ଦେଇଥିଲେ।
କୁଲଦୀପ ଯାଦବଙ୍କ ବିଷୟରେ କହିବାକୁ ଗଲେ, ତାଙ୍କର ଜନ୍ମ ୧୪ ଡିସେମ୍ବର ୧୯୯୪ ରେ ଉତ୍ତର ପ୍ରଦେଶର ଉନ୍ନାଉ ଜିଲାରେ ହୋଇଥିଲା। ଏହି ଉତ୍କୃଷ୍ଟ ସ୍ପିନର୍ ଟିମ ଇଣ୍ଡିଆ ପକ୍ଷରୁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିିବ। ଏହି ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ଏବଂ କୁଲଦୀପ ଯାଦବଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ସେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭଲ ବୋଲିଂ କରିବାକୁ ଚାହିଁବେ । ତାଙ୍କ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚାହିଁବେ।
ଦିଲ୍ଲୀ କ୍ୟାପିଟାଲ୍ସ ୧୪ଟି ଲିଗ୍ ମ୍ୟାଚ୍ ମଧ୍ୟରୁ ୭ଟିରେ ବିଜୟୀ ହୋଇଥିଲା। ସେମାନେ ୬ଟି ମ୍ୟାଚ ହାରିଥିଲେ। ଏହା ବ୍ୟତୀତ ଗୋଟିଏ ମ୍ୟାଚ ଡ୍ର ମଧ୍ୟ ହୋଇଥିଲା। ଦଳ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ସିଜିନ ଶେଷ କରିଥିଲା। କୁଲଦୀପ ଯାଦବଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ, ସେ ୧୪ଟି ମ୍ୟାଚ ରେ ୨୪.୦୬ ହାରରେ ଏବଂ ୭.୦୭ ଇକୋନୋମିରେ ମୋଟ ୧୫ଟି ଉଇକେଟ ନେଇଥିଲେ।
କୁଲଦୀପ ଯାଦବ ଏପର୍ଯ୍ୟନ୍ତ ଭାରତ ପାଇଁ ମୋଟ ୧୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ୫୬ଟି ୱିକେଟ ନେଇଛନ୍ତି। ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକତ୍ୱ କରିବେ ଯେତେବେଳେ ରିଷଭ ପନ୍ତଙ୍କୁ ଉପ-ଅଧିନାୟକ କରାଯାଇଛି। ଭାରତୀୟ ଖେଳାଳିମାନେ ଏହି ଟେଷ୍ଟ ସିରିଜ ପାଇଁ ଖୁବ ଶୀଘ୍ର ଅଭ୍ୟାସ ଆରମ୍ଭ କରିବେ।
The post ନିର୍ବନ୍ଧ କରି ଚର୍ଚ୍ଚାରେ କୁଲଦୀପ ଯାଦବ, ଜାଣନ୍ତୁ କିଏ ସେ ସୁନ୍ଦରୀ ଯିଏ…? appeared first on Dharitri Odia News.