ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ବିରୋଧ କଲା ଭାଜପା

ଛତ୍ରପୁର,୭ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ସହରରେ ବିଜେଡି ପକ୍ଷରୁ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛତ୍ରପୁର ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ବିରୋଧ କରିବାରୁ ଅତିରିକ୍ତ ତହସିଲଦାର ଏବଂ ଛତ୍ରପୁର ପୋଲିସର ଉପସ୍ଥିତିର ଉକ୍ତ ଦଳୀୟ ବାନାଗୁଡ଼ିକୁ […] The post ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ବିରୋଧ କଲା ଭାଜପା appeared first on Dharitri Odia News.

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ବିରୋଧ କଲା ଭାଜପା

ଛତ୍ରପୁର,୭ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ସହରରେ ବିଜେଡି ପକ୍ଷରୁ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛତ୍ରପୁର ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ବିରୋଧ କରିବାରୁ ଅତିରିକ୍ତ ତହସିଲଦାର ଏବଂ ଛତ୍ରପୁର ପୋଲିସର ଉପସ୍ଥିତିର ଉକ୍ତ ଦଳୀୟ ବାନାଗୁଡ଼ିକୁ ସେଠାରୁ ହଟାଯାଇଥିଲା।

ମିଳିଥିବା ସୂଚନାନୁସାରେ, ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଆଖପାଖରେ ପତାକା ଏବଂ ଶଙ୍ଖ ଚିହ୍ନର ବାନା ଲଗାଇ ବିଜେଡି ପ୍ରଚାର କରିଛି ବୋଲି ଭାଜପା ଅଭିଯୋଗ କରିଛି। ଯାହାକୁ ଛତ୍ରପୁର ଭାଜପା ପକ୍ଷରୁ ବିରୋଧ କରାଯାଇଛି ବିଜେଡିର ରାଲିରେ କିଛି ସରକାରୀ କର୍ମଚାରୀ ବୁଲୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ୨ ଅଭିଯୋଗ ନେଇ ନିଜେ ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ଉକ୍ତ ସ୍ଥାନକୁ ଯାଇ ସରକାରୀ ଅଧିକାରୀମାନଙ୍କୁ ପ୍ରଶ୍ନ କରିବା ସହ ପ୍ରଶାସନିକ ଅଧିକାରୀମାନେ ବିଜେଡି ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ରବିବାର ଛତ୍ରପୁରରେ ବିଜେଡି ଏମ୍‌ପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ବିଧାୟକ ପ୍ରାର୍ଥୀ ସୁବାସ ବେହେରାଙ୍କ ବାଇକ୍‌ ରାଲି ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଆଖଟ୍‌ପାଖରେ ବିଜେଡି ପତାକା ଲଗାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ନିର୍ବାଚନ ଆଚରଣ ବିଧି ଲାଗୁ ଦିନ ହିଁ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରୁ ଦଳୀୟ ପତାକା ହଟାଯାଇଥିଲା। ପୁଣି ଦଳୀୟ ପତାକା ଉକ୍ତ ସ୍ଥାନରେ ଲଗାଯିବାକୁ ନେଇ ପ୍ରଶାସନକୁ ଚ୍ୟାଲେଞ୍ଜ ସଦୃଶ ହୋଇଛି।

The post ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ବିରୋଧ କଲା ଭାଜପା appeared first on Dharitri Odia News.