ନିର୍ବାଚନ କମିଶନଙ୍କ ଅନନ୍ୟ ପଦକ୍ଷେପ, ୨୩ ଦେଶର ୭୫ ପ୍ରତିନିଧୀ ‘ଗଣତନ୍ତ୍ରର ମହାପର୍ବ’ ଦେଖିବାକୁ ଭାରତ ପହଞ୍ଚିଲେ

ନୂଆଦିଲ୍ଲୀ,୫।୫: ୨୩ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥା ସହିତ ଜଡିତ ୭୫ ଜଣ ଆନ୍ତର୍ଜାତୀୟ ପ୍ରତିନିଧୀ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ‘ଲୋକ ସଭା ନିର୍ବାଚନ’ର ମହାନ ମହୋତ୍ସବର ସାକ୍ଷୀ ହେବା ପାଇଁ ଭାରତରେ ପହଞ୍ଚିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରବିବାର ଏହି ସୂଚନା ଦେଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଆନନ୍ଦଦାୟକ ଏବଂ ସନ୍ତୋଷଜନକ ବିଷୟ ଯେ ଆମ ନିମନ୍ତ୍ରଣ କ୍ରମେ ୨୩ […] The post ନିର୍ବାଚନ କମିଶନଙ୍କ ଅନନ୍ୟ ପଦକ୍ଷେପ, ୨୩ ଦେଶର ୭୫ ପ୍ରତିନିଧୀ ‘ଗଣତନ୍ତ୍ରର ମହାପର୍ବ’ ଦେଖିବାକୁ ଭାରତ ପହଞ୍ଚିଲେ appeared first on Dharitri Odia News.

ନିର୍ବାଚନ କମିଶନଙ୍କ ଅନନ୍ୟ ପଦକ୍ଷେପ, ୨୩ ଦେଶର ୭୫ ପ୍ରତିନିଧୀ ‘ଗଣତନ୍ତ୍ରର ମହାପର୍ବ’ ଦେଖିବାକୁ ଭାରତ ପହଞ୍ଚିଲେ

ନୂଆଦିଲ୍ଲୀ,୫।୫: ୨୩ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥା ସହିତ ଜଡିତ ୭୫ ଜଣ ଆନ୍ତର୍ଜାତୀୟ ପ୍ରତିନିଧୀ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ‘ଲୋକ ସଭା ନିର୍ବାଚନ’ର ମହାନ ମହୋତ୍ସବର ସାକ୍ଷୀ ହେବା ପାଇଁ ଭାରତରେ ପହଞ୍ଚିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରବିବାର ଏହି ସୂଚନା ଦେଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଆନନ୍ଦଦାୟକ ଏବଂ ସନ୍ତୋଷଜନକ ବିଷୟ ଯେ ଆମ ନିମନ୍ତ୍ରଣ କ୍ରମେ ୨୩ ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥା ସହ ଜଡିତ ୭୫ ଜଣ ଆନ୍ତର୍ଜାତୀୟ ପ୍ରତିନିଧୀ ଆମ ନିର୍ବାଚନର ସାକ୍ଷୀ ହେବାକୁ ଏଠାକୁ ଆସିଛନ୍ତି।

ରାଜୀବ କୁମାର କହିଛନ୍ତି, ପ୍ରାୟ ଦଶ କିମ୍ବା ଅଧିକ ଅଧ୍ୟକ୍ଷ ଏବଂ ବିଭିନ୍ନ ଦେଶର ମୁଖ୍ୟ ନିର୍ବାଚନ କମିଶନରଙ୍କ ସମକକ୍ଷ ଏଠାରେ ଉପସ୍ଥିତ ଅଛନ୍ତି। ତେଣୁ ଆମେ ସେମାନଙ୍କୁ ନିମନ୍ତ୍ରଣ କରିଛୁ ସେମାନେ ପାଞ୍ଚଟି ସହର ଏବଂ ପାଞ୍ଚଟି ରାଜ୍ୟକୁ ଯାଉଛନ୍ତି ଏବଂ ବୁଥ ପରିଦର୍ଶନ କରିବେ ଏବଂ ଭାରତରେ ଗଣତାନ୍ତ୍ରିକ ପର୍ବ କିପରି ପାଳନ କରାଯାଉଛି ତାହା ମଧ୍ୟ ଦେଖିବେ।

The post ନିର୍ବାଚନ କମିଶନଙ୍କ ଅନନ୍ୟ ପଦକ୍ଷେପ, ୨୩ ଦେଶର ୭୫ ପ୍ରତିନିଧୀ ‘ଗଣତନ୍ତ୍ରର ମହାପର୍ବ’ ଦେଖିବାକୁ ଭାରତ ପହଞ୍ଚିଲେ appeared first on Dharitri Odia News.