ସେମିଫାଇନାଲ ପୂର୍ବରୁ ଭାରତୀୟ ହକି ଦଳକୁ ବଡ ଝଟକା; ଓଡ଼ିଶାର ଅମିତ ଗୋଟିଏ ମ୍ୟାଚ୍ରୁ ସସ୍ପେଣ୍ଡ
ନୂଆଦିଲ୍ଲୀ,୫।୮: ଭାରତର ପ୍ରମୁଖ ଡିଫେଣ୍ଡର ତଥା ପ୍ରଥମ ରଶର ଅମିତ ରୋହିଦାସ ଗୋଟିଏ ମ୍ୟାଚରୁ ସସ୍ପେଣ୍ଡ ହୋଇଛନ୍ତି। ଫଳରେ ସେ ଚଳିତ ଅଲିମ୍ପିକ୍ସର ଜର୍ମାନୀ ବିପକ୍ଷ ପୁରୁଷ ହକି ସେମିଫାଇନାଲ ଖେଳିପାରିବେ ନାହିଁ। ଗ୍ରେଟ୍ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲର ୧୭ଶ ମିନିଟରେ ବିପକ୍ଷ ଦଳର ଖେଳାଳିଙ୍କୁ ଆଘାତ ପହଞ୍ଚାଇବା ଅଭିଯୋଗରେ ତାଙ୍କୁ ରେଡ୍କାର୍ଡ ମିଳିଥିଲା। ସସ୍ପେଣ୍ଡ ବିରୋଧରେ ହକି ଇଣ୍ଡିଆ ପକ୍ଷରୁ ଆବେଦନ କରାଯାଇଥିଲେ ହେଁ ତାହା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍)ର ଜୁରି ବେଞ୍ଚ୍ […] The post ସେମିଫାଇନାଲ ପୂର୍ବରୁ ଭାରତୀୟ ହକି ଦଳକୁ ବଡ ଝଟକା; ଓଡ଼ିଶାର ଅମିତ ଗୋଟିଏ ମ୍ୟାଚ୍ରୁ ସସ୍ପେଣ୍ଡ appeared first on Dharitri Odia News.
ନୂଆଦିଲ୍ଲୀ,୫।୮: ଭାରତର ପ୍ରମୁଖ ଡିଫେଣ୍ଡର ତଥା ପ୍ରଥମ ରଶର ଅମିତ ରୋହିଦାସ ଗୋଟିଏ ମ୍ୟାଚରୁ ସସ୍ପେଣ୍ଡ ହୋଇଛନ୍ତି। ଫଳରେ ସେ ଚଳିତ ଅଲିମ୍ପିକ୍ସର ଜର୍ମାନୀ ବିପକ୍ଷ ପୁରୁଷ ହକି ସେମିଫାଇନାଲ ଖେଳିପାରିବେ ନାହିଁ। ଗ୍ରେଟ୍ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲର ୧୭ଶ ମିନିଟରେ ବିପକ୍ଷ ଦଳର ଖେଳାଳିଙ୍କୁ ଆଘାତ ପହଞ୍ଚାଇବା ଅଭିଯୋଗରେ ତାଙ୍କୁ ରେଡ୍କାର୍ଡ ମିଳିଥିଲା।
ସସ୍ପେଣ୍ଡ ବିରୋଧରେ ହକି ଇଣ୍ଡିଆ ପକ୍ଷରୁ ଆବେଦନ କରାଯାଇଥିଲେ ହେଁ ତାହା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍)ର ଜୁରି ବେଞ୍ଚ୍ ଖାରଜ କରି ଦେଇଛି। ତେଣୁ ୮ ଥର ଅଲିମ୍ପିକ୍ ଚାମ୍ପିୟନ ଭାରତ ପାଇଁ ସେମିଫାଇନାଲ ପରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ କେବଳ ୧୫ ଜଣିଆ ଖେଳାଳି ଉପଲବ୍ଧ ରହିବେ। ଅମିତଙ୍କୁ ଗୋଟିଏ ମ୍ୟାଚରୁ ସସ୍ପେଣ୍ଡ କରାଯାଇଥିବା ଏଫ୍ଆଇଏଚ୍ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି।
ଗତ ରବିବାର ଅନୁଷ୍ଠିତ ମ୍ୟାଚରେ ପଡ଼ିଆ ମଝିରେ ବଲ୍ ପାଇଁ ସଂଘର୍ଷ ସମୟରେ ଅମିତଙ୍କ ଷ୍ଟିକ୍ ଅଜାଣତରେ ବ୍ରିଟେନର ଓ୍ବିଲ୍ କାଲନାନଙ୍କ ମୁହଁରେ ବାଜିଥିଲା। ଫଳରେ ତାଙ୍କୁ ମାର୍ଚିଂ ଅର୍ଡର ମିଳିଥିଲା ଏବଂ ପାଖାପାଖି ୪୦ ମିନିଟ ଭାରତ ୧୦ ଜଣିଆରେ ଖେଳିଥିଲା। ଅନ୍-ଫିଲ୍ଡ ଅମ୍ପାୟର ଏହାକୁ ବିଶେଷ ଗୁରୁତ୍ୱର ସହ ନେଇ ନ ଥିଲେ ହେଁ ଭିଡିଓ ରେଫରାଲ ପରେ ଟିଭି ଅମ୍ପାୟର ନିଷ୍ପତ୍ତିରେ ପରିବର୍ତ୍ତନ କରି ରେଡ୍କାର୍ଡ ଦେବାକୁ ପରାମର୍ଶ ଦେଇଥିଲେ। ୧୦ ଜଣରେ ଖେଳିଥିଲେ ମଧ୍ୟ ଭାରତ ବ୍ରିଟେନକୁ କଡ଼ା ଚ୍ୟାଲେଞ୍ଜ ଦେଇ ନିର୍ଦ୍ଧାରିତ ସମୟ ଖେଳକୁ ୧-୧ରେ ବରାବର ରଖିଥିଲା ଏବଂ ଶୁଟ୍ଆଉଟରେ ୪-୨ରେ ବିଜୟୀ ହୋଇଥିଲା।
The post ସେମିଫାଇନାଲ ପୂର୍ବରୁ ଭାରତୀୟ ହକି ଦଳକୁ ବଡ ଝଟକା; ଓଡ଼ିଶାର ଅମିତ ଗୋଟିଏ ମ୍ୟାଚ୍ରୁ ସସ୍ପେଣ୍ଡ appeared first on Dharitri Odia News.