ଶସ୍ତାରେ ଟମାଟୋ ବିକିବେ ସରକାର, ଜାଣନ୍ତୁ କେତେ ଦାମରେ ଆଉ କେଉଁଠି ମିଳିବ

ନୂଆଦିଲ୍ଲୀ,୭।୧୦: ଟମାଟୋର ଆକାଶଛୁଆଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସୋମବାରଠାରୁ ସରକାର ଶସ୍ତା ମୂଲ୍ୟରେ ଟମାଟୋ ବିକ୍ରି କରିବେ। ନ୍ୟାସନାଲ କୋଅପରେଟିଭ କଞ୍ଜ୍ୟୁମର ଫେଡେରେସନ (ଏନସିସିଏଫ) ଏବଂ ସଫଳର ଆଉଟଲେଟ ମାଧ୍ୟମରେ ଦିଲ୍ଲୀ ଏବଂ ଏହାର ଆଖପାଖ ସହରଗୁଡିକରେ କିଲୋଗ୍ରାମ ପିଛା ୬୫ଟଙ୍କା ମୂଲ୍ୟରେ ଟମାଟୋ ବିକ୍ରି ହେବ। ଉପଭୋକ୍ତା ବ୍ୟାପାର ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ହୋଲସେଲ ଏବଂ ଖୁଚୁରା ମୂଲ୍ୟରେ ଏକ ବଡ଼ ପାର୍ଥକ୍ୟ ଦେଖାଯାଉଛି […] The post ଶସ୍ତାରେ ଟମାଟୋ ବିକିବେ ସରକାର, ଜାଣନ୍ତୁ କେତେ ଦାମରେ ଆଉ କେଉଁଠି ମିଳିବ appeared first on Dharitri Odia News.

ଶସ୍ତାରେ ଟମାଟୋ ବିକିବେ ସରକାର, ଜାଣନ୍ତୁ କେତେ ଦାମରେ ଆଉ କେଉଁଠି ମିଳିବ

ନୂଆଦିଲ୍ଲୀ,୭।୧୦: ଟମାଟୋର ଆକାଶଛୁଆଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସୋମବାରଠାରୁ ସରକାର ଶସ୍ତା ମୂଲ୍ୟରେ ଟମାଟୋ ବିକ୍ରି କରିବେ। ନ୍ୟାସନାଲ କୋଅପରେଟିଭ କଞ୍ଜ୍ୟୁମର ଫେଡେରେସନ (ଏନସିସିଏଫ) ଏବଂ ସଫଳର ଆଉଟଲେଟ ମାଧ୍ୟମରେ ଦିଲ୍ଲୀ ଏବଂ ଏହାର ଆଖପାଖ ସହରଗୁଡିକରେ କିଲୋଗ୍ରାମ ପିଛା ୬୫ଟଙ୍କା ମୂଲ୍ୟରେ ଟମାଟୋ ବିକ୍ରି ହେବ। ଉପଭୋକ୍ତା ବ୍ୟାପାର ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ହୋଲସେଲ ଏବଂ ଖୁଚୁରା ମୂଲ୍ୟରେ ଏକ ବଡ଼ ପାର୍ଥକ୍ୟ ଦେଖାଯାଉଛି କାରଣ କିଛି ବ୍ୟବସାୟୀ ପର୍ବ ଋତୁରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ମୂଲ୍ୟରେ ଟମାଟୋ ବିକ୍ରି କରୁଛନ୍ତି। କୌତୁହଳର ବିଷୟ, ଟମାଟୋ କିଲୋଗ୍ରାମ ପିଛା ୬୫ଟଙ୍କା ମୂଲ୍ୟରେ ବିକ୍ରି କରିବା ସତ୍ତ୍ୱେ ସରକାର କୌଣସି କ୍ଷତି ସହିବେ ନାହିଁ। ଏହା ହୋଲସେଲ ଏବଂ ଖୁଚୁରା ମୂଲ୍ୟ ମଧ୍ୟରେ ଥିବା ବିରାଟ ପାର୍ଥକ୍ୟକୁ ଦର୍ଶାଉଛି।
ପର୍ବ ଋତୁ ଆରମ୍ଭରୁ ପନିପରିବା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି । ପନିପରିବା ଦର ବୃଦ୍ଧି ରୋଷେଇ ବଜେଟକୁ ନଷ୍ଟ କରିଦେଇଛି। ଦେଶର ଅନେକ ସହରରେ ଟମାଟୋ କିଲୋଗ୍ରାମ ପିଛା ୮୦ ରୁ ୧୦୦ଟଙ୍କା ଏବଂ ପିଆଜ ୭୦ରୁ ୮୦ଟଙ୍କା କିଲୋଗ୍ରାମରେ ବିକ୍ରି ହେଉଛି। ଭେଣ୍ଡି, ପାଳଙ୍ଗ, କଞ୍ଚା ଲଙ୍କା ଏବଂ ଲାଉର ମୂଲ୍ୟ ମଧ୍ୟ ବହୁ ଅଧିକ ହୋଇଛି। ବର୍ତ୍ତମାନ ପ୍ରମୁଖ ସହରଗୁଡିକରେ ଖୁଚୁରା ଟମାଟୋ ମୂଲ୍ୟ କିଲୋଗ୍ରାମରେ୮୦-୯୦ ଟଙ୍କା ପହଞ୍ଚିଥିବାବେଳେ ଦୁଇ ସପ୍ତାହ ପୂର୍ବରୁ ଏହା କିଲୋଗ୍ରାମ ୪୦-୫୦ଟଙ୍କା ଥିଲା। କର୍ନାଟକ ଏବଂ ମହାରାଷ୍ଟ୍ର ପରି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ବର୍ଷା ହେତୁ ଏହି ବୃଦ୍ଧି ହେବାର କାରଣ ହେଉଛି ଯୋଗାଣରେ ବ୍ୟାଘାତ ବୋଲି କୁହାଯାଉଛି।

The post ଶସ୍ତାରେ ଟମାଟୋ ବିକିବେ ସରକାର, ଜାଣନ୍ତୁ କେତେ ଦାମରେ ଆଉ କେଉଁଠି ମିଳିବ appeared first on Dharitri Odia News.