ନିର୍ବାଚନ ଦିନ ବାତ୍ୟା, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ
ଭୁବନେଶ୍ୱର,୨୩।୫: ବଙ୍ଗୋପସାଗରରେ ବୁଧବାର ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ସକାଳ ୮ଟା. ୩୦ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ଓ୍ବେଲର୍ମାକ ଲୋ ପ୍ରେସର ଏରିଆରେ ପରିଣତ ହୋଇଛି। ଏହି ସିଷ୍ଟମ ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ଏହାର ତୀବ୍ରତା ବଢ଼ିବା ସହ ୨୫ ତାରିଖ ସାଇକ୍ଲୋନ୍ ଷ୍ଟର୍ମ ବା ବାତ୍ୟାରେ ପରିଣତ ହୋବର ସମ୍ଭାବନା ରହିଛି। ବାତ୍ୟା ପ୍ରାୟ ଉତ୍ତର […] The post ନିର୍ବାଚନ ଦିନ ବାତ୍ୟା, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ appeared first on Dharitri Odia News.
ଭୁବନେଶ୍ୱର,୨୩।୫: ବଙ୍ଗୋପସାଗରରେ ବୁଧବାର ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ସକାଳ ୮ଟା. ୩୦ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ଓ୍ବେଲର୍ମାକ ଲୋ ପ୍ରେସର ଏରିଆରେ ପରିଣତ ହୋଇଛି। ଏହି ସିଷ୍ଟମ ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ଏହାର ତୀବ୍ରତା ବଢ଼ିବା ସହ ୨୫ ତାରିଖ ସାଇକ୍ଲୋନ୍ ଷ୍ଟର୍ମ ବା ବାତ୍ୟାରେ ପରିଣତ ହୋବର ସମ୍ଭାବନା ରହିଛି। ବାତ୍ୟା ପ୍ରାୟ ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି।
ସୂଚନା ରହିଛି କି, ୨୬ ସା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ। ପରେ ବାଂଲାଦେଶ ପାଶର୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ଶୁକ୍ରବାର ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହାରି ପ୍ରଭାବରେ ମୁଖ୍ୟତଃ ଉତ୍ତର ଉପକୂଳ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର,କଟକ, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ପୁରୀର ଅଧିକାଂଶ ଅଞ୍ଚଳରେ ସାମନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
The post ନିର୍ବାଚନ ଦିନ ବାତ୍ୟା, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ appeared first on Dharitri Odia News.