ନିର୍ବାଚନ କମିଶନଙ୍କ ତାଗିଦ ପରେ ବଦଳିଲେ ଦୁଇ ଜିଲ୍ଲା ପୁଲିସ ଏସପି

ଢେଙ୍କାନାଳ ଜିଲ୍ଲାପାଳ ଭାବେ ୨୦୧୫ ବ୍ୟାଚ୍ IAS ଅମ୍ରିତ ଋତୁରାଜଙ୍କୁ ଅବସ୍ଥାପିତ କରାଯାଇଛି।

ନିର୍ବାଚନ କମିଶନଙ୍କ ତାଗିଦ ପରେ ବଦଳିଲେ ଦୁଇ ଜିଲ୍ଲା ପୁଲିସ ଏସପି

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଦୁଇ ଜଣ ପୁଲିସ ଏସପିଙ୍କୁ ବଦଳି କରିଛନ୍ତି। ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ପୁଲିସ ଏସପି ଭାବେ ଦୁଇ ଜଣ ପୁଲିସ IPS ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେହିପରି ଢେଙ୍କାନାଳ ଜିଲ୍ଲାପାଳ ଭାବେ ୨୦୧୫ ବ୍ୟାଚ୍ IAS ଅମ୍ରିତ ଋତୁରାଜଙ୍କୁ ଅବସ୍ଥାପିତ କରାଯାଇଛି।

ରାଜ୍ୟ ଗୃହ ବିଭାଗ ଓ ପୁଲିସ ମୁଖ୍ୟାଳୟରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ ଦେବଗଡ଼ ଜିଲ୍ଲା ଏସପି ବରିଷ୍ଠ ଓପିଏସ୍ ରାମ ପ୍ରସାଦ ସାହୁ ଓ କଟକ ଗ୍ରାମାଞ୍ଚଳ ପୁଲିସ ଏସପି ବରିଷ୍ଠ ଓପିଏସ୍ ମିହିର କୁମାର ପଣ୍ଡାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହି ଦୁଇ ଅଫିସରଙ୍କ ସ୍ଥାନରେ ଦେବଗଡ଼ ଏସପି ଭାବେ ୨୦୧୩ IPS ଅନୁପମ ଜେନ୍ସ ଓ କଟକ ଗ୍ରାମାଞ୍ଚଳ ପୁଲିସ ଏସପି ଭାବେ ୨୦୧୩ ବ୍ୟାଚ୍ IPS ଲୋଗାନାୟାଗି ଦିବ୍ୟାଙ୍କୁ ଆଜି ସକାଳ ୧୦ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ନିର୍ଦ୍ଦେଶ ନାମା ଗତକାଲି ଉଭୟ ଗୃହ ବିଭାଗ ଓ ପୁଲିସ ମୁଖ୍ୟାଳୟରୁ ଜାରି ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ୨ ଦିନ ତଳେ ନିର୍ବାଚନ କମିଶନ ଏହି ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ।