ଟ୍ବେଣ୍ଟି-୨୦ ବିଶ୍ବକପ୍ ଚାମ୍ପିଅନ୍ ଭାରତୀୟ ଦଳକୁ ଦିଲ୍ଲୀ ଓ ମୁମ୍ବାଇରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବଶ୍ବକପ୍ ଜିତିବା ପରେ ଭାରତୀୟ ଦଳ ସ୍ବଦେଶ ଫେରିଛି। ୧୧ ବର୍ଷ ପରେ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇଥିଲା ବେଳେ ୧୭ ବର୍ଷ ପରେ ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଟ୍ରଫି ସହ ରୋହିତ ଶର୍ମାଙ୍କ ଦଳ ଗୁରୁବାର ଦିଲ୍ଲୀରେ ପହଞ୍ଚିଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ସମସ୍ତଙ୍କୁ ଭବ୍ୟ ସ୍ବାଗତ ଜଣାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସକ୍ଷାତ ଆଲୋଚନା କରିଥିଲେ ଭାରତୀୟ ଖେଳାଳିମାନେ। ପରେ ସନ୍ଧ୍ୟା ବେଳେ ମୁମ୍ବାଇର ମେରାଇନ୍ ଡ୍ରାଇଭ୍ […]

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବଶ୍ବକପ୍ ଜିତିବା ପରେ ଭାରତୀୟ ଦଳ ସ୍ବଦେଶ ଫେରିଛି। ୧୧ ବର୍ଷ ପରେ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇଥିଲା ବେଳେ ୧୭ ବର୍ଷ ପରେ ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଟ୍ରଫି ସହ ରୋହିତ ଶର୍ମାଙ୍କ ଦଳ ଗୁରୁବାର ଦିଲ୍ଲୀରେ ପହଞ୍ଚିଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ସମସ୍ତଙ୍କୁ ଭବ୍ୟ ସ୍ବାଗତ ଜଣାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସକ୍ଷାତ ଆଲୋଚନା କରିଥିଲେ ଭାରତୀୟ ଖେଳାଳିମାନେ। ପରେ ସନ୍ଧ୍ୟା ବେଳେ ମୁମ୍ବାଇର ମେରାଇନ୍ ଡ୍ରାଇଭ୍ ଓ ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଭାରତୀୟ ଖେଳାଳିମାନେ ବିଜୟ ଉତ୍ସବ ପାଳନ ହୋଇଥିଲା। ଖୋଲା ବସ୍ରେ ରୋଡ୍ ସୋ’ କରିବା ସହିତ ୨୦୦୭ ବିଶ୍ବ ବିଜୟୀ ମୁହୂର୍ତ୍ତକୁ ମନେପକାଇ ଦେଇଥିଲା ଏହି ଉତ୍ସବ। ଖେଳାଳିମାନଙ୍କୁ ମଧ୍ୟ ବଧେଇ ଜଣାଇବାକୁ ସ୍ବପ୍ନର ସହର ମୁମ୍ବାଇର ରାସ୍ତା ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ପାଖାପାଖି ୭ଲକ୍ଷରୁ ଅଧିକ ପ୍ରଶଂସକ ଏହି ପରେଡ୍ରେ ଯୋଗଦେବା ପରେ ଭାରତୀୟ କ୍ରିକେଟ୍ ଇତିହାସରେ ନିଆରା ଓ ଅନ୍ୟନ୍ୟ ଫର୍ଦ୍ଦ ଯୋଡ଼ି ହୋଇଥିଲା। ପରେ ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଖେଳାଳିମାନେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କ ଗହଣରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।