ନିର୍ବାଚନ ପୂର୍ବରୁ NDA ଆରମ୍ଭ କରିଦେଲାଣି ବିଜୟ ପ୍ରସ୍ତୁତି, ଜାଣନ୍ତୁ କ’ଣ ରହିଛି ଶପଥ ପ୍ଲାନ?

ନୂଆଦିଲ୍ଲୀ ୩୦।୫: ଲୋକସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଏପର୍ଯ୍ୟନ୍ତ ହୋଇନାହିଁ। ତେବେ ମିଳୁଥିବା ଖବର ଅନୁସାରେ ଏହା ପୂର୍ବରୁ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲିଆନ୍ସ (ଏନଡିଏ) ବିଜୟ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ଶପଥଗ୍ରହଣ ଉତ୍ସବକୁ ନେଇ କରାଯାଉଥିବା ମେଗାପ୍ଲାନ ଅନୁସାରେ ଯଦି ଏନଡିଏ ଲୋକସଭା ନିର୍ବାଚନରେ ବିଜୟୀ ହୁଏ ତେବେ କର୍ତ୍ତବ୍ୟ ପଥରେ ଶପଥଗ୍ରହଣ ସମାରୋହର ଆୟୋଜନ ପାଇଁ ବିଚାର କରାଯାଇପାରେ। ନିର୍ବାଚନର ସୂଚନା ରଖୁଥିବା ଲୋକଙ୍କ ଅନୁସାରେ ଜାରି ସାଧାରଣ ନିର୍ବାଚନରେ ଏନଡିଏ ତୃତୀୟବାର ବିଜୟୀ ହେବ ବୋଲି ଆକଳନ କରାଯାଉଛି। ଯଦି ଏନଡିଏର ବିଜୟ ହୁଏ ତେବେ ଜୁନ ୯ ତାରିଖରେ ଶପଥ ଗ୍ରହଣ ପାଇଁ ବିଚାର କରାଯାଉଛି। ଏଥି ପାଇଁ ଗତ ମାସରୁ ସମ୍ଭାବିତ ସମାରୋହ ନିମନ୍ତେ ଅସ୍ଥାୟୀ ଯୋଜନା ପ୍ରସ୍ତୁତି ସରିଛି। ୨୦୧୪ ମସିହାରେ ଏନଡିଏ ସରକାର ୨୬ ମେ ସୋମବାର ଶପଥଗ୍ରହଣ କରିଥିଲା। ସେବର୍ଷ ନିର୍ବାଚନ ଫଳାଫଳ ମେ ୧୬ ତାରିଖରେ ଘୋଷଣା ହୋଇଥିଲା। ଏହା ପରବର୍ତ୍ତି ସରକାର ୨୦୧୯ ମସିହାରେ ମେ ୩୦ ତାରିଖ ଗୁରୁବାର ଶପଥଗ୍ରହଣ କରିଥିଲା। ସେ ବର୍ଷ ନିର୍ବାଚନ ଫଳାଫଳ ମେ ୨୩ରେ ଘୋଷଣା ହୋଇଥିଲା। ଉଭୟ ଅବସରରେ ଶପଥଗ୍ରହଣ ସମାରୋହ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ଲୋକସଭା ନିର୍ବାଚନର ଫଳାଫଳ ଜୁନ ୪ ତାରିଖରେ ଘୋଷଣା ହେବ। ଏଥିରେ ଯଦି ଏନଡିଏ ବାଜିମାତ କରେ ତେବେ

ନିର୍ବାଚନ ପୂର୍ବରୁ NDA ଆରମ୍ଭ କରିଦେଲାଣି ବିଜୟ ପ୍ରସ୍ତୁତି, ଜାଣନ୍ତୁ କ’ଣ ରହିଛି ଶପଥ ପ୍ଲାନ?

ନୂଆଦିଲ୍ଲୀ ୩୦।୫: ଲୋକସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଏପର୍ଯ୍ୟନ୍ତ ହୋଇନାହିଁ। ତେବେ ମିଳୁଥିବା ଖବର ଅନୁସାରେ ଏହା ପୂର୍ବରୁ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲିଆନ୍ସ (ଏନଡିଏ) ବିଜୟ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ଶପଥଗ୍ରହଣ ଉତ୍ସବକୁ ନେଇ କରାଯାଉଥିବା ମେଗାପ୍ଲାନ ଅନୁସାରେ ଯଦି ଏନଡିଏ ଲୋକସଭା ନିର୍ବାଚନରେ ବିଜୟୀ ହୁଏ ତେବେ କର୍ତ୍ତବ୍ୟ ପଥରେ ଶପଥଗ୍ରହଣ ସମାରୋହର ଆୟୋଜନ ପାଇଁ ବିଚାର କରାଯାଇପାରେ। 

ନିର୍ବାଚନର ସୂଚନା ରଖୁଥିବା ଲୋକଙ୍କ ଅନୁସାରେ ଜାରି ସାଧାରଣ ନିର୍ବାଚନରେ ଏନଡିଏ ତୃତୀୟବାର ବିଜୟୀ ହେବ ବୋଲି ଆକଳନ କରାଯାଉଛି। ଯଦି ଏନଡିଏର ବିଜୟ ହୁଏ ତେବେ ଜୁନ ୯ ତାରିଖରେ ଶପଥ ଗ୍ରହଣ ପାଇଁ ବିଚାର କରାଯାଉଛି। ଏଥି ପାଇଁ ଗତ ମାସରୁ ସମ୍ଭାବିତ ସମାରୋହ ନିମନ୍ତେ ଅସ୍ଥାୟୀ ଯୋଜନା ପ୍ରସ୍ତୁତି ସରିଛି। ୨୦୧୪ ମସିହାରେ ଏନଡିଏ ସରକାର ୨୬ ମେ ସୋମବାର ଶପଥଗ୍ରହଣ କରିଥିଲା। ସେବର୍ଷ ନିର୍ବାଚନ ଫଳାଫଳ ମେ ୧୬ ତାରିଖରେ ଘୋଷଣା ହୋଇଥିଲା। 

ଏହା ପରବର୍ତ୍ତି ସରକାର ୨୦୧୯ ମସିହାରେ ମେ ୩୦ ତାରିଖ ଗୁରୁବାର ଶପଥଗ୍ରହଣ କରିଥିଲା। ସେ ବର୍ଷ ନିର୍ବାଚନ ଫଳାଫଳ ମେ ୨୩ରେ ଘୋଷଣା ହୋଇଥିଲା। ଉଭୟ ଅବସରରେ ଶପଥଗ୍ରହଣ ସମାରୋହ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ଲୋକସଭା ନିର୍ବାଚନର ଫଳାଫଳ ଜୁନ ୪ ତାରିଖରେ ଘୋଷଣା ହେବ। ଏଥିରେ ଯଦି ଏନଡିଏ ବାଜିମାତ କରେ ତେବେ ଶପଥଗ୍ରହଣ ପାଇଁ ଏକ ବାହାର ସ୍ଥାନ ଖୋଜା ଯାଉଛି। 

ଏଥର ପାର୍ଟି ଏଥି ପାଇଁ ଏକ ବାହାର ସ୍ଥାନ ଖୋଜୁଛି ଯେଉଁଥିରେ ବହୁ ସଂଖ୍ୟାରେ ଅତିଥିଙ୍କୁ ଆମନ୍ତ୍ରଣ କରାଯିବ। ଏଥି ଲାଗି ସମ୍ଭାବିତ  ବିକଳ୍ପ ହେଉଛି କର୍ତ୍ତବ୍ୟ ପଥ, ଯାହା ଏକ ପ୍ରତିଷ୍ଠିତ ଖଣ୍ଡ ହୋଇଥିବା ବେଳେ ଏହା ସରକାରଙ୍କ ମହତ୍ୱାକାଙକ୍ଷୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର କେନ୍ଦ୍ରବିନ୍ଦୁ। ଜନୈକ ବ୍ୟକ୍ତିଙ୍କ ଅନୁସାରେ ବିଚାର ଏକ ଏପରି ସ୍ଥାନକୁ ନେଇ ଯାହା ସରକାରଙ୍କ ଉପଲବ୍ଧି ଓ ଭବିଷ୍ୟତର ଦୃଷ୍ଟିକୋଣକୁ ପ୍ରଦର୍ଶିତ କରୁଥିବ। ଏଥି ପାଇଁ କର୍ତ୍ତବ୍ୟ ପଥ ହିଁ ସର୍ବୋତ୍ତମ ବୋଲି ଏବେ ଅନୁମାନ କରାଯାଉଛି।