ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାଜପା ଛାଡ଼ିଲେ ପୁରୁଖା ନେତା ଜିତେନ୍ଦ୍ର ରେଡ୍ଡୀ
ହାଇଦ୍ରାବାଦ,୧୬।୩: ବହୁ ପ୍ରତୀକ୍ଷିତ ଲୋକ ସଭା ଭୋଟ ସହ ୪ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯିବ। ହେଲେ ଏହା ପୂର୍ବରୁ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଦଳର ପୂର୍ବତନ ଏମ୍ପି ଜିତେନ୍ଦ୍ର ରେଡ୍ଡୀ ଏବଂ ତାଙ୍କ ପୁଅ ଭାଜପାରୁ ଇସ୍ତଫା ଦେବା ପରେ କଂଗ୍ରେସରେ ସାମିଲ ହୋଇଛନ୍ତି। ବାପ-ପୁଅ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ଏଆଇସିସି ରାଜ୍ୟ ପ୍ରଭାରୀ ଦୀପାଦାସ ମୁନ୍ସୀଙ୍କ ଉପସ୍ଥିତିରେ କଂଗ୍ରେସ ପାର୍ଟିର ପ୍ରାଥମିକ ସଦସ୍ୟତା ଗ୍ରହଣ […] The post ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାଜପା ଛାଡ଼ିଲେ ପୁରୁଖା ନେତା ଜିତେନ୍ଦ୍ର ରେଡ୍ଡୀ appeared first on Dharitri Odia News.
ହାଇଦ୍ରାବାଦ,୧୬।୩: ବହୁ ପ୍ରତୀକ୍ଷିତ ଲୋକ ସଭା ଭୋଟ ସହ ୪ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯିବ। ହେଲେ ଏହା ପୂର୍ବରୁ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଦଳର ପୂର୍ବତନ ଏମ୍ପି ଜିତେନ୍ଦ୍ର ରେଡ୍ଡୀ ଏବଂ ତାଙ୍କ ପୁଅ ଭାଜପାରୁ ଇସ୍ତଫା ଦେବା ପରେ କଂଗ୍ରେସରେ ସାମିଲ ହୋଇଛନ୍ତି। ବାପ-ପୁଅ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ଏଆଇସିସି ରାଜ୍ୟ ପ୍ରଭାରୀ ଦୀପାଦାସ ମୁନ୍ସୀଙ୍କ ଉପସ୍ଥିତିରେ କଂଗ୍ରେସ ପାର୍ଟିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।
ତେଲଙ୍ଗାନା ବିଧାନସଭା ନିର୍ବାଚନରେ ବିଆରଏସ୍ ଏବଂ ଭାଜପାକୁ ପଛରେ ପକାଇ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିଥିଲା। ଏବେ ଲୋକ ସଭା ନିର୍ବାଚନରେ ମଧ୍ୟ ତେଲଙ୍ଗାନାରେ ଅଧିକ ସିଟ୍ ହାସଲ କରିବାକୁ କଂଗ୍ରେସ ଅଣ୍ଟା ଭିଡିଛି। ଏଭଳି ସ୍ଥିତିରେ ଭାଜପା ମଧ୍ୟ ନିର୍ବାଚନୀ ଲଢ଼େଇ ଆରମ୍ଭ କରି ଦେଇଛି।
The post ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାଜପା ଛାଡ଼ିଲେ ପୁରୁଖା ନେତା ଜିତେନ୍ଦ୍ର ରେଡ୍ଡୀ appeared first on Dharitri Odia News.